Excuse Me Odisha

ଯାହା କହିବୁ ସତ କହିବୁ

୩୦ ଏପ୍ରିଲ ୨୦୨୨ ସୂର୍ଯ୍ୟ ପରାଗ ; ଭାରତରେ କେଉଁ ସମୟରେ ଦେଖାଯିବ,ସୁତକ କାଳର ଠିକ ସମୟ,ଗର୍ଭବତୀ ମହିଳା ନିଶ୍ଚୟ କରନ୍ତୁ ଏହି କାମ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୩୦ ଏପ୍ରିଲ ୨୦୨୨ କୁ ସୂର୍ଯ୍ୟ ପରାଗ। ଭାରତରେ କେଉଁ ସମୟରେ ଦେଖାଯିବ ସୁତକ କାଳର ଠିକ ସମୟ। ଗର୍ଭବତୀ ମହିଳା ନିଶ୍ଚୟ କରନ୍ତୁ ଏହି କାମ।

୩୦ ଏପ୍ରିଲକୁ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି ଏବଂ ଏହି ସୂର୍ଯ୍ୟ ପରାଗ କେବେ ଲାଗିବ ସୁତକ କାଳ ପାଳନ କରାଯିବ ନାଁ ନାହିଁ। କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଝିରେ ଚନ୍ଦ୍ରମା ଆସିଯାଏ ଯେତେବେଳେ ଚନ୍ଦ୍ରମାର ପରଛାଇ ପ୍ରଥିବୀ ଉପରେ ପଡିଥାଏ ତାହାକୁ ସୂର୍ଯ୍ୟ ପରାଗ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ମାନ୍ୟତା ଅନୁସାରେ ସୂର୍ଯ୍ୟ ପରାଗ ଯେବେବି ଲାଗିଥାଏ ତ ଏହାର ପ୍ରଭାବ ପୁରା ବିଶ୍ୱ ଅର୍ଥାତ ଦେଶ ଦୁନିଆରେ ନିଶ୍ଚୟ ପଡିଥାଏ ଏବଂ ଏହି ବର୍ଷର ଯେଉଁ ପ୍ରଥମ ସୂର୍ଯ୍ୟ ପରାଗ ତାହା ୩୦ ଏପ୍ରିଲ ୨୦୨୨କୁ ଲାଗିବ ଏବଂ ଏହି ସୂର୍ଯ୍ୟ ପରାଗ ଆଂଶିକ ପରାଗ ମାନାଯାଉଛି।

ବର୍ଷର ଯେଉଁ ପ୍ରଥମ ପରାଗ ତାହା ଲାଗିବ ଭାରତୀୟ ସମୟ ଅନୁସାରେ ରାତି ୧୨:୧୫ ମିନିଟରୁ ସକାଳ ୪:୮ ମିନିଟ ପର୍ଯ୍ୟନ୍ତ ଏହି ପରାଗ ରହିବ ଏବଂ ପରାଗ କୂଳ ଅବଧି ୩ ଘଣ୍ଟା ୫୨ ମିନିଟ ପର୍ଯ୍ୟନ୍ତ ହେବ। ଏହି ପରାଗ ରବିବାର ଦିନ ଲାଗିବ ତ ଯଦି ଆମେ ପଞ୍ଚାଗ କଥା ମାନିବା ତ ସନ୍ଧ୍ୟାର ପ୍ରଥମ ସୂର୍ଯ୍ୟ ପରାଗ ଅଟେ। ଯାହା ବୈଶାଖ ଶୁକ୍ଳପକ୍ଷରୁ ଆରମ୍ଭ ହେବ ଏବଂ ସମାପ୍ତ ହେଉ ହେଉ ପ୍ରତିପଦା ତିଥି ଆସିଯିବ। ଅର୍ଥାତ ବୈଶାଖ ଶୁକ୍ଳପକ୍ଷର ପ୍ରତିପଦା। ଏବେ ଏହି ସୂର୍ଯ୍ୟ ପରାଗ ଦିନ ଶନିଶ୍ଚରି ଅମାବାସ୍ୟା ବି ପଡୁଅଛି।

ଥିପାଇଁ ଏହାର ମହତ୍ୱ ଅନେକ ଗୁଣା ବଢିଯାଇଛି କାରଣ ଶନିଶ୍ଚରି ଅମାବାସ୍ୟା ଶନିବାର ଦିନ ଅମାବାସ୍ୟା ଏବଂ ସୂର୍ଯ୍ୟ ପରାଗ। ଏହି ସୂର୍ଯ୍ୟ ପରାଗ ଆଂଶିକ ଅଟେ କିନ୍ତୁ ଏହାର ସୁତକ କାଳ ପାଳନ କରାଯିବ ନାହିଁ ଭାରତରେ କିନ୍ତୁ ଯେଉଁଠି ଦେଖାଯିବ ସେହିଠାରେ ତ ପାଳନ କରାଯିବ କିନ୍ତୁ ଭାରତରେ ଲାଗିବ ନାହିଁ। କିନ୍ତୁ କିଛି ସାବଧାନତା ଆପଣଙ୍କୁ ଅବଲମ୍ବନ କରିବାକୁ ପଡିବ ଆପଣ ଯେକୌଣସି ଜାଗାରେ ଥାନ୍ତୁ ଭାରତରେ ଥାନ୍ତୁ କିମ୍ବା ଅନ୍ୟ କୌଣସି ବି ଦେଶରେ ଥାନ୍ତୁ। ଆପଣ କଣ ଏମିତି କରିବେ ଯାହା ଦ୍ଵାରା ଆପଣଙ୍କ ଜୀବନରେ କଷ୍ଟ ନହେବ।

ପରାଗ ଆରମ୍ଭ ହେବା ପୂର୍ବରୁ ଆପଣ ଶୁଦ୍ଧ ରୁହନ୍ତୁ। ଭାରତରେ ଏହା ରାତିରେ ରହିବ ତ ଆପଣ ଶୁଦ୍ଧ ରହିବେ। ଏହି ସମୟରେ ଯଦି ସମ୍ଭବ ତ ମନ୍ତ୍ର ଜପ କରନ୍ତୁ। ଆପଣ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ ଓଁ ଆଦିତାୟ ନମଃ ମନ୍ତ୍ରର ଜପ କରିପାରିବେ ଆପଣ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିପାରିବେ। ଆପଣ ଗୁରୁ ଦୀକ୍ଷା ନେଇଥିଲେ ସେହି ମନ୍ତ୍ର ବି ଜପ କରିପାରିବେ ନଚେତ ଓଁ ନମଃ ଶିବାୟ ବି ଜପ କରିପାରିବେ।

ପରାଗ ସମୟରେ ଇଷ୍ଟ ଦେବାଦେବୀଙ୍କର ପୂଜାଅର୍ଚ୍ଚନା କରନ୍ତୁ ନାହିଁ।

ଏହି ସମୟରେ ଦାନ କରନ୍ତୁ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହି ପରାଗ ସକାଳୁ ସକାଳୁ ସମାପ୍ତ ହେବ ତ ବହୁତ ଲୋକ ଶୋଇ ଥିବେ ତ ଯେଉଁ ବିଛଣାରେ ଶୋଇ ଥିବେ ତ ସେହି ବିଛଣା ସଜ ସବୁ ଧୋଇ ଦିଅନ୍ତୁ ନିଜର ପିନ୍ଧିଥିବା ବସ୍ତ୍ରକୁ ବି ଧୋଇ ଦିଅନ୍ତୁ ଏବଂ ମୁଣ୍ଡ ଧୋଇ ସ୍ନାନ କରିନିଅନ୍ତୁ। ତେବେ ଯାଇ ଆପଣଙ୍କୁ ଶୁଭ ଫଳର ପ୍ରାପ୍ତ ହେବ।

ପରାଗର ପୂର୍ବ ଦିନରେ ଶନିବାର ଦିନ ରାତିରେ ଘରେ ଯେତେ ସବୁ ଖାଦ୍ୟ ପଦାର୍ଥ ଥିବ କ୍ଷୀର ଦହି ମିଠା ତରକାରୀ ସବୁଥିରେ ତୁଳସୀ ପତ୍ର ପକେଇ ଦେବେ। ଏହା ଦ୍ବାରା ପରାଗର କୁପ୍ରଭାଵ ଏହି ଖାଦ୍ୟ ଉପରେ ପଡିବ ନାହିଁ।

ପରାଗ ସମୟରେ ଏହିସବୁ ଭୁଲ କରିବେ ନାହିଁ।

ଏହି ସମୟରେ କୌଣସି ବି ଶୁଭ କାର୍ଯ୍ୟ କରିବେ ନାହିଁ। ଯେମିତିକି ଭଲ ଡିଲ କରିବା ପାଇଁ ଆପଣ ଚାହାନ୍ତି ତ ତାହା କରନ୍ତୁ ନାହିଁ। କୌଣସି ପ୍ରକାରର ମାଙ୍ଗଳିକ ରୂପରେଖା ପ୍ରସ୍ତୁତ କରୁଛନ୍ତି ତ ତାହା କରନ୍ତୁ ନାହିଁ।

ଗର୍ଭବତୀ ମହିଳାଙ୍କୁ ବହୁତ ସମ୍ବାଳି କରି ରହିବାକୁ ହେବ। ଏହି ସମୟରେ ବାହାରକୁ ବାହାରିବେ ନାହିଁ।

ପରାଗ ସମୟରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ। ପରିବା କାଟିବେ ନାହିଁ। ଚାକୁ ଛୁରୀର ଛୁଞ୍ଚି ଭଳି ଧାରୁଆ ଜିନିଷ ଠାରୁ ଦୂରେଇ ରହିବେ। ଏହି ସମୟରେ ଭଜନ ବି କରିବେ ନାହିଁ।

ପରାଗ ସମୟରେ ଗର୍ଭବତୀ ମହିଳାମାନେ ତାଲା ଚାବିବି ଖୋଲିବେ ନାହିଁ। ଏହି ସମୟରେ ଅଧିକରୁ ଅଧିକ ମନ୍ତ୍ର ଜପ କରିବେ।

ଏହି ସମୟରେ ଯାତ୍ରାବି କରିବେ ନାହିଁ। ଏହା ଦ୍ବାରା ପରାଗର କୁପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ।

ଏହି ସମୟରେ କୌଣସି ମାଙ୍ଗଳିକ ଏବଂ ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ନଖ କାଟିବେ ନାହିଁ କି ମୁଣ୍ଡ କୁଣ୍ଡାଇବେ ନାହିଁ। ଶୋଇବା ଉଚିତ ନୁହେଁ।

ଘରର ମନ୍ଦିରର କବାଟକୁ ବନ୍ଦ କରିଦିଅନ୍ତୁ କିମ୍ବା ପରଦା ପକେଇ ଦିଅନ୍ତୁ।

ଗ୍ରହ

ପରାଗ ସମୟରେ ଦାନ କରନ୍ତୁ। ଏହା ଦ୍ବାରା ପରାଗର କୁପ୍ରଭାବରୁ ବଞ୍ଚି ପାରିବେ ନଚେତ ପର ଦିନ ସକାଳୁ ସ୍ନାନ ସାରି ଦାନ କାର୍ଯ୍ୟ କରନ୍ତୁ।

ପରାଗ ପରେ ସ୍ନାନ କରି ଘରକୁ ଭଲ ଭାବରେ ଧୋଇ ଗଙ୍ଗା ଜଳର ଛିଞ୍ଚନ କରନ୍ତୁ। ଏହା ସହିତ ଘରର ମନ୍ଦିରର ବି ଗଙ୍ଗା ଜଳର ଛିଞ୍ଚନ କରନ୍ତୁ।

ଏହି ପରାଗ ବୃଷ ରାଶିଙ୍କ ପାଇଁ ବହୁତ ଭଲ ରହିବ। ଏହି ପରାଗ ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇଯିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବ। ଯାତ୍ରାବି ଲାଭଦାୟକ ରହିବ। ବ୍ୟବସାୟ ଯାତ୍ରା ଏହି ସମୟ ଆପଣଙ୍କ ପାଇଁ ଶୁଭ ରହିବ।

କର୍କଟ ରାଶିର ଲୋକମାନଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବ। କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁଙ୍କ ଠାରୁ ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ଯଶ ବଢିବ ଏବଂ ଏହି ପରାଗ ଆପଣଙ୍କ ଭାଗ୍ୟକୁ ମଜବୁତ କରିବ। ଆଗକୁ ବଢି ନିଜର ଯୋଗ୍ୟତାକୁ ସାବ୍ୟସ୍ତ କରିବେ। ଉଚ୍ଚ ଅଧିକାରୀଙ୍କ ସପଟ ମିଳିବ।

ତୁଳା ରାଶିର ଲୋକମାନଙ୍କ ପାଇଁ ଏହି ପରାଗ ବହୁତ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ଚାକିରୀରେ ଭଲ ଅବସର ମିଳିବ। ଏହି ସମୟରେ ନିଜର କାର୍ଯ୍ୟକୁ ନେଇ ଏକ ଅଲଗା ପରିଚୟ ପ୍ରସ୍ତୁତ କରିବେ। ବହୁତ ପରିଶ୍ରମ ପରେ ଆପଣ ନିଜର ଲକ୍ଷକୁ ପ୍ରାପ୍ତ କରିବେ।

ଧନୁ ରାଶିର ଲୋକଙ୍କୁ ଆର୍ଥିକ ସ୍ଥିତିରେ ବହୁତ ସୁଧାର ହେବ। ଚାକିରୀରେ ଥିବା ଲୋକମାନଙ୍କ ପାଇଁ ବହୁତ ଭଲ ସମୟ ରହିବ। ବିଦେଶରେ ଚାକିରୀ ପ୍ରାପ୍ତର ପ୍ରବଳ ସମ୍ଭାବନା ରହିଛି। ଉନ୍ନତିର ଅଵସର ମିଳିବ ଏବଂ ଗ୍ରହଣ ସମୟରେ ଅଧିକରୁ ଅଧିକ ମନ୍ତ୍ର ଜପ କରନ୍ତୁ। ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଆରମ୍ଭ କରିପାରିବେ। ଆପଣଙ୍କୁ ବହୁତ ଲାଭ ମିଳିବର ଯୋଗ ବନୁଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *