Excuse Me Odisha

ଯାହା କହିବୁ ସତ କହିବୁ

ସିନ୍ଦୂର ଭିତରେ ଏହି ଗୋଟେ ଜିନିଷ ରଖି ଦେଲେ ସ୍ବାମୀ ହୋଇଯିବେ କୋଟିପତି। କିନ୍ତୁ କରନ୍ତୁ ନାହିଁ ଏଭଳି ଭୁଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆପଣ ମାନଙ୍କୁ କହିବୁ କି ମାସିକ ଧର୍ମ ସମୟରେ ସିନ୍ଦୂର ଲଗାଇବା ଉଚିତ ନା ନୁହେଁ? ଏହାସହିତ ସିନ୍ଦୂର ଲଗାଇବା ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ। ତେଣୁ ଏହି ଭୁଲକୁ କେବେବି ଅଣଦେଖା କରନ୍ତୁ ନାହିଁ।ନଚେତ ଏହାଦ୍ବାରା ଆପଣଙ୍କ ପରିବାର ଉପରେ ବିପଦ ମାଗି ଆସିପାରେ।

ହିନ୍ଦୁଧର୍ମରେ ସଧବା ମହିଳା ମାନଙ୍କ ପାଇଁ ସିନ୍ଦୂର ଏକ ଖାସ୍ ମହତ୍ୱ ରହିଥାଏ। ବିବାହିତ ମହିଳା ମାନେ ସିନ୍ଦୂର ଲଗାଇ ଥାଆନ୍ତି। ମାନ୍ୟତା ଅନୁସାରେ ସିନ୍ଦୂରକୁ ସଧବା ମହିଳା ମାନଙ୍କର ସୌଭାଗ୍ୟବତୀ ହେବାର ପ୍ରତୀକ ବୋଲି ମାନା ଯାଇଥାଏ। ବିବାହ ବିଧିରେ ସିନ୍ଦୂର ଦାନ କରିବା ଏକ ନିୟମ ଅଟେ। ଏହାପରେ ହିଁ ବିବାହକୁ ସମ୍ପନ୍ନ ବୋଲି ମାନା ଯାଇଥାଏ। ଆଜିକାଲି ଅଧିକାଂଶ ମହିଳା ମାନେ ସିନ୍ଦୂର ଲଗାଇବାକୁ ପସନ୍ଦ କରୁ ନାହାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଏହି ସିନ୍ଦୂର ଲଗାଇବାର ବିଧି କେବଳ ପୌରାଣିକ ମାନ୍ୟତା ଅନୁସାରେ ନୁହେଁ ବୈଜ୍ଞାନିକ ଦୃଷ୍ଟିକୋଣ ମଧ୍ୟ ଏଥିରେ ସାମିଲ ରହିଛି।

ଧାର୍ମିକ ମାନ୍ୟତା ଅନୁସାରେ ସିନ୍ଦୂର ଲଗାଇବାର ଅନେକ ମହତ୍ୱ ରହିଥାଏ। ତେଣୁ ସିନ୍ଦୂର ଲଗାଇବାର ନିୟମ ଗୁଡ଼ିକୁ ପ୍ରତ୍ୟେକ ବିବାହିତା ନାରୀ ମାନଙ୍କୁ ନିଶ୍ଚିତ ଭାବରେ ପାଳନ କରିବା ଉଚିତ। ଯେଉଁ ମହିଳା ମାନେ ସିନ୍ଦୂର ଲଗାଇବାର ନିୟମ ପାଳନ କରି ନଥାନ୍ତି, ସେହି ମହିଳା ମାନଙ୍କର ଧନ ହାନୀ ହୋଇଥାଏ ଏବଂ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସିନ୍ଦୂର ଲଗାଇବାର କେଉଁ କେଉଁ ନିୟମ ଗୁଡ଼ିକ ରହିଛି।

– ବିବାହିତା ମହିଳା ମାନଙ୍କୁ ସର୍ବଦା ନିଜ ଟଙ୍କାରେ ସିନ୍ଦୂର କିଣି ଲଗାଇବା ଉଚିତ। ଅନ୍ୟମାନଙ୍କ ଟଙ୍କାରେ କେବେବି ସିନ୍ଦୂର କିଣି ଲଗାଇବା ଉଚିତ ନୁହେଁ।

– ଅନେକ କଠିନ ପରିସ୍ଥିତି ଆସିଲେ ମଧ୍ୟ ବିବାହିତା ମହିଳା ମାନଙ୍କୁ ନିଜ ସିନ୍ଦୂର ଛଡା ଅନ୍ୟ କାହାର ସିନ୍ଦୂର ଲଗାଇବା ଉଚିତ ନୁହେଁ।ଏଭଳି କରିବା ଅଶୁଭ ହୋଇଥାଏ ଓ ସ୍ବାମୀଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

– ବିବାହିତ ମହିଳା ମାନଙ୍କୁ ଉପହାରରେ ମିଳିଥିବା ସିନ୍ଦୂରକୁ ବ୍ୟବହାର କରିବା ଉଚିତ ନୁହେଁ।

– ମହିଳା ମାନଙ୍କୁ ସ୍ନାନ ନକରି ସିନ୍ଦୂର ଲଗାଇବା ଉଚିତ ନୁହେଁ। ଆପଣ ପ୍ରଥମେ ସ୍ନାନ ସାରି ଠାକୁରଙ୍କୁ ପୂଜାର୍ଚ୍ଚନା କରି ତାପରେ ସିନ୍ଦୂର ଲଗାନ୍ତୁ। ନଚେତ ସ୍ବାମୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ସିନ୍ଦୂର ଲଗାଇବା ସମୟରେ ନିଜ ସ୍ବାମୀଙ୍କର ଲମ୍ବା ଆୟୁଷ ଓ ସଫଳତା ବିଷୟରେ ଭାବିବା ଉଚିତ। ଏହାସହିତ ଦେବୀ ପାର୍ବତୀଙ୍କୁ ମଧ୍ୟ ସ୍ମରଣ କରନ୍ତୁ।ଏହାଦ୍ଵାରା ଆପଣଙ୍କ ଉପରେ ଦେବୀଙ୍କର ଆଶୀର୍ବାଦ ରହିବ।

– ଯଦି ଆପଣଙ୍କର ମାସିକ ଧର୍ମ ହୋଇଛି ତାହେଲେ ଆମ ଏହି ସମୟରେ ମଥାରେ ସିନ୍ଦୂର ଲଗାନ୍ତୁ ନାହିଁ।

– ସିନ୍ଦୂରକୁ ସର୍ବଦା ଛୋଟ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ। କାରଣ ସିନ୍ଦୂର ତଳେ କରିବା ଦ୍ଵାରା ବହୁତ ଅଶୁଭ ହୋଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

– କେବେବି କାହା ସାମ୍ନାରେ ନିଜ ମଥାରେ ସିନ୍ଦୂର ଲଗାନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ସମ୍ପର୍କକୁ ନଜର ଲାଗି ଯାଇପାରେ।

– ମଥାରେ ସିନ୍ଦୂର ଲଗାଇବା ପାଇଁ ସର୍ବଦା ଶୁଖିଲା ସିନ୍ଦୂର ବ୍ୟବହାର କରନ୍ତୁ।କୌଣସି ଲିକୁଇଡ଼ ସିନ୍ଦୂର ବ୍ୟବହାର କରନ୍ତୁ ନାହିଁ।

– ଯଦି ଆପଣଙ୍କ ହାତରୁ ସିନ୍ଦୂର ପଡ଼ି ଯାଉଛି, ତାହେଲେ ଏହାକୁ ଆପଣ ନାଳରେ ଫିଙ୍ଗନ୍ତୁ ନାହିଁ।ଏହା ସିନ୍ଦୂରର ଅପମାନ ହୋଇଥାଏ। ଏହାପରେ ଦେବୀ ପାର୍ବତୀଙ୍କୁ ଧ୍ୟାନ କରି ସେହି ସିନ୍ଦୂରକୁ କୌଣସି ଏକ ଗଛ ମୂଳରେ ରଖି ଦିଅନ୍ତୁ।

– ଯଦି ଆପଣ ଶୁଖିଲା ସିନ୍ଦୂର ସଠିକ ଭାବରେ ବ୍ୟବହାର କରି ପାରୁ ନାହାଁନ୍ତି, ତାହେଲେ ଗୋଟେ ଦିଆସିଲି କାଠି ସାହାଯ୍ୟରେ ସିନ୍ଦୂରକୁ ଲଗାନ୍ତୁ।

– ଯଦି କୌଣସି ମହିଳା ନିଜର ମଥାର ସିନ୍ଦୂରକୁ ଚୁଟି ସାହାଯ୍ୟରେ ଗୋଡ଼ାଇ ରଖିଥାନ୍ତି, ତାଙ୍କ ସ୍ବାମୀଙ୍କୁ ସମାଜରେ ଅପଦସ୍ଥ ହେବାକୁ ପଡ଼ିଥାଏ।ତେଣୁ ଆପଣ ନିଜ ମଥାର ସିନ୍ଦୂରକୁ ଗାଢ଼ କରି ଲଗାଇଲେ ଆପଣଙ୍କ ସ୍ବାମୀଙ୍କର ଆୟୁଷ ବୃଦ୍ଧି ହେବା ସହିତ ସେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ।

– ଶାସ୍ତ୍ରରେ କୁହାଯାଇଛି ମହିଳା ମାନେ ନାକ ସିଧାରେ ସିନ୍ଦୂର ଲଗାଇବା ଉଚିତ।

– ନବ ବିବାହିତା ମହିଳା ମାନେ ନିଜ ବିବାହ ସମୟରେ ଯେଉଁ ସିନ୍ଦୂର ପିନ୍ଧି ଥିବେ, ତାହାକୁ ସର୍ବଦା ସମ୍ଭାଳି ରଖିବା ଉଚିତ। କୌଣସି ପୂଜାପାଠ ସମୟରେ ସେହି ସିନ୍ଦୂରକୁ ଅଳ୍ପ ଟିକିଏ ଲଗାଇ ଦିଅନ୍ତୁ।

– ସିନ୍ଦୂର ଫରୁଆ ଭିତରେ ନିଶ୍ଚିତ ଭାବରେ ଏକ ଟଙ୍କା ରଖିବା ଉଚିତ।ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ସର୍ବଦା ଦେବୀ ପାର୍ବତୀଙ୍କ ଆଶୀର୍ବାଦ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *