Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଗୋଟି କାର୍ଯ୍ୟ କରିବା ଦ୍ୱାରା ହୋଇଥାଏ,ଘରେ ହୋଇଥାଏ ଧନ ବର୍ଷା। ବିଶ୍ୱାସ ହେଉ ନଥିଲେ କରିକି ଦେଖନ୍ତୁ।

ସେୟାର୍ କରନ୍ତୁ

ଟଙ୍କା ରୋଜଗାର କରିବା ପାଇଁ ଅଧିକାଂଶ ଲୋକେ ବହୁତ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେବେଳେ ଭାଗ୍ୟ ତାଙ୍କ ସପକ୍ଷରେ ରହି ନଥାଏ। ଶେଷରେ ବ୍ୟକ୍ତିର ସବୁ ଚେଷ୍ଟା ବିଫଳ ହୋଇଥାଏ ଏବଂ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

ବାସ୍ତୁ ଶାସ୍ତ୍ରରେ ଆର୍ଥିକ ଅଭାବରୁ ବଞ୍ଚିତ ହେବା ପାଇଁ ଓ ଧନଲାଭ କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ଦିଆଯାଇଛି। ଏହାଦ୍ବାରା ବ୍ୟକ୍ତିର ପ୍ରୟାସ ବିଫଳ ନହୋଇ ସୁଖ ଓ ସୁବିଧାରେ ଜୀବନ ଅତିବାହିତ କରନ୍ତୁ। ଅଯଥା ଖର୍ଚ୍ଚ ମଧ୍ୟ ଦୂର ହୋଇଯିବ। ଅଧିକାଂଶ ଲୋକଙ୍କ ମତରେ ମାସର ଶେଷ ଆଡ଼କୁ ହାତରେ ଅର୍ଥ ଶେଷ ହୋଇ ଯାଉଛି। ଏଭଳି କ୍ଷେତ୍ରରେ ବାସ୍ତୁ ଶାସ୍ତ୍ରର ଉପାୟ ଗୁଡ଼ିକ ବହୁତ ଲାଭଦାୟକ ସାବ୍ୟସ୍ତ ହେବ।

ଧନବାନ ହୋଇଯିବେ ଏହି ଉପାୟ କରିବା ଦ୍ଵାରା :-

ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ଦିଆଯାଇଥିବା ଉପାୟ ଗୁଡ଼ିକୁ ପ୍ରୟୋଗ କଲେ ଧନହାନୀରୁ ମୁକ୍ତି, ଅଯଥା ଖର୍ଚ୍ଚ ଦୂର, ବ୍ୟାପାରରେ ସଫଳତା ମିଳିଥାଏ। ଏହାସହିତ ଆର୍ଥିକ ଅବସ୍ଥା ସୁଦୃଢ ହୋଇଥାଏ।

୧/ ତୁଳସୀ ଗଛ :- ଘରେ ନିଶ୍ଚିତ ଭାବରେ ତୁଳସୀ ଗଛ ଲଗାଇବା ଆବଶ୍ୟକ। ରବିବାର ଓ ଏକାଦଶୀ ଦିନକୁ ଛାଡ଼ି ପ୍ରତ୍ୟେକ ଦିନ ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ। ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜଳାଇବା ଉଚିତ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

୨/ ଜୀବଜନ୍ତୁଙ୍କୁ ଭୋଜନ କରାଇବା :- ଘରେ ତିଆରି ହେଉଥିବା ରୁଟିରୁ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେବା ଉଚିତ। ଏହାସହିତ ପକ୍ଷୀ ମାନଙ୍କୁ ଦାନା ଦେବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଆପଣଙ୍କୁ ସବୁ ପାପରୁ ମୁକ୍ତି ମିଳିଯିବ। ଆପଣଙ୍କ ଘରେ ସୁଖ ସମୃଦ୍ଧିରେ ଭରି ଯିବ

୩/ ଗୁରୁବାର ଦିନ ବ୍ରତ :- ଗୁରୁବାର ଦିନକୁ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଏହିଦିନ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଓ ବ୍ରତ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହାସହିତ ଘରେ ସକାରାତ୍ମକ ପ୍ରଭାବ ବିସ୍ତାର ହୋଇଥାଏ।

୪/ ମନ୍ଦିରରେ ଦୀପ ପ୍ରଜ୍ବଳନ କରିବା :- ଦୀପ ଅନ୍ଧାରରେ ଆଲୋକ ପ୍ରଦାନ କରିବା ଭଳି ଜୀବନରେ ସକରାତ୍ମକତା ଭରି ଦେବାର ପ୍ରତୀକ ଅଟେ। ମନ୍ଦିରରେ ଦୀପ ଜଳାଇଲେ ପୁଣ୍ୟ ମିଳିଥାଏ।

୫/ ଶିବଲିଙ୍ଗ ଉପରେ ଜଳାଭିଷେକ :- ଭଗବାନ ଶିବ ସମସ୍ତଙ୍କ ଦୁଃଖକୁ ଦୂର କରି ସବୁ ମନସ୍କାମନା ପୂରଣ କରିଥାନ୍ତି। ତେଣୁ ପ୍ରତ୍ୟେକ ଦିନ ଶିବ ଲିଙ୍ଗ ଉପରେ ଜଳ ଢାଳି ବେଲପତ୍ର, ଫୁଲ, ଭୋଗ ଆଦି ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ।

୬/ ଚନ୍ଦ୍ର ପୂଜା :- ଚନ୍ଦ୍ର ଗ୍ରହ ମନ ଓ ଧନର ପ୍ରତୀକ ଅଟନ୍ତି।ଯେଉଁ ଲୋକଙ୍କ କୁଣ୍ଡଳୀରେ ଚନ୍ଦ୍ର ଗ୍ରହ ଶୁଭ ସ୍ଥିତିରେ ରହିଥାନ୍ତି, ସେମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂଜା କରନ୍ତୁ, ଏହାଦ୍ଵାରା ଆପଣ ଧନସମ୍ପତ୍ତିର ଅଧିକାରୀ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *