Excuse Me Odisha

ଯାହା କହିବୁ ସତ କହିବୁ

ପତ୍ନୀଙ୍କୁ ରାଣୀ କରି ରଖିଥାନ୍ତି ଏହି ରାଶିର ପୁଅମାନେ, ବନି ଥାଆନ୍ତି ଉତ୍ତମ ସ୍ବାମୀ !

ସେୟାର୍ କରନ୍ତୁ

ଯଦି ସ୍ବାମୀ ଭଲ ହୋଇଥିବେ ତାହେଲେ ପତ୍ନୀଙ୍କ ଜୀବନ ସୁଖମୟ ହୋଇ ଯାଇଥାଏ। କିନ୍ତୁ ଯଦି ସ୍ବାମୀ ବେକାର ହୋଇଥିବେ ତାହେଲେ ପତ୍ନୀଙ୍କ ଜୀବନ ନର୍କ ସଦୃଶ ହୋଇ ଯାଇଥାଏ। କିନ୍ତୁ ମନରେ ପ୍ରଶ୍ନ ଉଠେ କି କେଉଁ ପୁଅ ମାନଙ୍କ ପାଖରେ ଉତ୍ତମ ସ୍ବାମୀ ହେବାର ଦକ୍ଷତା ରହିଥାଏ। ଏହାର ଉତ୍ତର ବାସ୍ତୁ ଶାସ୍ତ୍ରରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ରାଶିକୁ ଆଧାର କରି ତାର ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ ଜଣା ପଡ଼ିଥାଏ। ଆଜି ଆମେ କିଛି ରାଶିର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ଜୀବନରେ ଉତ୍ତମ ଓ ଗୁଣବାନ ସ୍ବାମୀ ପାଇଥାନ୍ତି।

ବୃଷ ରାଶି :-

ଏହି ରାଶିର ପାର୍ଟନର ବହୁତ ଯତ୍ନଶୀଳ ସ୍ୱଭାବର ହୋଇଥାନ୍ତି।ଏମାନେ ନିଜ ପତ୍ନୀଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ବୁଝି ଥାଆନ୍ତି।ଏମାନେ ନିଜ ପତ୍ନୀଙ୍କ ଆଖିର ଲୁହ ଦେଖି ପାରନ୍ତି ନାହିଁ। ଏହାସହିତ ଏମାନେ ନିଜ ପତ୍ନୀଙ୍କୁ ସର୍ବଦା ରାଣୀ କରି ରଖିଥାନ୍ତି। କେବେବି ନିଜ ପତ୍ନୀଙ୍କ ସହିତ ବିଶ୍ୱାସଘାତକତା କରିବା ପାଇଁ ଏମାନେ ଚିନ୍ତା ମଧ୍ୟ କରି ନଥାନ୍ତି।ଏହି ରାଶିର ପୁଅମାନେ ନିଜ ପତ୍ନୀଙ୍କ ପ୍ରତି ସଚ୍ଚୋଟ ଓ ବିଶ୍ଵସ୍ତ ଥାଆନ୍ତି। ଏହାସହିତ ଏମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ପତ୍ନୀଙ୍କ ରାୟ ତାଙ୍କୁ ପଚାରି ଥାନ୍ତି।

କର୍କଟ ରାଶି :-

ଏହି ରାଶିର ପୁଅମାନେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରିଥାନ୍ତି।ଏମାନେ ନିଜ ପତ୍ନୀଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏହାସହିତ ଏମାନେ ନିଜ ପତ୍ନୀଙ୍କ ପାଇଁ ଦୁନିଆ ସହିତ ମଧ୍ୟ ଲଢି ଯାଆନ୍ତି। ଏହି ରାଶିର ପାର୍ଟନର ବହୁତ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି ଏବଂ ଏମାନେ ନିଜ ପତ୍ନୀଙ୍କ ସହିତ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି।ଏମାନେ ନିଜ ପତ୍ନୀଙ୍କୁ ଅଧିକ ସମୟ ଦେଇଥାନ୍ତି।ଏମାନେ ନିଜ ପତ୍ନୀଙ୍କର ସବୁ ଦୁଃଖ ଓ ସୁଖର ସାଥୀ ହୋଇ ରହିଥାନ୍ତି। ସମୟ ଆସିଲେ ଏହି ରାଶିର ପୁଅମାନେ ବାପା ହୋଇ ନିଜ ପତ୍ନୀଙ୍କର ଯତ୍ନ ମଧ୍ୟ ନେଇ ଥାଆନ୍ତି।

ଧନୁ ରାଶି :-

ଏହି ରାଶିର ପୁଅମାନେ ଉତ୍ତମ ସ୍ବାମୀ ମଧ୍ୟରେ ଗଣା ଯାଇଥାନ୍ତି।ଏମାନେ ନିଜ ସ୍ୱଭାବରୁ ପତ୍ନୀଙ୍କ ହୃଦୟ ଜିତି ନେଇଥାନ୍ତି।ଏମାନେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରିବା ସହିତ ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାନ୍ତି।ଏହି ରାଶିର ପୁଅମାନେ ନିଜ ପତ୍ନୀଙ୍କୁ ଉପହାର ଦେଇ ଖୁସି କରାଇବା ପାଇଁ ପସନ୍ଦ କରିଥାନ୍ତି।ଏମାନଙ୍କ ପାଇଁ ଦୁନିଆର ସବୁଠାରୁ ବଡ଼ ଖୁସି ହେଉଛି ନିଜ ପତ୍ନୀଙ୍କ ଖୁସି।କେହି ଏମାନଙ୍କ ପତ୍ନୀଙ୍କୁ ଅପମାନ କଲେ ଏମାନେ ସହ୍ୟ କରି ପାରନ୍ତି ନାହିଁ।

ମୀନ ରାଶି :-

ଏହି ରାଶିର ପୁଅମାନେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ ଓ ସମ୍ମାନ କରିଥାନ୍ତି।ଏମାନେ ସର୍ବଦା ନିଜ ପତ୍ନୀଙ୍କ ଜୀବନରେ ଥିବା ସମସ୍ୟାର ସମାଧାନ କରିଥାନ୍ତି।ଏମାନେ ସ୍ୱଭାବରୁ ବହୁତ ଆକର୍ଷକ ହୋଇଥାଆନ୍ତି। ଏହାସହିତ ଏମାନେ ନିଜ ପତ୍ନୀଙ୍କୁ ଖୁସି କରାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।ପତ୍ନୀଙ୍କୁ ଦୁଃଖିତ ହେବାର ଦେଖିଲେ ଏମାନେ ମଧ୍ୟ ଦୁଃଖିତ ହୋଇ ଯାଇଥାନ୍ତି। ଖାସ୍ କଥା ଏହି କି ଯେ ଏମାନେ ଜଣେ ଉତ୍ତମ ସ୍ବାମୀ ଓ ବାପା ହୋଇ ନିଜ ପତ୍ନୀଙ୍କର ଯତ୍ନ ରଖିଥାନ୍ତି ଓ ତାଙ୍କୁ ଖୁସିରେ ରଖିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *