Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ! ରୋଡ଼ପତିରୁ ହୋଇଯିବେ କୋଟିପତି ! କେହି ବି ଅଟକାଇ ପାରିବେ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର ମହା ଏକାଦଶୀ ମନସ୍କାମନା ପୂରଣ କରିବାର ଏକାଦଶୀ। ଗାଈକୁ ଖୁଆଇ ଦିଅନ୍ତୁ ଏହି ୧ ଟି ଜିନିଷ ରୋଡ଼ପତିରୁ ହୋଇଯିବେ କୋଟିପତି। କେହି ବି ଅଟକାଇ ପାରିବେ ନାହିଁ। ହେବ ଶତ୍ରୁର ନାଶ।

ବରୁଦ୍ଧତି ଏକାଦଶୀ ଯାହା ବୈଶାଖ ମାସର କୃଷ୍ଣ ପକ୍ଷର ଏକାଦଶୀକୁ କୁହାଯାଏ। ଏହିଥର ଏକାଦଶୀ ମଙ୍ଗଳବାର ୨୬ ଏପ୍ରିଲକୁ ପାଳନ କରାଯିବ। କାଲି ରାତି ୧୨:୪୭ ମିନିଟରୁ ଆରମ୍ଭ ହୋଇସାରିଛି ଏବଂ ଦ୍ଵାଦଶୀ ତିଥି ୨୭ ଏପ୍ରିଲ ୨୦୨୨ ରାତିରୁ ଆରମ୍ଭ ହେବ। ଉଦୟ ତିଥି ୨୬ ଏପ୍ରିଲରେ ସେଥିପାଇଁ ଏହି ଦିନ ବ୍ରତ ରଖାଯିବ। ଭଗବାନ ବିଷ୍ଣୁଙ୍କ ପାଇଁ ବ୍ରତ ରଖାଯାଏ ପୂଜାପାଠ କରାଯାଏ ତ ସୁଖ ସମୃଦ୍ଧି ବୃଦ୍ଧି କରାଇଥାଏ।

ଏହି ଦିନ ଗାଈକୁ କିଛି ଖାସ ଜିନିଷ ଖୁଆଇ ଦିଅନ୍ତୁ ଯାହା ଦ୍ୱାରା ଜୀବନରେ ସମସ୍ୟା ଦୂର ହୋଇଯିବ। ମାନ୍ୟତା ଅନୁସାରେ ବରୁଦ୍ଧତି ଏକାଦଶୀ ସୌଭାଗ୍ୟ ଦେଇଥାଏ। ଭଗବାନ ଶ୍ରୀହରି ବିଷ୍ଣୁ ତାଙ୍କୁ ସବୁ ସଙ୍କଟରୁ ରକ୍ଷା କରିଥାନ୍ତି ଯିଏ ଏହି ବ୍ରତକୁ କରିଥାଏ ଏବଂ ଏହି ବ୍ରତର ନିୟମକୁ ପାଳନ କରିଥାଏ। ତ ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ବରୁଦ୍ଧତି ଏକାଦଶୀ ଦିନ ଏହି ଉପାୟ ନିଶ୍ଚୟ କରିବା ଉଚିତ।

ଯଦି ଆପଣ ଚାହାନ୍ତି ଆପଣଙ୍କ ବୈବାହିକ ଜୀବନରେ ପ୍ରେମ ନିଜର ପଣ ରହୁ ତ ଭଗବାନ ବିଷ୍ଣୁଙ୍କର ଏହି ଦିନ ତୁଳସୀ ପତ୍ରକୁ ଜଳରେ ପକେଇ ତାଙ୍କର ପୂଜା ନିଶ୍ଚୟ କରନ୍ତୁ। ଏହା ସହିତ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ତୁଳସୀ ପତ୍ରରେ ସିଙ୍ଗାର କରନ୍ତୁ। ତୁଳସୀ ପତ୍ରର ଭୋଗ ତାଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କ ବୈବାହିକ ଜୀବନରେ ପ୍ରେମ ବଢିବ।

ଯଦି ଆପଣ ନିଜ ଜୀବନରେ ସମସ୍ତ ସଫଳତା ମିଳୁ ବୋଲି ଚାହୁଁଛନ୍ତି ତ ଏହି ଦିନ ବରୁଦ୍ଧତି ଏକାଦଶୀର ମାହାତ୍ମା ନିଶ୍ଚୟ ପଢିବା ଉଚିତ। ଯଦି ପଢି ପାରୁନାହାନ୍ତି ତ ଶୁଣି ନିଅନ୍ତୁ। ଏହା ଦ୍ବାରା ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ଆପଣ ଯାହାବି କାର୍ଯ୍ୟ କରିବେ ସେଥିରେ ନିଶ୍ଚୟ ସଫଳତା ମିଳିବ।

ଯଦି ବ୍ୟବସାୟରେ ସର୍ବଦା ବାଧା ଆସୁଛି ତ ସେତେବେଳେ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ପ୍ରଣାମ କରି ଓଁ ନମଃ ଭଗବତେ ନାରାୟଣ ନାରାୟଣ ଏହି ମନ୍ତ୍ର ଜପ କରିନିଅନ୍ତୁ ଆପଣଙ୍କ କ୍ୟାରିୟରର ସମସ୍ତ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ବ୍ୟବସାୟର ସମସ୍ୟା ସମାପ୍ତ ହୋଇଯିବ ଏବଂ ଆପଣଙ୍କ ଭବିଷ୍ୟତ ବି ଉତ୍ତମ ରହିବ।

ଯଦି ଜୀବନରେ ଆପଣଙ୍କର କେହି ନିଜ ଲୋକ ଆପଣଙ୍କ ଉପରେ ରାଗିଯାଇଛି ତାଙ୍କ ସହିତ ମତଭେଦ ହୋଇଛି ଆପଣ ଚାହାନ୍ତି ନିଜ ଲୋକ ସହିତ ଯେଉଁ ମତଭେଦ ଯେଉଁ ମତାନ୍ତର ତାହା ଦୂର ହୋଇଯାଉ ତ ଆପଣ ଯେତେବେଳେ ଭଗବାନ ବିଷ୍ଣୁଙ୍କର ପୂଜା କରିବେ ତ ଛୋଟ ଉପାୟ କରିନିଅନ୍ତୁ ଦକ୍ଷିଣାବର୍ତୀ ଶଙ୍ଖରେ ଅଳ୍ପ ଜଳ ଭରି ଦିଅନ୍ତୁ ଆଉ ଅଳ୍ପ ଗଙ୍ଗା ଜଳ ଭରି ଦିଅନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କର ବିଧି ପୂର୍ବକ ପୂଜା କରନ୍ତୁ। ପୂଜା ପରେ ଆପଣ ଯେଉଁ ଶଙ୍ଖରେ ଜଳ ରଖିଛନ୍ତି ତାକୁ ପ୍ରସାଦ ରୂପରେ ଗ୍ରହଣ କରିନିଅନ୍ତୁ। ସମ୍ଭବ ହେବ ତ ସେହି ବ୍ୟକ୍ତିକୁ ବି ଅଳ୍ପ ଜଳ ଦେଇଦିଅନ୍ତୁ ଯାହା ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇଛି। ଏମିତି କରିଲେ ଆପଣଙ୍କର ମତଭେଦ ସମାପ୍ତ ହୋଇଯିବ ଏବଂ ଆପଣଙ୍କ ସମ୍ପର୍କ ଭଲ ହୋଇଯିବ।

ସୁଖ ସମୃଦ୍ଧିର ବୃଦ୍ଧି ପାଇଁ ଭଲ ସ୍ୱାସ୍ଥ୍ୟ ପାଇଁ ତୁଳସୀ ଗଛର ମାଟିରେ ଜଳ ଅର୍ପଣ କରନ୍ତୁ। ଗଛ ପାଖରେ ଯେଉଁ ମାଟି ଅଛି ସେହି ମାଟିରେ ନିଜର ମଥାରେ ତିଳକ କରନ୍ତୁ ଏବଂ ଘରର ସଦସ୍ୟଙ୍କର ବି ତିଳକ କରନ୍ତୁ। ଏହା ଦ୍ବାରା ସୌଭାଗ୍ୟ ବଢ଼ାନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ ଏହା ସହିତ ଅଳ୍ପ ମାଟି କାଗଜରେ ଗୋଡ଼ାଇ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ଧନର ବୃଦ୍ଧି ହୋଇଯିବ।

ସନ୍ତାନକୁ ନେଇ ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ୟା ଅଛି ସନ୍ତାନର ବିବାହକୁ ନେଇ ସମସ୍ୟା ଅଛି କ୍ୟାରିୟରକୁ ନେଇ ସମସ୍ୟା ଅଛି ତେବେ ଛୋଟ ଉପାୟ କରନ୍ତୁ ଆପଣ ଗୋଟେ ହଳଦିଆ ରଙ୍ଗର କପଡ଼ା ନେଇ ତା ଉପରେ ହଳଦୀର ଛିଞ୍ଚନ କରି ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ସନ୍ତାନ ସହିତ ଜଡ଼ିତ ସମସ୍ତ ସମସ୍ୟା ଦୂର ହେଉ ବୋଲି ପ୍ରାର୍ଥନା କରନ୍ତୁ। ଏହା ଦ୍ବାରା ସନ୍ତାନ ସହିତ ଜଡ଼ିତ ସମସ୍ୟା ଦୂର ହୋଇଯିବ।

ଅଫିସରେ ଆପଣଙ୍କ ପକ୍ଷରେ ଲୋକ ନାହାନ୍ତି ତ ଛୋଟ ଉପାୟ କରନ୍ତୁ ଚାକିରୀ ବ୍ୟବସାୟରେ ଉନ୍ନତି ପାଇଁ ଏବଂ ସମସ୍ତ ଲୋକ ଆପଣଙ୍କ କଥାରେ ସହମତ କରିବେ ଆପଣଙ୍କର ସମ୍ମାନ କରିବେ ତ ଏଥିପାଇଁ ଛୋଟ ଉପାୟ ନିଶ୍ଚୟ କରନ୍ତୁ। ଜଳରେ ତିଳ ମିଶାଇ ସ୍ନାନ କରନ୍ତୁ ଭଗବାନଙ୍କର ଯେମିତି ପୂଜା କରନ୍ତି ସେମିତି ପୂଜା କରନ୍ତୁ କିନ୍ତୁ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ ଅଧିକରୁ ଅଧିକ ଥର କରନ୍ତୁ। ଭଗବାନ ଶ୍ରୀକୃଷ୍ଣଙ୍କର ନାମ ଉଚାରଣ କରି ବିଧି ପୂର୍ବକ ପୂଜା କରି ଅର୍ଘ୍ୟ ଦିଅନ୍ତୁ।

ଏହି ଦିନ କ୍ରୋଧ ଆଦୌ କରନ୍ତୁ ନାହିଁ। ଲଢେଇ ଝଗଡା କରନ୍ତୁ ନାହିଁ।

ତିଳ ଏବଂ ଗୁଡ଼ ମିଶାଇ ଦାନ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ପୁଣ୍ୟ ମିଳିଥାଏ। ଏହି ଦିନ ତିଳ ଏବଂ ଗୁଡ଼ ଗାଈକୁ ନିଶ୍ଚୟ ଖୁଆନ୍ତୁ। ଏହା ଦ୍ବାରା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଦୁଇ ଜଣଙ୍କର ଆଶୀର୍ବାଦ ମିଳିଥାଏ। ଏହା ଦ୍ବାରା ଜୀବନରେ ସମସ୍ତ କଷ୍ଟ ଶେଷ ହୋଇଥାଏ।

ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଘରେ ଗଙ୍ଗା ଜଳରେ ଛିଞ୍ଚନ କରନ୍ତୁ। ଯଦି ଗଙ୍ଗା ଜଳ ନଥାଏ ତେବେ ସାଧା ପାଣିରେ ଛିଞ୍ଚନ କରନ୍ତୁ। ଏହା ପରେ ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରର ମାଳା କିମ୍ବା ଅଶୋକ ପତ୍ରର ମାଳା ଟାଙ୍ଗି ଦିଅନ୍ତୁ। ଏହା ସହିତ ଶୁଭ ମଙ୍ଗଳ ଚିହ୍ନ ବନାନ୍ତୁ। ଚାହିଁଲେ ହଳଦୀ ଚାଉଳରେ ବି ବନେଇ ପାରିବେ କିମ୍ବା ସିନ୍ଦୁରକୁ ତେଲ କିମ୍ବା ଘିଅରେ ମିସାଇବି ବନେଇ ପାରିବେ। ଏହାପରେ ଗୋଟେ ପାତ୍ରରେ ଜଳ ନେଇ ସେଥିରେ ଏକ ଚୁଟକି ହଳଦୀ ମିଶାଇ ପୁରା ଘର ସାରା ଛିଞ୍ଚନ କରନ୍ତୁ। ଏହା ଦ୍ବାରା ପୁରା ଘର ସୁଖମୟ ହୋଇଯିବ ଏବଂ ନକରାତ୍ମକ ଉର୍ଜା ଦୂର ହୋଇଯିବ।

ପ୍ରଥମେ ପୂଜା ସ୍ଥାନରେ ବସି ଭଗବାନଙ୍କ ଫୋଟକୁ ସଫା କରିନିଅନ୍ତୁ। ଏହାପରେ ଆପଣ ଗଙ୍ଗା ଜଳରେ ଛିଞ୍ଚନ କରନ୍ତୁ କିମ୍ବା ସାଧା ପାଣି ଛିଞ୍ଚନ କରନ୍ତୁ। ଏହାପରେ ଆପଣ ଭଗବାନଙ୍କୁ ହଳଦୀ ଚନ୍ଦନ ଅକ୍ଷତ ଏବଂ ଏହି ଅକ୍ଷତକୁ ଆପଣ ହଳଦୀରେ ରଙ୍ଗୀନ କରିଦିଅନ୍ତୁ ଏହା ସହିତ ହଳଦୀ ଫୁଲ ଆପଣ ଭଗବାନଙ୍କୁ ଅର୍ପଣ କରନ୍ତୁ ଏବଂ ଏହାପରେ ଭଗବାନଙ୍କୁ ଭୋଗ ଅର୍ପଣ କରନ୍ତୁ। ଭଗବାନ ବିଷ୍ଣୁଙ୍କ ଭୋଗରେ ତୁଳସୀ ପତ୍ର ନିଶ୍ଚୟ ପକେଇ ଅର୍ପଣ କରନ୍ତୁ ନଚେତ ଆପଣଙ୍କ ପୂଜା ଭଗବାନ ସ୍ୟୁକାର କରିବେ ନାହିଁ। ଏହା ପରେ ଭଗବାନ ଶ୍ରୀଗଣେଶ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ୩ ଜଣଙ୍କର ଆଳତୀ କରନ୍ତୁ।

ବ୍ୟବସାୟରେ ସ୍ଥିର ପାଇଁ ଏକ ମୁଖୀ ନଡ଼ିଆକୁ ହଳଦିଆ ରଙ୍ଗର କପଡ଼ାରେ ବାନ୍ଧି ଭଗବାନଙ୍କ ସାମ୍ନାରେ ରଖିଦିଅନ୍ତୁ। ଏହାପରେ ଆପଣ ନିଜ ଅଫିସରେ ଏହାକୁ ରଖିଦିଅନ୍ତୁ। ଜୀବନରେ ସମସ୍ୟା ଦୂର ହୋଇଯିବ। ବ୍ୟବସାୟରେ ଉନ୍ନତି ପାଇଁ ଓଁ ନମଃ ଭଗବତେ ବାସୁଦେବାୟ ନାରାୟଣଙ୍କର ମନ୍ତ୍ର ୧୧ ଥର ଜପ କରନ୍ତୁ। ହଳଦିଆ ରଙ୍ଗର ଫୁଲ ଅର୍ପଣ କରିବେ।

ଜୀବନସାଥୀଙ୍କ ସୁଖ ପାଇଁ ଭଗବାନଙ୍କୁ କ୍ଷୀର ଦହି ଘିଅ ମହୁ ଚିନି ମିଶାଇ ପଞ୍ଚାମୃତ ବନେଇ ତାଙ୍କୁ ଭୋଗ ଅର୍ପଣ କରନ୍ତୁ। ସେହି ପଞ୍ଚାମୃତକୁ ପ୍ରସାଦ ଭାବରେ ନିଜ ଘରେ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଜୀବନସାଥୀଙ୍କୁ ନିଶ୍ଚୟ ଦିଅନ୍ତୁ। ତୁଳସୀ ପତ୍ରକୁ ଚୋବାଇବେ ନାହିଁ ଘିଟି ଦେବେ।

ସୁଖଶାନ୍ତି ପାଇଁ ଭଗବାନ ବିଷ୍ଣୁଙ୍କର ମନ୍ଦିରକୁ ଯାଇ ଆମ୍ବ ଫଳ ଅର୍ପଣ କରନ୍ତୁ। ଆପଣଙ୍କ ଘର ଉପରେ କାହାରି ନଜର ଲାଗିବ ନାହିଁ।

ଏହି ଦିନ ବ୍ରତ ରଖିଲେ ବ୍ୟକ୍ତିଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୋଇଥାଏ। ବ୍ୟକ୍ତିର ସବୁ କଷ୍ଟ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *