Excuse Me Odisha

ଯାହା କହିବୁ ସତ କହିବୁ

୩ ଦିନ ମଧ୍ୟରେ ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯିବ। ଶନି ଗ୍ରହର ଗୋଚର ପ୍ରଭାବ ଆପଣଙ୍କ ଉପରେ କିପରି ରହିବ, ଜାଣନ୍ତୁ

ସେୟାର୍ କରନ୍ତୁ

ଏହି ୩ ଦିନ ମଧ୍ୟରେ ନ୍ୟାୟର ଦେବତା ଶନି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନ୍ୟାୟର ଦେବତା ଶନି ଗ୍ରହ ଏବେ ମକର ରାଶିରେ ଅବସ୍ଥାନ କରିଛନ୍ତି। ଏହାପରେ ନିଜସ୍ଵ ରାଶି କୁମ୍ଭରେ ଗୋଚର କରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ବହୁତ ଧୀର ଗତିରେ ଚଳନ କରିଥାନ୍ତି। ସେ ଦେଢ଼ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି। ୨୦୨୧ ମସିହାରେ ଶନି ଗ୍ରହର ଚଳନରେ କୌଣସି ପରିବର୍ତ୍ତନ ହୋଇ ନଥିଲା। ଏହି ଏପ୍ରିଲ ମାସ ୨୯ ତାରିଖରେ ଶନି ଗ୍ରହ ଗୋଚର କରିବାକୁ ଯାଉଛନ୍ତି। ଏହାର ଶୁଭ ପ୍ରଭାବ ତିନି ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଆଉକିଛି ରାଶିର ଲୋକଙ୍କ ଉପରେ ଶନିଙ୍କଏ ସାଢେ଼ ସାତୀ ଆରମ୍ଭ ହେବାକୁ ଯାଉଛି।ଆସନ୍ତୁ ସେହି ବିଷୟରେ ଜାଣିବା।

ମେଷ ରାଶି :-

ଏପ୍ରିଲ ୨୯ ତାରିଖରେ ଶନି ଗ୍ରହ କୁମ୍ଭ ରାଶିରେ ଗୋଚର କରିବାର ଶୁଭ ପ୍ରଭାବ ଏହି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଆପଣଙ୍କୁ କ୍ୟାରିୟରରେ ସଫଳତା ପ୍ରାପ୍ତ ହେବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। କାରବାରରେ ବୃଦ୍ଧି ହେବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ସନ୍ତାନ ନଥିବା ଲୋକଙ୍କୁ ସୁଖଦ ସମାଚାର ମିଳିପାରେ। ଭଗବାନ ଶନିଙ୍କ ମନ୍ଦିରରେ ସୋରିଷ ତେଲରେ ଦୀପ ପ୍ରଜ୍ବଳନ କରନ୍ତୁ, ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

ବୃଷ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଏହି ସମୟରେ ଆପଣ ସବୁ କ୍ଷେତ୍ରରେ ସଫଳ ରହିବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ରହିବ।

ଧନୁ ରାଶି :-

ଏହି ରାଶିର ଲୋକଙ୍କୁ ଶନି ଗ୍ରହର ରାଶି ପରିବର୍ତ୍ତନ ଶୁଭ ପରିଣାମ ପ୍ରଦାନ କରିବ। ଆପଣଙ୍କୁ ଶନିଙ୍କ ସାଢେ଼ ସାତୀରୁ ମୁକ୍ତି ମିଳିବ। ଆପଣଙ୍କ ଘରର ସବୁ ସଙ୍କଟ ଦୂର ହୋଇଯିବ।କୌଣସି ଗମ୍ଭୀର ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ। ଆପଣ ଏହି ସମୟରେ କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *