Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵପ୍ନରେ ଝିଟିପିଟି ଦେଖିବା ଶୁଭ ନା ଅଶୁଭ? ଜାଣନ୍ତୁ ଏହାର ରହସ୍ୟ।

ସେୟାର୍ କରନ୍ତୁ

ପ୍ରାୟତଃ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ବେଳେବେଳେ ସୁନ୍ଦର ସ୍ବପ୍ନ ଆସିଥାଏ ତ ଆଉ କେତେବେଳେ ଭୟଙ୍କର ସ୍ବପ୍ନ ଆସିଥାଏ। ଆମେ ଚିନ୍ତିତ ହେଇ ଯାଇଥାଉ କି ଏଭଳି ସ୍ୱପ୍ନର ଅର୍ଥ କଣ? କିନ୍ତୁ ସ୍ବପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ବପ୍ନ କିଛି ସଂକେତ ଦେଇଥାଏ।ଆଜି ଆମେ ଆପଣଙ୍କୁ ସ୍ଵପ୍ନରେ ଝିଟିପିଟି ଦେଖିଲେ କଣ ହୋଇଥାଏ, ସେହି ବିଷୟରେ କହିବାକୁ ଯାଉଛୁ। ଏହା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା।

ସ୍ଵପ୍ନରେ ଝିଟିପିଟି ଦେଖିଲେ ଏହି ସଂକେତ ମିଳିଥାଏ :-

୧/ ଯଦି ଆପଣ ନିଜ ସ୍ବପ୍ନରେ ଝିଟିପିଟି କୀଟ ପତଙ୍ଗ ଖାଉଥିବା ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଅଶୁଭ ସଂକେତ ଅଟେ। ତେଣୁ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି।ଏହାସହିତ ଆପଣଙ୍କ ଘରେ ଆର୍ଥିକ ଅଭାବ ଦେଖା ଦେଇପାରେ।

୨/ ଯଦି ଆପଣ ନିଜ ସ୍ଵପ୍ନରେ ଝିଟିପିଟିକୁ କାନ୍ଥରୁ ଅଚାନକ ଆପଣଙ୍କ ଉପରେ ପଡ଼ୁଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଅଶୁଭ ସଂକେତ ଅଟେ।ଏହାର ଅର୍ଥ ଶତ୍ରୁ ଆପଣଙ୍କର କିଛି କ୍ଷତି କରିବାର ସମ୍ଭାବନା ରହିଛି।

୩/ ଯଦି ଆପଣ ନିଜ ସ୍ଵପ୍ନରେ ଝିଟିପିଟି ଆପଣଙ୍କୁ ଦେଖି ଭୟ କରି ପଳାଇ ଯିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ। ଏହାର ଅର୍ଥ ହେଉଛି ଆପଣଙ୍କୁ ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ ଏବଂ ଚାକିରୀରେ ପଦୋନ୍ନତୀ ମିଳିବାର ଯୋଗ ରହିଛି।

୪/ ଯଦି ଆପଣ ଗର୍ଭବତୀ ଅଛନ୍ତି ଏବଂ ନିଜ ସ୍ଵପ୍ନରେ ଝିଟିପିଟିକୁ ଦେଖୁଛନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ନୁହେଁ।ଏହାର ଅର୍ଥ ଆପଣଙ୍କ ସନ୍ତାନ ସ୍ୱାସ୍ଥ୍ୟବାନ ହେବ ନାହିଁ।

୫/ ଯଦି ଆପଣ ନିଜ ସ୍ଵପ୍ନରେ ଝିଟିପିଟିକୁ ଧରୁଥିବାର ଦେଖନ୍ତି, ତାହେଲେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ।ଏହାର ଅର୍ଥ ହେଉଛି ଆପଣଙ୍କର ନିଜ ଭୟ ଉପରେ ନିୟନ୍ତ୍ରଣ ଆସିଗଲା।

୬/ ଯଦି ଆପଣ ନିଜ ସ୍ଵପ୍ନରେ ଅନ୍ୟ କାହାକୁ ଝିଟିପିଟି ଧରିଥିବାର ଦେଖୁଛନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ।ଆପଣ ଅନ୍ୟ ମାନଙ୍କ ଭଳି ସାହସୀ ହେବେ।

୭/ ଯଦି ଆପଣ ନିଜ ସ୍ଵପ୍ନରେ ଝିଟିପିଟିକୁ ଘର ଭିତରକୁ ପ୍ରବେଶ କରୁଥିବାର ଦେଖନ୍ତି, ତାହେଲେ ଏହା ଅତ୍ୟନ୍ତ ଅଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି। ତେଣୁ ଆପଣଙ୍କୁ ଏହାର ସାମ୍ନା କରିବା ଆବଶ୍ୟକ।

୮/ ଯଦି ଆପଣ ନିଜ ସ୍ବପ୍ନରେ ଝିଟିପିଟିକୁ ମାରୁଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ। ଏହାର ଅର୍ଥ ହେଉଛି ଆପଣ ନିଜ ଜୀବନରୁ ସମସ୍ୟା ଦୂର କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *