Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ନାରୀଙ୍କୁ ବିବାହ କଲେ ପୁରୁଷ ହୋଇଥାନ୍ତି ଧନବାନ ଏବଂ ଆୟୁଷ ବଢ଼ିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଶାସ୍ତ୍ରରେ ନାରୀ ମାନଙ୍କ ବିଷୟରେ ଅନେକ ବିବରଣୀ ରହିଛି। ନାରୀ କେତେ ପ୍ରକାରର, ସେମାନଙ୍କର କଣ ସବୁ ଲକ୍ଷଣ ରହିଥାଏ? ସେମାନଙ୍କର ସ୍ଵଭାବ କିପରି ହୋଇଥାଏ, ଏହିପରି ଅନେକ ପ୍ରକାରର ବର୍ଣ୍ଣନା କରାଯାଇଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାରୀ ଓ ପୁରୁଷ ଉଭୟଙ୍କୁ ୪ ଭାଗରେ ବିଭକ୍ତ କରାଯାଇଛି। କେଉଁ ନାରୀ କେଉଁ ପୁରୁଷଙ୍କୁ ବିବାହ କଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ନାରୀ ମାନେ ଚାରି ପ୍ରକାରର ହୋଇଥାନ୍ତି। ଯଥା – ପଦ୍ମିନୀ, ଚିତ୍ରିଣୀ, ସଂଖିନୀ ଓ ହସ୍ତିନୀ।ସେହିପରି ପୁରୁଷ ମଧ୍ୟ ଚାରି ପ୍ରକାରର ହୋଇଥାନ୍ତି, ଯଥା – ସଶକ, ମୃଗ, ବୃଷ ଓ ଅଶ୍ଵ ଜାତିର ହୋଇଥାନ୍ତି।

୧/ ପଦ୍ମିନୀ ନାରୀ :-

ପଦ୍ମିନୀ ନାରୀଙ୍କୁ ଶାସ୍ତ୍ରରେ ବହୁତ ମହତ୍ୱ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପଦ୍ମିନୀ ନାରୀ ସୁଶୀଳା, ଧାର୍ମିକ ଓ ପୂଜାପାଠରେ ବିଶ୍ୱାସ ରଖୁଥିବା ନାରୀ ଅଟନ୍ତି।ଏହି ନାରୀ ବ୍ରାହ୍ମଣଙ୍କୁ ସମ୍ମାନ କରିଥାନ୍ତି। ଏମାନେ ଦେଖିବାକୁ ସୁନ୍ଦର ହେବା ସହିତ ପରିବାର ପାଇଁ ହିତକାରିଣୀ ହୋଇଥାନ୍ତି।ଏହି ନାରୀଙ୍କ କେଶ ଅତ୍ୟନ୍ତ ଘନ, କଳା ହୋଇଥାଏ। ସ୍ବଭାବରୁ ଏମାନେ ବହୁତ ନାମର, ଭଦ୍ର ମହିଳା ହୋଇଥାନ୍ତି।

ଏମାନଙ୍କ ଆଖି ସାମାନ୍ୟ ଓ ମୁହଁ ଗୋଲ ହୋଇଥାଏ।ଏମାନଙ୍କର ନାକ, କାନ, ଆଙ୍ଗୁଳି ଛୋଟ ହୋଇଥାଏ। ଏମାନଙ୍କର ବେକ ସଫା ଆକୃତିର ହୋଇଥାଏ। ଏମାନେ ଯେଉଁ ଘରକୁ ବହୂ ହୋଇ ଯାଇଥାନ୍ତି, ସେହି ପରିବାର ଉନ୍ନତି କରିଥାଏ। ଏମାନେ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ଯଦି ଏମାନେ ସଶକ ଚରିତ୍ର ପୁରୁଷଙ୍କୁ ବିବାହ କରନ୍ତି, ତାହେଲେ ଏମାନେ ବହୁତ ସୁଖରେ ରହିଥାନ୍ତି।

୨/ ଚିତ୍ରିଣୀ ନାରୀ :-

ଏମାନଙ୍କର ସର୍ବଦା ଶୃଙ୍ଗାର କରିବା ପସନ୍ଦ ହୋଇଥାଏ। ଏମାନେ କଠିନ ପରିଶ୍ରମ କରି ପାରନ୍ତି ନାହିଁ। କିନ୍ତୁ ଏହି ନାରୀ ବିଚକ୍ଷଣ ବୁଦ୍ଧି ବିଶିଷ୍ଟ ହୋଇଥାନ୍ତି। କଳା, ସାହିତ୍ୟ, ସଙ୍ଗୀତ ପ୍ରତି ଏମାନେ ସର୍ବଦା ରୁଚି ରଖିଥାନ୍ତି। ଏମାନେ ଧାର୍ମିକ ଓ ପତିବ୍ରତା ନାରୀ ହୋଇଥାନ୍ତି।ସବୁ ବ୍ରତ, ଉପବାସ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ପସନ୍ଦ କରିଥାନ୍ତି। ଏମାନେ ସାଧୁସନ୍ଥ, ବ୍ରାହ୍ମଣ ମାନଙ୍କର ସେବା କରିବାରେ ଆନନ୍ଦ ପାଇଥାନ୍ତି। ଏମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଓ ସୁଶୀଳା ହୋଇଥାନ୍ତି।

ଏମାନଙ୍କର ମସ୍ତକ ଗୋଲାକାର ଓ ଅଙ୍ଗ କୋମଳ ହୋଇଥାଏ। ଏମାନଙ୍କର ଆଖି ଚଞ୍ଚଳ ହୋଇଥାଏ। କେଶ କଳା ହୋଇଥାଏ। ଯଦି ଏମାନେ କୌଣସି ଗରିବ ଘରେ ଜନ୍ମ ନେଇଥାନ୍ତି, ତାହେଲେ ପାଟରାଣୀର ସୁଖ ଭୋଗ କରିଥାନ୍ତି। ଏମାନେ ବହୁତ ସ୍ନେହୀ ଓ ପତି ପରାୟଣ ହୋଇଥାନ୍ତି। ଏହି ନାରୀ ମାନେ ମୃଗ ଚରିତ୍ର ପୁରୁଷଙ୍କୁ ବିବାହ କଲେ ବହୁତ ଖୁସିରେ ରହିଥାନ୍ତି।

୩/ ସଙ୍ଖିନୀ ନାରୀ :-

ଏମାନେ ଦେଖିବାକୁ ସୁନ୍ଦର ଓ ଲମ୍ବା ହୋଇଥାନ୍ତି। ଏମାନଙ୍କ ମଧ୍ୟରେ କିଛି ମୋଟ ବା ପତଳା ମଧ୍ୟ ଥାଆନ୍ତି।ଏମାନେ ସର୍ବଦା ଅସନ୍ତୁଷ୍ଟ ବା ଅପ୍ରସନ୍ନ ଦେଖା ଯାଇଥାନ୍ତି।ଏମାନେ ବିନା କାରଣରେ ବହୁତ କ୍ରୋଧୀ ହୋଇଥାନ୍ତି। ଏମାନେ ସର୍ବଦା ନିଜ ସ୍ଵାମୀଙ୍କ ଉପରେ ରୁଷ୍ଟ ହୋଇଥାନ୍ତି।ଏମାନଙ୍କ ମନ ସର୍ବଦା ଭୋଗ ବିଳାସରେ ଲିପ୍ତ ରହିଥାଏ।ଏମାନେ ପରିବାର ଠାରୁ ଦୂରେଇ ରହିବା ପାଇଁ ପସନ୍ଦ କରିଥାନ୍ତି

ଏମାନେ ସର୍ବଦା ଅନ୍ୟମାନଙ୍କ ନାମରେ ଚୁଗୁଲୀ କରିବା ପସନ୍ଦ କରିଥାନ୍ତି।ଏମାନଙ୍କର ଗର୍ବ ଓ ଅହଙ୍କାର ଯୋଗୁଁ ବାପଘର ଓ ଶାଶୂଘର ଦୁଇଟି ଯାକର ସମ୍ପର୍କ ନଷ୍ଟ ହୋଇଯାଏ।ଜୀବନର ଶେଷ ସମୟରେ ଏମାନେ ବହୁତ କଷ୍ଟ ପାଇଥାନ୍ତି।ଏମାନେ କେବେବି ଗୁରୁଜନ ମାନଙ୍କୁ ଖାତିର କରି ନଥାନ୍ତି।ଏହି ନାରୀ ବୃଷ ଚରିତ୍ର ପୁରୁଷଙ୍କୁ ବିବାହ କଲେ ସନ୍ତୁଷ୍ଟ ରହିଥାନ୍ତି।

୪/ ହସ୍ତିନୀ ନାରୀ :-

ଏହି ନାରୀ ମାନେ ସର୍ବଦା ନିଜ ସ୍ଵଭାବ ବଦଳାଇ ଥାଆନ୍ତି। ତେଣୁ ଏମାନଙ୍କୁ ବୁଝିବା ବହୁତ କଷ୍ଟକର ଅଟେ। ଏମାନଙ୍କର ସର୍ବଦା ଭୋଗବିଳାସରେ ରହିବା ପାଇଁ ପସନ୍ଦ ହୋଇଥାଏ। ଏମାନେ ସାମାନ୍ୟ କଥାରେ କ୍ରୋଧିତ ହୋଇ ଯାଇଥାନ୍ତି ଓ ବହୁତ ଜିଦି କରିଥାନ୍ତି। ବେଳେବେଳେ ଏମାନେ ବହୁତ ନିଷ୍ଠୁର ହୋଇ ଯାଇଥାନ୍ତି।ଏମାନେ ବିନା ରୋଗରେ ମଧ୍ୟ ରୋଗୀ ହୋଇ ଯାଇଥାନ୍ତି।ଏମାନେ ସର୍ବଦା ଦୁଃଖିତ ରହିଥାନ୍ତି। ଧାର୍ମିକ କାର୍ଯ୍ୟରେ କେବେବି ଏମାନେ ରୁଚି ରଖିଥାନ୍ତି।ଏମାନେ କଳା ଓ ସଙ୍ଗୀତ ପ୍ରତି ରୁଚି ରଖିଥାନ୍ତି।ଏହି ନାରୀ ଅଶ୍ଵ ଚରିତ୍ର ପୁରୁଷଙ୍କୁ ବିବାହ କଲେ ସନ୍ତୁଷ୍ଟ ରହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *