Excuse Me Odisha

ଯାହା କହିବୁ ସତ କହିବୁ

ଭିକାରିକୁ ବି ରାଜା ବନାଇଦେବ ଏହି ୬ଟି ଉପାୟ ,ଯଦି ଟଙ୍କା ଦରକାର ତା ହେଲେ ଆପଣାନ୍ତୁ ଏହି ଉପାୟ

ସେୟାର୍ କରନ୍ତୁ

ଆଜିକାଲି ସମସ୍ତଙ୍କ ମନରେ ଟଙ୍କାର ଲୋଭ ରହିଛି। ଟଙ୍କା ଯେତେ ରହିଲେ ମଧ୍ୟ ସମସ୍ତଙ୍କର ଅଭାବ ହୋଇଥାଏ। ଟଙ୍କା ରୋଜଗାର କରିବା ପାଇଁ ଲୋକେ ଅନେକ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ କଠିନ ପରିଶ୍ରମ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନଥାଏ। ଆଉ ଏକ କଥା ହେଉଛି ଯଦି ଭାଗ୍ୟ ନିଜ ସପକ୍ଷରେ ନଥିବ ତାହେଲେ ଟଙ୍କା ପାଖକୁ ଆସୁଥିଲେ ମଧ୍ୟ ନିଜ ପାଖରେ ତିଷ୍ଠି ରହି ପାରିବ ନାହିଁ। ତେଣୁ ଏହି ମାମଲାରେ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଉପାୟ କରି ଆପଣ ସୁଫଳ ପାଇ ପାରିବେ।

ଭାରତରେ ବାସ୍ତୁ ଶାସ୍ତ୍ରକୁ ବହୁତ ମାନା ଯାଇଥାଏ। ତେଣୁ ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା କିଛି ସରଳ ଉପୟକୁ ପ୍ରୟୋଗ କରି ବ୍ୟକ୍ତି ନିଜ ଭବିଷ୍ୟତକୁ ସୁନ୍ଦର ଗଢି ପାରିବ।ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବିଦ୍ୟମାନ ହେବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ।

ତୁଳସୀ ଗଛ :-

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ମାନା ଯାଇଛି।ବାସ୍ତୁ ଶାସ୍ତ୍ରରେ ଏହି ତୁଳସୀ ଗଛକୁ ଘରେ ଲଗାଇବାର ପରାମର୍ଶ ଦିଆଯାଇଥାଏ।ଯଦି ଆପଣ ନିଜ ଘରେ ତୁଳସୀ ଗଛ ଲଗାଉଛନ୍ତି, ତାହେଲେ ପ୍ରତ୍ୟେକଦିନ ସ୍ନାନ ସାରି ଏହାର ନିୟମିତ ପୂଜାର୍ଚ୍ଚନା କରନ୍ତୁ।କିନ୍ତୁ ରବିବାର ଓ ଏକାଦଶୀ ତିଥି ଦିନ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ନାହିଁ। ଦେବୀ ତୁଳସୀ ପ୍ରସନ୍ନ ରହିଲେ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ

ଭୋକିଲା ଜୀବଜନ୍ତୁଙ୍କ ଭୋଜନ କରାଇବା :-

ବାସ୍ତୁ ଶାସ୍ତ୍ର ଅନୁସାରେ ଭୋକିଲା ଜୀବଜନ୍ତୁଙ୍କ ଭୋଜନ କରାଇବା ଉଚିତ ଏହାଦ୍ବାରା ପୁଣ୍ୟ ପ୍ରାପ୍ତ ହୋଇଥାଏ। ଘରେ ତିଆରି ହେଉଥିବା ରୁଟିରୁ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେବା ଉଚିତ ଓ ଶେଷ ରୁଟି କୁକୁରକୁ ଦେବା ଉଚିତ। ମାଛ ମାନଙ୍କୁ ଅଟାର ଦାନା କରି ଖାଇବାକୁ ଦେବା ଉଚିତ। ଏହାସହିତ ପକ୍ଷୀ ମାନଙ୍କୁ ଦାନା ଦେବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଆପଣଙ୍କୁ ସବୁ ପାପରୁ ମୁକ୍ତି ମିଳିଯିବ। ଆପଣଙ୍କ ଘରେ ସୁଖ ସମୃଦ୍ଧିରେ ଭରି ଯିବ ଏବଂ ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଯିବ।

ଗୁରୁବାର ଦିନ ରଖନ୍ତୁ ଲକ୍ଷ୍ମୀନାରାୟଣଙ୍କ ବ୍ରତ :-

ଭଗବାନ ବିଷ୍ଣୁଙ୍କୁ ଲକ୍ଷ୍ମୀନାରାୟଣ ମଧ୍ୟ କୁହାଯାଏ। ଗୁରୁବାର ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ତେଣୁ ଏହିଦିନ ବ୍ରତ ରଖିବା ଅତ୍ୟନ୍ତ ଶୁଭ ମାନା ଯାଇଛି। ଏହାଦେର ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ମନ୍ଦିରରେ ଦୀପ ପ୍ରଜ୍ବଳନ କରିବା :-

ଯଦି ଆପଣ ନିଜ ଜୀବନରେ ଅଧିକ ଦୁଃଖ ଓ ସମସ୍ୟା ମଧ୍ୟରେ ବୁଡି ରହିଛନ୍ତି, ତାହେଲେ ଆପଣ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ନିଜ ଜୀବନକୁ ଆଲୋକିତ କରି ପାରିବେ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ। ଘରେ ମଧ୍ୟ ଦୀପ ଜଳାନ୍ତୁ, ଏହାଦ୍ଵାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହେବ।

ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା:-

ଭଗବାନ ଶିବ ସମସ୍ତଙ୍କ ଦୁଃଖକୁ ଦୂର କରି ସବୁ ମନସ୍କାମନା ପୂରଣ କରିଥାନ୍ତି। ତେଣୁ ପ୍ରତ୍ୟେକ ଦିନ ସ୍ନାନ ସାରି ସୂର୍ଯ୍ୟୋଦୟ ପୂର୍ବରୁ ଶିବ ଲିଙ୍ଗ ଉପରେ ଜଳ ଢାଳି ବେଲପତ୍ର, ଫୁଲ, ଭୋଗ ଆଦି ଅର୍ପଣ କରନ୍ତୁ। ଏହାଛଡା ଆପଣ ଶିବଲିଙ୍ଗ ଉପରେ କ୍ଷୀର ମଧ୍ୟ ଅର୍ପଣ କରିବେ। ଏହାଦ୍ବାରା ଆପଣଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ।

ଚନ୍ଦ୍ର ଗ୍ରହର ପୂଜାର୍ଚ୍ଚନା କରିବା :-

ଚନ୍ଦ୍ର ଗ୍ରହ ମନ ଓ ଧନର ପ୍ରତୀକ ଅଟନ୍ତି। କୁହାଯାଏ କି ଯେଉଁ ଲୋକଙ୍କ କୁଣ୍ଡଳୀରେ ଚନ୍ଦ୍ର ଗ୍ରହ ଶୁଭ ସ୍ଥିତିରେ ରହିଥାନ୍ତି, ସେମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ।ଏହାସହିତ ସେହି ବ୍ୟକ୍ତି ଧନ ସମ୍ପତ୍ତିର ଅଧିକାରୀ ମଧ୍ୟ ହୋଇଥାନ୍ତି। ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂଜା କରିବା ଦ୍ୱାରା ପୁଣ୍ୟ ମିଳିଥାଏ ଏବଂ ଆର୍ଥିକ ଅଭାବରୁ ମୁକ୍ତି ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *