Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ ବିଭିନ୍ନ ପ୍ରକାରର ଧାତୁ ଜିନିଷ କିଣିବା ଶୁଭ ହୋଇଥାଏ। ରାଶି ଅନୁସାରେ ଧାତୁ କିଣିଲେ ଭାଗ୍ୟ ପରିବର୍ତ୍ତନ ହୋଇଯିବ।

ସେୟାର୍ କରନ୍ତୁ

ବୈଶାଖ ମାସର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଇଥାଏ। ଏହି ଶୁଭ ଦିନରେ ସୁନା, ରୂପା ବା ଅନ୍ୟ କୌଣସି ଧାତୁ କିନିବାର ପରମ୍ପରା ରହିଛି। ଏହିଦିନ ରାଶି ଅନୁସାରେ ଧାତୁ କିଣିବା ବହୁତ ଶୁଭ ହୋଇଥାଏ।

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ବହୁତ ଶୁଭ ମାନା ଯାଇଥାଏ। ଏହିଦିନ ସୁନା, ରୂପା, ଅନ୍ୟ ଧାତୁ କିଣିବାର ପରମ୍ପରା ରହିଛି। କାରଣ ମାନ୍ୟତା ରହିଛି କି ଏହିଦିନ ଧାତୁ ସ୍ୱରୂପ ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି। ଅକ୍ଷୟ ତୃତୀୟା ପର୍ବ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିନ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ଏହି ବର୍ଷ ଅକ୍ଷୟ ତୃତୀୟା ମଇ ୩ ତାରିଖ ଦିନ ପଡୁଛି।

ଏହିଦିନ ଆପଣ ନିଜର ସାମର୍ଥ୍ୟ ଅନୁସାରେ ସୁନା ବା ରୁପାର ଆଭୂଷଣ କିଣି ପାରିବେ। ଏହି ଦିନ ଧାତୁ କିଣିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳି ଯିବ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ କେଉଁ ଧାତୁ କିଣିବା ଉଚିତ।

ଅକ୍ଷୟ ତୃତୀୟା ଦିନ ରାଶି ଅନୁସାରେ ଧାତୁ କିଣିବା ଉଚିତ :-

ମେଷ ରାଶି :- ଏହି ରାଶିର ଲୋକେ ଅକ୍ଷୟ ତୃତୀୟ ଦିନ ତମ୍ବା ବା ସୁନାର ଜିନିଷ କିଣାକିଣି କରି ପାରିବେ।କାରଣ ଏହି ରାଶିର ଅଧିପତି ମଙ୍ଗଳ ଗ୍ରହ ଅଟନ୍ତି। ତେଣୁ ଏହି ରାଶିର ଲୋକଙ୍କ ପାଇଁ ଶୁଭ ଧାତୁ ହେଉଛି ତମ୍ବା।

ବୃଷ ରାଶି :- ଏହି ରାଶିର ଅଧିପତି ଶୁକ୍ର ଗ୍ରହ ହୋଇଥିବା କାରଣରୁ ଏହି ରାଶିର ଲୋକଙ୍କୁ ରୂପା କିଣିବା ଉଚିତ। ଶୁକ୍ର ଗ୍ରହ ପାଇଁ ହିରାଅଧ୍ୟ ପ୍ରମୁଖ ଅଟେ।

ମିଥୁନ ରାଶି :- ଏହି ରାଶିର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ।ଏଥିପାଇଁ ଅକ୍ଷୟ ତୃତୀୟା ପର୍ବ ଦିନ ଏହି ରାଶିର ଲୋକେ କଂସା ଧାତୁର ଜିନିଷ କିଣିବା ଉଚିତ।

କର୍କଟ ରାଶି :- ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକେ ରୂପା କିଣିବା ଉଚିତ। କାରଣ ଏହି ରାଶିର ଅଧିପତି ଚନ୍ଦ୍ର ଗ୍ରହ ଅଟନ୍ତି। ତେଣୁ ରୂପା କିଣିବା ବହୁତ ଶୁଭ ସାବ୍ୟସ୍ତ ହେବ।

ସିଂହ ରାଶି :- ଏହି ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟ ଗ୍ରହ। ତେଣୁ ଏହି ରାଶିର ଲୋକଙ୍କୁ ଅକ୍ଷୟ ତୃତୀୟା ଦିନ ତମ୍ବା ବା ସୁନାର ଜିନିଷ କିଣିବା ଆବଶ୍ୟକ।

କନ୍ୟା ରାଶି :- ଏହି ରାଶିର ସ୍ବାମୀ ବୁଧ ଗ୍ରହ ଅଟନ୍ତି। ତେଣୁ ଏହି ରାଶିର ଲୋକଙ୍କୁ କଂସା ଧାତୁର ଜିନିଷ କିଣିବା ଉଚିତ।

ତୁଳା ରାଶି :- ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକେ ରୂପା ଜିନିଷ କିଣାକିଣି କରି ପାରିବେ। କାରଣ ଏହି ରାଶିର ଅଧିପତି ଶୁକ୍ର ଗ୍ରହ ଅଟନ୍ତି।

ବିଛା ରାଶି :- ଏହି ରାଶିର ଅଧିପତି ମଙ୍ଗଳ ଗ୍ରହ ଅଟନ୍ତି। ତେଣୁ ଏହି ରାଶିର ଲୋକଙ୍କୁ ଅକ୍ଷୟ ତୃତୀୟା ଦିନ ତମ୍ବା କିଣିବା ଶୁଭ ସାବ୍ୟସ୍ତ ହେବ।

ଧନୁ ରାଶି :- ଏହି ରାଶିର ଅଧିପତି ହେଉଛନ୍ତି ଗୁରୁ ବୃହସ୍ପତି। ତେଣୁ ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକଙ୍କୁ ପିତ୍ତଳ ବା ସୁନା ଜିନିଷ କିଣାକିଣି କରିବା ଉଚିତ।

ମକର ରାଶି :- ଏହି ରାଶିର ଅଧିପତି ହେଉଛନ୍ତି ଶନି ଗ୍ରହ। ତେଣୁ ଏହି ରାଶିର ଲୋକଙ୍କୁ ଅକ୍ଷୟ ତୃତୀୟା ଦିନ ଲୁହା ବା ଷ୍ଟିଲ ବାସନ ଆଦି କିଣିବା ଉଚିତ।

କୁମ୍ଭ ରାଶି :- ଏହି ରାଶିର ଅଧିପତି ହେଉଛନ୍ତି ଭଗବାନ ଶନି। ତେଣୁ ଏହି ରାଶିର ଲୋକଙ୍କୁ ଅକ୍ଷୟ ତୃତୀୟା ଦିନ ଲୁହାରେ ତିଆରି ଜିନିଷ କିଣିବା ଉଚିତ।

ମୀନ ରାଶି :- ଏହି ରାଶିର ଅଧିପତି ଗୁରୁ ଗ୍ରହ ବୃହସ୍ପତି ଅଟନ୍ତି।ତେଣୁ ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକେ ତମ୍ବା ବା ସୁନା ଜିନିଷ କିଣିବା ଉଚିତ।ତାହା ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *