Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ସନ୍ଧ୍ୟାରେ ଅସ୍ତଗଛ ମୂଳରେ ରଖନ୍ତୁ ଏହି ୧ ଜିନିଷ ଚମତ୍କାର ହୋଇଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅସ୍ତଗଛ ମୂଳରେ ରଖନ୍ତୁ ଏହି ୧ ଜିନିଷ ଚମତ୍କାର ହୋଇଯିବ।

ବନ୍ଧୁଗଣ ମଙ୍ଗଳବାର ଭଗବାନ ହନୁମାନଙ୍କୁ ସମର୍ପଣ ଅଟେ ଏବଂ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ପୂଜା କରାଯାଏ। ଯଦି ଆପଣ ଚାହାଁନ୍ତି ରୋଗ ଶୋକ ଦୁଃଖ କଷ୍ଟ ନକରାତ୍ମକତାରୁ ଦୂରରେ ରହିବା ପାଇଁ ତ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପୂଜା ଅବଶ୍ୟ କରନ୍ତୁ। ଯେଉଁ ବ୍ୟକ୍ତି ହନୁମାନ ଚାଳିସାର ପାଠ କରିଥାନ୍ତି ତାଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ରହିଥାଏ। ଆଜିବି ଭଗବାନ ପୃଥିବୀରେ ବିରାଜମାନ ଅଛନ୍ତି ସମୟ ସମୟରେ ନିଜର ଭକ୍ତଙ୍କୁ ରକ୍ଷା କରିବା ପାଇଁ ପହଁଚି ଯାଇଥାନ୍ତି।

ମଙ୍ଗଳବାର ଦିନ କିଛି ଖାସ ଉପାୟ କରିବା ଦ୍ୱାରା ଭଗବାନ ହନୁମାନ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ ଉପାୟ ବିଷୟରେ ଜଣେଇବୁ ଯାହା ଆପଣ ମଙ୍ଗଳବାର ଦିନ ଅବଶ୍ୟ କରିବା ଉଚିତ। ଏହା ସହିତ ଜାଣିବା ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ କେଉଁ ଜିନିଷର ସେବନ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାମ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ

ମଙ୍ଗଳବାରର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳବାର ଦିନ କିଛି କାର୍ଯ୍ୟ କରିବାକୁ ବର୍ଜିତ କରାଯାଇଛି। କେତେକ ଲୋକ ଜଣା ଅଜାଣତରେ ମଙ୍ଗଳବାର ଦିନ କିଛି ଏମିତି କାର୍ଯ୍ୟ କରିଥାନ୍ତି ଯେଉଁ କାରଣରୁ ତାଙ୍କ ଜୀବନରେ ଦୁର୍ଭାଗ୍ୟ ବନି ରହିଥାଏ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ କରିବେ ଏବଂ କଣ ନୁହେଁ।

କୁହାଯାଏ ମଙ୍ଗଳବାର ଦିନ ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ନିଶ୍ଚୟ ଯିବା ଉଚିତ ଏବଂ ଭଗବାନ ହନୁମାନଙ୍କ ଦର୍ଶନ କରିବା ସହିତ ଭଗବାନ ଶ୍ରୀରାମ ଏବଂ ମା ସୀତାଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ମାନାଯାଏ। ମାନ୍ୟତା ଅନୁସାରେ ଏମିତି କରିଲେ ଭଗବାନ ହନୁମାନ ମନସ୍କାମନା ପୂରଣ କରିଥାନ୍ତି।

ମଙ୍ଗଳବାର ଦିନ ପ୍ରାତଃ ସମୟରେ ଭଜନ କରିବା ପୂର୍ବରୁ ହନୁମାନ ଚାଳିସାର ପାଠ କରିଲେ ବ୍ୟକ୍ତିକୁ ବଳ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ।

ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନଙ୍କ ମନ୍ଦିର ଯିବା ଉଚିତ ଏବଂ ସୋରିଷ ତେଲରେ କିମ୍ବା ଶୁଦ୍ଧ ଘିଅର ଦୀପ ଜଳାଇବା ସହିତ ହନୁମାନ ଚାଳିସାର ପାଠ କରିବା ଉଚିତ। ମାନ୍ୟତା ଅନୁସାରେ ଏମିତି କରିଲେ ଭଗବାନ ହନୁମାନ ଭକ୍ତଙ୍କର ଖରାପ ହୋଇଯାଇଥିବା କାମକୁ ଶେଷ କରିଦେଇଥାନ୍ତି।

ମଙ୍ଗଳବାର ଦିନ ଅସ୍ତଗଛର ପୂଜା କରିବା ଉଚିତ। ଏମିତି କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ସନ୍ଧ୍ୟା ସମୟରେ ଅସ୍ତଗଛ ପାଖରେ ସୋରିଷ ତେଲର ଦୀପ ଜଳାନ୍ତୁ ଏବଂ ଭଗବାନ ହନୁମାନଙ୍କୁ କଷ୍ଟରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ ଆପଣଙ୍କର ସମସ୍ତ ମନସ୍କାମନା ଅବଶ୍ୟ ପୂରଣ ହେବ।

ଗାଈକୁ ସବୁଦିନ ରୋଟି ଖାଇବାକୁ ଦେବା ଶୁଭ ମାନାଯାଏ କିନ୍ତୁ ମଙ୍ଗଳବାର ଦିନ ଲାଲ ରଙ୍ଗର ଗାଈକୁ ରୋଟି ଖାଇବାକୁ ଦେବା ବହୁତ ଶୁଭଦାୟୀ ହୋଇଥାଏ।

ମଙ୍ଗଳ ଗ୍ରହର ସମ୍ବଦ୍ଧ ଲାଲ ରଙ୍ଗ ସହିତ ଅଟେ। ଏଥିପାଇଁ ସମ୍ଭବତଃ ମଙ୍ଗଳବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।ଯଦି କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବହାରକୁ ଯାଉଛନ୍ତି ତ ନିଜ ପାଖରେ ଲାଲ ରଙ୍ଗର କୌଣସି ବି ଜିନିଷ ଅବଶ୍ୟ ରଖନ୍ତୁ ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ହଜାର ଗୁଣା ବଢି ଯାଇଥାଏ।

ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ କରିବା ଉଚିତ ନୁହେଁ ଏବଂ କେଉଁ ଜିନିଷର ସେବନ କରିବାକୁ ବର୍ଜିତ ମାନାଯାଇଛି।

ମଙ୍ଗଳବାର ଦିନ ଉଧାର ଦେବା ନେବା କରିବା ଉଚିତ ନୁହେଁ। ମଙ୍ଗଳବାର ଦିନ ଧନର ଦେବା ନେବାକୁ ଅଶୁଭ ମାନାଯାଏ। ଏହି ଦିନ କରଜ ନେବା ଦ୍ୱାରା ତାକୁ ଫେରସ୍ତ କରିବା କଷ୍ଟକର ହୋଇଯାଇଥାଏ ଏବଂ କରଜ ଦିଆଯାଇଥିବା ଧନ ଫେରସ୍ତ ମିଳିନଥାଏ।

ମଙ୍ଗଳବାର ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ। ଏହା ଦ୍ୱାରା ଶନିଙ୍କ ପ୍ରଭାବ ପଡିଥାଏ। ଶନିଙ୍କ ସହିତ ମଙ୍ଗଳଙ୍କର ସଂଯୋଗ ବହୁତ ଅଶୁଭ ଏବଂ କଷ୍ଟକାରୀ ମାନାଯାଏ। ଏହା ଦ୍ବାରା ମାନସିକ ଏବଂ ଶାରୀରିକ କଷ୍ଟ ହୋଇଥାଏ।

ମଙ୍ଗଳବାର ଦିନ ଧାରୁଆ ଜିନିଷ ଯେମିତି ଛୁରୀ କଇଁଞ୍ଚି ଆଦି କିଣନ୍ତୁ ନାହିଁ କି କାହାରିକୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ। ମଙ୍ଗଳକୁ ଜ୍ୟୋତିଷରେ ରକ୍ତ ଏବଂ ହିତର କାରକ ମାନାଯାଏ। ଏହି ଦିନ ଧାରୁଆ ଜିନିଷ କିଣିବା ଦ୍ୱାରା ପରିବାରରେ କଳହ ବଢିଥାଏ।

ମଙ୍ଗଳବାର ଦିନ କେଶ କାଟିବା ନଖ କାଟିବା ଏବଂ ଶେଭିଂ ହେବା ଉଚିତ ନୁହେଁ। ମାନ୍ୟତା ଅନୁସାରେ ଏହାର ପ୍ରଭାବ ଆପଣଙ୍କ ମସ୍ତିଷ୍କ ଉପରେ ପଡିଥାଏ। ଏହା ଦ୍ବାରା ଧନ ଏବଂ ବୃଦ୍ଧିର ହାନି ହୋଇଥାଏ।

ମଙ୍ଗଳବାର ଦିନ ମେକପ ଜିନିଷ କିଣିବା ଉଚିତ ନୁହେଁ। ଏମିତି କରିଲେ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ। ଯଦି ମେକପ ଜିନିଷ କିଣିବେ ତେବେ ସୋମବାର ଏବଂ ଶୁକ୍ରବାର ଉପଯୁକ୍ତ ଦିନ ହୋଇଥାଏ।

ମଙ୍ଗଳବାର ଦିନ ମାଛ ମାଂସ ମଦର ସେବନ କରନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହଙ୍କୁ ଉଗ୍ର ଗ୍ରହ କୁହାଯାଇଛି। ଏହି ଦିନ ଯଦି ମାଛ ମାଂସ ମଦର ସେବନ କରନ୍ତି ତେବେ ଆପଣଙ୍କ ଉଗ୍ରତାର ଅଧିକ ବୃଦ୍ଧି ହେବ। ଏହା ଦ୍ୱାରା ନକରାତ୍ମକ ପ୍ରଭାବ ଆପଣଙ୍କ ପାରିବାରିକ ଜୀବନ ଉପରେ ପଡିଥାଏ ଏବଂ ସାମାଜିକ ଉପରେ ପଡିଥାଏ।

ମଙ୍ଗଳବାର ଦିନ କଳା ରଙ୍ଗର ଖାଦ୍ୟ ଖାଇବାକୁ ବି ବର୍ଜିତ କରାଯାଇଛି। ଏହି ଦିନ ଲାଲ ରଙ୍ଗର ଜିନିଷ ସେବନ କରିବାକୁ ଶୁଭ ବୋଲି ମାନାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *