Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ବାରମ୍ବାର ବିଲେଇ ଆସୁଥିଲେ କଣ ସଂକେତ ମିଳିଥାଏ। ଏହା ଶୁଭ ନା ଅଶୁଭ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜିର ଆଧୁନିକ ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଥିଲେ ମଧ୍ୟ ଏପରି କିଛି ପ୍ରାଚୀନ ପ୍ରଥା ରହିଛି ଯାହାକୁ ସମସ୍ତେ ଏବେ ମଧ୍ୟ ପାଳନ କରୁଛନ୍ତି। ପୌରାଣିକ କାଳରୁ ଆମ ସମାଜରେ ଶୁଭ ଏବଂ ଅଶୁଭର ମାନ୍ୟତା ରହିଛି। ରାସ୍ତାରେ ଯିବାବେଳେ ଆପଣ ଅନେକ ଥର ଦେଖିଥିବେ କି ବିଲେଇ ଯଦି କାହାର ରାସ୍ତା କାଟି ଯାଏ, ତାହେଲେ ସେହି ବ୍ୟକ୍ତି କିଛି ସମୟ ପର୍ଯ୍ୟନ୍ତ ରହି ତାପରେ ଯାତ୍ରା କରନ୍ତି। କାରଣ ଏହାଦ୍ବାରା କିଛି ଅଶୁଭ ହୋଇପାରେ ବୋଲି ବିଶ୍ବାସ ରହିଛି। ତେବେ ଶାସ୍ତ୍ର ଅନୁସାରେ ଏହାର ପ୍ରକୃତ ଅର୍ଥ କଣ ଆସନ୍ତୁ ସେହି ବିଷୟରେ ଜାଣିବା।

ହିନ୍ଦୁ ଧର୍ମଶାସ୍ତ୍ରରେ ଏବଂ ଗୀତାରେ ଭଗବାନ ଶ୍ରୀକୃଷ୍ଣ ବିଲେଇ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଛନ୍ତି। ବିଲେଇ ଏକ ଗୃହପାଳିତ ପଶୁ ଏବଂ ଅନେକ ଲୋକ ବିଲେଇ ରଖିବାକୁ ପସନ୍ଦ କରନ୍ତି। ଯଦି ବିଲେଇ ଆପଣ ଯାଉଥିବା ସମୟରେ ରାସ୍ତାର ବାମ ପାର୍ଶ୍ଵରୁ ଡାହାଣ ପାର୍ଶ୍ଵକୁ ଚାଲି ଯାଇଥାଏ, ତାହେଲେ ଏହା ଆପଣଙ୍କ ଯାତ୍ରା ପାଇଁ ବହୁତ ଅଶୁଭ ବୋଲି ମାନା ଯାଇଥାଏ । କିନ୍ତୁ ଯଦି ବିଲେଇ ଆପଣ ଯାଉଥିବା ସମୟରେ ଡାହାଣ ପାର୍ଶ୍ଵରୁ ବାମ ପାର୍ଶ୍ଵକୁ ଯାଇଥାଏ, ତାହେଲେ ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।

ଏହାର ମୁଖ୍ୟ କାରଣ ହେଉଛି, ଶାସ୍ତ୍ରରେ କୁକୁର ପରି ବିଲେଇର ମଧ୍ୟ ଷଷ୍ଠ ଇନ୍ଦ୍ରିୟ ଖୁବ ବିକଶିତ ବୋଲି ମାନାଯାଇଥାଏ। ଯାହାଫଳରେ ବିଲେଇ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଜାଣି ପାରିଥାନ୍ତି। ଯେଉଁଥିପାଇଁ ବିଲେଇ ମଣିଷକୁ ସତର୍କ କରିବା ପାଇଁ ସଙ୍କେତ ଦେଇଥାନ୍ତି। ତେଣୁ ଆଜି ମଧ୍ୟ ଏହାର ମାନ୍ୟତା ରହିଛି। ଏଥିପାଇଁ ଯଦି ବିଲେଇ ଘରକୁ ଆସି କାନ୍ଦିବାର ଦେଖାଯାଏ

ତାହେଲେ ନିଶ୍ଚିତ ଭାବରେ କୌଣସି ବଡ ଅଘଟଣ ଘଟିବାର କିମ୍ବା ଘରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବାର ସୂଚନା ଦେଇଥାଏ। ଏହାସହିତ ଯଦି ଦୁଇଟି ବିଲେଇ ଘରେ କଳି କରିବାର ଆପଣ ଦେଖୁଛନ୍ତି, ରହେ ଆପଣଙ୍କର ଅନ୍ୟ କାହା ସହିତ ବିବାଦ ହେବାର ସମ୍ଭାବନା ରହିଛି।

କହିବାକୁ ଗଲେ ଯଦି ଦୀପାବଳି ରାତିରେ ଘରକୁ ବିଲେଇ ଆସିଥାଏ, ତାହେଲେ ଏହାକୁ ଶୁଭ ବୋଲି ବୋଲି ମାନା ଯାଇଥାଏ। କାରଣ ମାନ୍ୟତା ରହିଛି କି ଦୀପାବଳୀ ଦିନ ଘରକୁ ବିଲେଇ ଆସିଲେ, ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି ଏବଂ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ।ଯଦି ବିଲେଇ ଆପଣଙ୍କ ଘରେ କିମ୍ବା ଘରର ଆଖପାଖରେ ଛୁଆ ଜନ୍ମ ଦେଇଥାଏ

ତାହେଲେ ଆପଣଙ୍କ ଘର ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ। ଯଦି ଆପଣ ଶୋଇବା ସମୟରେ ବିଲେଇ ଆସି ଆପଣଙ୍କ ପାଦ ଚାଟୁଛି, ତାହେଲେ ଆପଣ କୌଣସି ସରକାରୀ ମାମଲାରେ ଫସିବାର ସଙ୍କେତ ମିଳିଥାଏ। ଏହାସହିତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ମଧ୍ୟ ସଙ୍କେତ ଦେଇଥାଏ। ତେଣୁ ଆପଣ ପୂର୍ବରୁ ସତର୍କ ରୁହନ୍ତୁ ଓ ଏହାର ଖରାପ ପ୍ରଭାବରୁ ବଞ୍ଚିତ ହେବା ପାଇଁ ଘରେ ସତ୍ୟ ନାରାୟଣ ପୂଜାର ଆୟୋଜନ କରନ୍ତୁ। ଦେଖିବେ ଘରୁ ସବୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ।

ବନ୍ଧୁଗଣ, ଆମ ପୋଷ୍ଟ ଆପଣଙ୍କୁ ପସନ୍ଦ ଆସିଥିଲେ ଅନ୍ୟମାନଙ୍କ ସହିତ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *