Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ତୁଳସୀ ଗଛ ମୂଳରେ ଚୁପଚାପ ପୋତି ଦିଅନ୍ତୁ ଏହି ଜିନିଷ,ମା ଲକ୍ଷ୍ମୀ ଦୌଡ଼ି ଚାଲିଆସିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁରୁବାର ଦିନ ତୁଳସୀ ଗଛ ମୂଳରେ ଚୁପଚାପ ପୋତି ଦିଅନ୍ତୁ ଏହି ଜିନିଷ ମା ଲକ୍ଷ୍ମୀ ଦୌଡ଼ି ଚାଲିଆସିବେ।

ବନ୍ଧୁଗଣ ତୁଳସୀ ତ ସମସ୍ତଙ୍କ ଘରେ ଥାଏ ଏବଂ ସନାନ୍ତନ ଧର୍ମରେ ତୁଳସୀ ଗଛର ବହୁତ ମହତ୍ୱ ରହିଛି। ଏହି ଗଛ ଆପଣଙ୍କ ଭାଗ୍ୟକୁ ଚମକାଇଥାଏ। ଆପଣଙ୍କ ବାସ୍ତୁଦୋଷକୁ ବି ଦୂର କରିଥାଏ। ଏମିତି ବି କୁହାଯାଏ ତୁଳସୀର ଗଛ ଘରକୁ ଆସୁଥିବା ବିପଦକୁ ଆଗରୁ ହିଁ କହିଦେଇଥାଏ। ଏହା ବାସ୍ତୁ ଠିକ କରିବା ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ତୁଳସୀ।

କାରଣ ତୁଳସୀ ସବୁବେଳେ ତାଙ୍କ ମଥାରେ ଥାଏ। ପୂଜା କରିବା ସମୟରେ କେବେବି ତୁଳସୀ ପତ୍ରକୁ ଭଗବାନଙ୍କ ଚରଣରେ ଅର୍ପଣ କରିବେ ନାହିଁ। ଭଗବାନ ବିଷ୍ଣୁଙ୍କ ଚରଣରେ ମା ଲକ୍ଷ୍ମୀ ଥାଆନ୍ତି। ଶାସ୍ତ୍ର ଅନୁସାରେ ପ୍ରତିଦିନ ତୁଳସୀ ପତ୍ର ଯଦି ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ସେବନ କରାଯାଏ ତ ଭାଗ୍ୟ ଉଦୟ ହୋଇଥାଏ କୁଣ୍ଡଳୀର ସବୁ ଗ୍ରହ ଠିକ ହୋଇଯାଇଥାଏ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ନର୍କରୁ ମୁକ୍ତି ବି ମିଳିଥାଏ। ତନ୍ତ୍ର ଶାସ୍ତ୍ରରେ ବି ତୁଳସୀର କିଛି ଉପାୟ ଅଛି ଆସନ୍ତୁ ଜାଣିବା।

ତୁଳସୀ ଘରକୁ ସୁଖ ଶାନ୍ତି ଆଣିଥାଏ ଏବଂ ସୌଭାଗ୍ୟକୁ ବଢାଇଥାଏ।

କେବେ କେବେ ଏମିତି ହୋଇଥାଏ ଧନର ସମସ୍ୟା ବହୁତ ଚିନ୍ତିତ କରିଥାଏ ତ ତନ୍ତ୍ର ଶାସ୍ତ୍ର ଅନୁସାରେ ତୁଳସୀର ସମ୍ବଦ୍ଧ ସିଧା ମଙ୍ଗଳ ଗ୍ରହ ସହିତ ଅଟେ। ଏଥିପାଇଁ ସର୍ବଦା ନିଜ ପର୍ସରେ ଆଲମାରୀରେ ତୁଳସୀର ଗୋଟେ ପତ୍ର ନିଶ୍ଚୟ ରଖନ୍ତୁ। ପ୍ରତି ୮ ଦିନରେ ଏହାକୁ ଚେଞ୍ଜ କରିପାରିବେ। ଏହି ପତ୍ର ପଇସାକୁ ବି ଆପଣଙ୍କ ଆଡ଼କୁ ଆକର୍ଷଣ କରିଥାଏ। ଯେଉଁଠି ଆପଣ ଟଙ୍କା ରଖୁଥିବେ ସେହି ଜାଗାରେ ବି ତୁଳସୀ ପତ୍ର ରଖିଦିଅନ୍ତୁ। ଏମିତି କରିଲେ କେବେବି ଧନର କମି ହେବ ନାହିଁ।

ଅନେକ ଥର ଏମିତି ହୋଇଥାଏ ବ୍ୟାପାରରେ ସଫଳତା ମିଳିନଥାଏ ତ ଏହି ସ୍ଥିତିରେ ଆପଣ ତୁଳସୀର ଗୋଟେ ପତ୍ରକୁ ୨ ରୁ ୩ ଦିନ ପର୍ଯ୍ୟନ୍ତ ପାଣିରେ ରଖନ୍ତୁ ଏବଂ ଏହି ପାଣିକୁ ନିଜ ବ୍ୟବସାୟ କାରଖାନାର କବାଟରେ ଛିଞ୍ଚନ କରିଦିଅନ୍ତୁ। ବଞ୍ଚିତ ପାଣିକୁ କୌଣସି ଗଛରେ ଢାଳି ଦିଅନ୍ତୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ ଏବଂ ନେଗେଟିଭ ଏନର୍ଜୀ ଦୂର ହୋଇଥାଏ।

ଧନ ସମ୍ପତ୍ତିର ଉନ୍ନତି ପାଇଁ ଏକ ଛୋଟ ଉପାୟ କରନ୍ତୁ। ଆପଣ କୌଣସି ବି ଶନିବାର ଦିନ ଗହମ ପେସୁଛନ୍ତି ତ ସେଥିରେ କଳା ଚଣା ଏବଂ ତୁଳସୀ ପତ୍ର ପକେଇ ପେସନ୍ତୁ। ଯଦି କିଣା ଅଟା ଖାଉଛନ୍ତି ତ ସେଥିରେ ତୁଳସୀ ପତ୍ରକୁ ଶୁଖାଇ ମିଶାଇ ଦିଅନ୍ତୁ। ଏହା ଦ୍ବାରା ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ଧନର ବୃଦ୍ଧି ହୋଇଥାଏ। ଜୀବନରେ ଖୁସି ଫେରି ଆସିଥାଏ।

ଆପଣଙ୍କୁ କେବେ କେବେ ଲାଗିଥାଏ ଆପଣଙ୍କ ଚାକିରୀ ଚାଲିଯିବ ଆପଣଙ୍କ ସହକର୍ମୀ ମାନେ ଆପଣଙ୍କୁ ବୁଝି ପାରୁନାହାନ୍ତି ତ ବହୁତ ପ୍ରକାରର ଅସୁବିଧା ହୋଇଥାଏ ତ ଗୋଟେ ଛୋଟ ଉପାୟ କରନ୍ତୁ କୌଣସି ଗୁରୁବାର ଦିନ କିମ୍ବା ଏକାଦଶୀ ଦିନ ତୁଳସୀ ଗଛର ଯେଉଁ ମଞ୍ଜି ଥାଏ ତାହାର ୧୬ ଟି ମଞ୍ଜିକୁ ହଳଦିଆ କପଡ଼ାରେ ବାନ୍ଧି ନିଜ ବ୍ୟବସାୟ କ୍ଷେତ୍ରରେ ରଖିଦିଅନ୍ତୁ। ଆପଣ ଚାହିଁଲେ ଧଳା କପଡ଼ାରେ ୧୬ ଟି ମଞ୍ଜି ନେଇ ବାନ୍ଧି ବ୍ୟବସାୟ କ୍ଷେତ୍ରରେ କୌଣସି ଗମ୍ବଲାର ମାଟିରେ ପୋତିଦିଅନ୍ତୁ ଏମିତି କରିଲେ ଚାକିରୀ ସମସ୍ୟା ଦୂର ହୋଇଯିବ।

ଘର ପରିବାରରେ ସୁଖଶାନ୍ତି ବନି ରହିବା ପାଇଁ ନିଜ ରୋଷେଇ ଘରେ ୨ ରୁ ୪ ଟି ତୁଳସୀ ପତ୍ର ନିଶ୍ଚୟ ରଖିଦିଅନ୍ତୁ। ଏହା ଦ୍ବାରା ଘରେ ସୁଖ ଶାନ୍ତି ବନି ରହିଥାଏ। ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଯଦି ପ୍ରତିଦିନ ସ୍ନାନ ପାଣିରେ ତୁଳସୀ ପତ୍ର ପକେଇ ସ୍ନାନ କରିବେ ତ ଘରର ସଦସ୍ୟଙ୍କ ସହିତ ପ୍ରେମ ବୁଦ୍ଧି ପାଇଥାଏ।

ଆପଣଙ୍କ ଘରେ ଛୋଟ ପିଲା ଯଦି ନଜର ଦୋଷରେ ଶିକାର ହୋଇଯାଇଛନ୍ତି ତ ଏହାକୁ ଠିକ କରିବା ପାଇଁ ୭ ଟି ତୁଳସୀ ପତ୍ର ଏବଂ ୭ ଟି ଗୋଲମରିଚ ନେଇ ଯେଉଁ ବ୍ୟକ୍ତିଙ୍କ ଉପରେ ୭ ଥର ବୁଲାଇବା ସମୟରେ କୁହନ୍ତୁ ଓଁ ନମଃ ଭଗବତେ ବାସୁଦେବାୟ ନମଃ। ଏହାପରେ ଗୋଲମରିଚକୁ ସେହି ବ୍ୟକ୍ତିଙ୍କୁ ଚୋବାଇବା ପାଇଁ ଦେଇଦିଅନ୍ତୁ ଏବଂ ତୁଳସୀର ପତ୍ରକୁ ଗିଳି ଦେବାକୁ ଦିଅନ୍ତୁ। ଯଦି ଛୋଟ ପିଲା ଗିଳି ନପାରିବେ ତ ଏହି ପତ୍ରକୁ ମାଟିରେ ପୋତି ଦିଅନ୍ତୁ। ଏମିତି କରିଲେ ନେଗେଟିଭ ଏନର୍ଜୀ ଦୂର ହୋଇଥାଏ।

ଗୁରୁବାର ଦିନ ଆପଣ ତୁଳସୀ ପାଖକୁ ଯାଇ ଗୋଟିଏ ହଳଦିଆ ବସ୍ତ୍ର ନେଇ ସେଥିରେ ଅଳେଇଚ ଏବଂ ମୁଦ୍ରା ଗୋଟିଏ ହଳଦୀ ଗଣ୍ଠି ନିଅନ୍ତୁ। ଆପଣ ତାହାକୁ ଚୁପ ଚାପ ତୁଳସୀକୁ ଚଢାଇ ଦିଅନ୍ତୁ। ଚଢ଼େଇବା ପରେ ନିଜର ମନକାମନା କୁହନ୍ତୁ। ଆପଣ ପର ଦିନ ତାକୁ ସେଠାରୁ ଉଠାଇ ଆଣି ଘରେ ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ। ଏହା ଦ୍ବାରା ଧନର ଆଗମନ ହୋଇଥାଏ। ବର୍ଷ ସାରା ଆପଣଙ୍କ ଭାଗ୍ୟ ଚମକି ଉଠିବ। ଆପଣ ଚାହିଁଲେ ଗୋଟିଏ ମୁଦ୍ରାକୁ ନେଇ ହଳଦୀ ଦ୍ୱାରା ନିଜ ନାଁର ପ୍ରଥମ ଅକ୍ଷରକୁ ଲେଖନ୍ତୁ। ଏବଂ ଏହାକୁ ଚୁପଚାପ ତୁଳସୀ ଉପରେ ଚଢାଇ ପରେ ଏହାକୁ ଆଲମାରୀରେ ରଖନ୍ତୁ। ବର୍ଷ ସାରା ଆପଣଙ୍କର ଗରିବତା ଦୂର ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *