Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଏହି ରାଶିର ଲୋକେ ହେବେ ଧନବାନ। ଏହା ସହିତ ଭାଗ୍ୟ ପରିବର୍ତ୍ତନ ହୋଇଯିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ଭାଗ୍ୟ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଏହାଦ୍ବାରା ବ୍ୟକ୍ତିର ରାଶି ଓ ଗ୍ରହ ନକ୍ଷତ୍ର ମାନଙ୍କର ଚଳନ ଦେଖି ଭବିଷ୍ୟତବାଣୀ କରାଯାଇଥାଏ।ଚଳିତ ବର୍ଷ ଏହି ୩ ଗୋଟି ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବ। ଏପ୍ରିଲ ମାସ ୧୨ ତାରିଖରେ ବୃହସ୍ପତି ମୀନ ରାଶିରେ ଗୋଚର କରି ୨୦୨୩ ମସିହା ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏହାଦ୍ବାରା ତିନି ଗୋଟି ରାଶିର ଲୋକଙ୍କ ଭାଗ୍ୟ ପ୍ରଭାବିତ ହେବ। ଆସନ୍ତୁ ଜାଣିବା।

ବୃଷ ରାଶି :-

ବୃହସ୍ପତି ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଆର୍ଥିକ ମାନ୍ଦାବସ୍ଥା ଦୂର ହୋଇଯିବ। ବ୍ୟବସାୟରେ ଲାଭବାନ ହେବେ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣ ନୂଆ ବାହନ କ୍ରୟ କରି ପାରନ୍ତି।କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଆୟରେ ବୃଦ୍ଧି ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ।

ମିଥୁନ ରାଶି :-

ବୃହସ୍ପତି ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ଆପଣଙ୍କର ପଦୋନ୍ନତୀ ହୋଇପାରେ। କୌଣସି ଶୁଭ ଯାତ୍ରା ପାଇଁ ଆପଣ ଉତ୍ସାହିତ ରହିବେ। କ୍ୟାରିୟରରେ ଆପଣ ଖୁବ୍ ସଫଳତା ଅର୍ଜନ କରିବେ। କୌଣସି ପୁରୁଣା ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଅବିବାହିତ ଲୋକଙ୍କର ବିବାହ ହେବାର ଯୋଗ ରହିଛି। ସନ୍ତାନ ସୁଖ ପ୍ରାପ୍ତ ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

କର୍କଟ ରାଶି :-

ବୃହସ୍ପତି ଗ୍ରହର ଗୋଚର ଯୋଗୁଁ ଏହି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।ଆପଣଙ୍କର ସମସ୍ୟା ଅଭିଳାଷା ପୂରଣ ହେବ।ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଚାକିରି କରିଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ଆପଣଙ୍କର ପୁରୁଣା ରୋଗ ଦୂର ହୋଇଯିବ। କୌଣସି କରିରି କାର୍ଯ୍ୟରେ ଆପଣ ବିଦେଶ ଯାତ୍ରା କରି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ।

ତେବେ ବନ୍ଧୁଗଣ ଯଦି ଆପଣଙ୍କ ରାଶି ଏଥିରେ ସାମିଲ ନାହିଁ, ତାହେଲେ ଚିନ୍ତିତ ହୁଅନ୍ତୁ ନାହିଁ। ଗୁରୁବାର ଦିନ ବ୍ରତ ରଖନ୍ତୁ, ଗାଈକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ। ଏହାସହିତ ଅସହାୟ ଲୋକଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଶୁକ୍ର ଗ୍ରହ ଓ ବୃହସ୍ପତି ଗ୍ରହ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଓ ଆପଣଙ୍କ ଭାଗ୍ୟ ସୁଦୃଢ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *