Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରେ ବିଲେଇ ପଶି କ୍ଷୀର ପିଇବା ଶୁଭ ନ ଅଶୁଭ ହୋଇଥାଏ ? ଜାଣନ୍ତୁ ବିଲେଇ ସହିତ ଜଡିତ କିଛି ଖାସ୍ କଥା।

ସେୟାର୍ କରନ୍ତୁ

ସାଧାରଣତଃ ଅଧିକାଂଶ ଲୋକେ ଘରେ ବିଲେଇ ରଖିବାକୁ ପସନ୍ଦ କରିଥାନ୍ତି। ବିଲେଇ ଦେଖିବାକୁ ବହୁତ ସୁନ୍ଦର ଓ କୋମଳ ହୋଇଥାନ୍ତି। ବାହାରେ ମଧ୍ୟ ବିଲେଇ ରହିଥାନ୍ତି ଏବଂ ଅନ୍ୟ କାହା ଘରେ ପଶି କ୍ଷୀର ପିଇ ଥାଆନ୍ତି। ଏହାସହିତ ଆମେ ଯିବା ସମୟରେ ଆମ ରାସ୍ତା କାଟିଥାନ୍ତି।

ଏହିସବୁ ଜିନିଷକୁ ନେଇ ସମାଜରେ ଅନେକ କିଛି ମାନ୍ୟତା ପ୍ରଚଳିତ ରହିଛି। ବିଲେଇକୁ ନେଇ କିଛି କ୍ଷେତ୍ରରେ ଶୁଭ ମାନା ଯାଇଥାଏ। ଆଉ କିଛି କ୍ଷେତ୍ରରେ ଅଶୁଭ ମାନା ଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଲେଇକୁ ରାହୁ ଗ୍ରହର ବାହନ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ବିଲେଇ ସହିତ ଜଡ଼ିତ କିଛି ଖାସ୍ କଥା ବିଷୟରେ କହିବାକୁ ଯାଉଛୁ।

ବିଲେଇ ସହିତ ଜଡିତ କିଛି ମାନ୍ୟତା :-

୧/ ବିଲେଇ ରାସ୍ତା କାଟି ଚାଲିଗଲେ ଅଶୁଭ ମାନା ଯାଇଥାଏ।କିନ୍ତୁ ପ୍ରତ୍ୟେକ ଥର ବିଲେଇ ରାସ୍ତା କାଟି ଚାଲିଗଲେ ଅଶୁଭ ହୋଇ ନଥାଏ। ଯଦି ବିଲେଇ ରାସ୍ତାର ବାମ ପଟରୁ ଡାହାଣକୁ ରାସ୍ତା କାଟି ଚାଲିଗଲେ, ଏହାକୁ ଅଶୁଭ ମାନା ଯାଇଥାଏ। କିନ୍ତୁ ଅନ୍ୟ ଦିଗରୁ ବିଲେଇ ଆସିଲେ କୌଣସି ଅଶୁଭ ହୋଇ ନଥାଏ।

୨/ ଯଦି ଆପଣ ଯିବା ସମୟରେ ବିଲେଇ ଆପଣଙ୍କ ରାସ୍ତା କାଟି ଚାଲି ଯାଉଛି, ତାହେଲେ ଭୟ କରନ୍ତୁ ନାହିଁ। ସେଠାରେ କିଛି ସମୟ ରହି ଯାଆନ୍ତୁ ଓ ହାତ ଯୋଡ଼ି ଭଗବାନଙ୍କୁ ସ୍ମରଣ କରନ୍ତୁ। ଦେଖିବେ, ଆପଣ ଯେଉଁ କାର୍ଯ୍ୟରେ ଘରୁ ବାହାରି ଥିଲେ, ସେଥିରେ କୌଣସି ବାଧା ବିଘ୍ନ ସୃଷ୍ଟି ହେବ ନାହିଁ।

୩/ ଅଧିକାଂଶ ସମୟରେ ବିଲେଇ ରୋଷେଇ ଘରେ ପଶି କ୍ଷୀର ପିଇ ଯାଇଥାନ୍ତି। କିଛି ଲୋକେ ଏଥିପାଇଁ ବିଲେଇଙ୍କ ଉପରେ ବିରକ୍ତ ହୋଇଥାନ୍ତି। କିନ୍ତୁ ଏଥିପାଇଁ ଆପଣ ଖୁସି ହେବା ଉଚିତ। ବିଲେଇ ଘରେ କ୍ଷୀର ପିଇବାକୁ ଶୁଭ ମାନା ଯାଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କ ଘରର ଆର୍ଥିକ ଅବସ୍ଥା ସୁଦୃଢ ହେବ। ବ୍ୟବସାୟରେ ଅଧିକ ଲାଭବାନ ହେବେ।

୪/ ଦୀପାବଳୀ ଦିନ ଘରକୁ ବିଲେଇ ଆସିବା ନଜିର ଶୁଭ ମାନା ଯାଇଥାଏ। ଏହାଦ୍ବାରା ପରିବାର ଉପରେ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଘରେ ବିଲେଇ ତାର ଛୁଆ ଜନ୍ମ ଦେଲେ ମଧ୍ୟ ଏହାକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ।ଏହାର ଅର୍ଥ ହେଉଛି ଆପଣଙ୍କ ଘର ହସଖୁସିରେ ଭରି ଯିବ।

୫/ ଅଧିକାଂଶ ଲୋକେ ଘରେ ବିଲେଇ ପାଳି ଥାଆନ୍ତି। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।ଯେଉଁ ଲୋକଙ୍କ କୁଣ୍ଡଳୀରେ ରାହୁ ଗ୍ରହ ଦୁର୍ବଳ ସ୍ଥିତିରେ ରହିଥାନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ଘରେ ବିଲେଇ ପାଳିବା ଉଚିତ।ଘରର ନକାରାତ୍ମକ ଉର୍ଜା ବିଲେଇ ନିଜ ଉପରକୁ ନେଇ ଯାଇଥାଏ। ତେଣୁ ବିଲେଇକୁ ରାହୁ ଗ୍ରହର ସବାରୀ ବୋଲି କୁହାଯାଏ।

୬/ ଯଦି ବିଲେଇ ଆପଣଙ୍କ ଘରର ଆଖପାଖରେ ଲଢେଇ କରେ, ତାହେଲେ ଏହାକୁ ଅଶୁଭ ମାନା ଯାଇଥାଏ।ଏହାର ଅର୍ଥ ହେଉଛି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ। ଏହାସହିତ ଘରର ଖର୍ଚ୍ଚ ବଢିପାରେ।

୭/ ବିଲେଇ ଛିଙ୍କିବା ବହୁତ ଶୁଭ ମାନା ଯାଇଥାଏ। ଯଦି ଆପଣ କୌଣସି ଜରୁରୀ କାର୍ଯ୍ୟ କରିବାକୁ ଯାଉଛନ୍ତି ଓ ବିଲେଇ ଛିଙ୍କି ଦେଲା, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କର କାର୍ଯ୍ୟ ସଫଳ ହେବ। ଯଦି ବିଲେଇ ନିଜ ପଞ୍ଜାରେ ମୁହଁ ସଫା କରୁଥିବାର ଆପଣ ଦେଖନ୍ତି, ତାହେଲେ ଆପଣଙ୍କ ଘରକୁ ଅତିଥିଙ୍କ ଆଗମନ ହେବାର ସଂକେତ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *