Excuse Me Odisha

ଯାହା କହିବୁ ସତ କହିବୁ

୧୫ ଦିନ ମଧ୍ୟରେ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ,ଏହି ୩ ଗୋଟି ରାଶିର ଲୋକଙ୍କୁ ମିଳିବ ଅପୂର୍ବ ସଫଳତା !

ସେୟାର୍ କରନ୍ତୁ

ଏହି ବର୍ଷ ଏପ୍ରିଲ ୩୦ ତାରିଖରେ ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଏହାର ଠିକ୍ ୧୫ ଦିନ ପରେ ଅର୍ଥାତ ମଇ ୧୫ ତାରିଖ ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସାଧାରଣତଃ ଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଜ୍ୟୋତିଷ ମାନଙ୍କ ମତରେ ଏହାକୁ ମଙ୍ଗଳକାରୀ ମଧ୍ୟ କୁହାଯାଏ। ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ କେଉଁ ରାଶିର ଲୋକଙ୍କ ଉପରେ ପଡ଼ିବ।

ଜ୍ୟୋତିଷ ଶାସ୍ତ୍ର ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଥାଏ। ଏପ୍ରିଲ ୩୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଏହାର ଠିକ୍ ୧୫ ଦିନ ପରେ ଅର୍ଥାତ ମଇ ୧୫ ତାରିଖ ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। କହିବାକୁ ଗଲେ ସାଧାରଣତଃ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଜ୍ୟୋତିଷ ମାନଙ୍କ ମତରେ ଏହାକୁ ମଙ୍ଗଳକାରୀ ମଧ୍ୟ କୁହାଯାଏ। ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ କେଉଁ ରାଶିର ଲୋକଙ୍କ ଉପରେ ପଡ଼ିବ।

ମେଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ସଫଳତା ମିଳିବ। କାରବାରରେ ଅଧିକ ଲାଭବାନ ହେବେ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣଙ୍କ ମନକୁ ବିଚାର ଆସିପାରେ।ଆପଣଙ୍କ ଭବିଷ୍ୟତ ଉଜ୍ବଳ ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅନୁକୂଳ ସାବ୍ୟସ୍ତ ହେବ।

ସିଂହ ରାଶି :-

ଏହି ରାଶିର ଲୋକଙ୍କ ଉପରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବ।ଆପଣଙ୍କ ଘରର ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ। କାର୍ଯ୍ୟସ୍ଥଳରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଆପଣ ଋଣ ବୋଝ ପାଇଁ ଚିନ୍ତିତ ରହିଛନ୍ତି, ତାହେଲେ ଏହି ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହୋଇଯିବ। କୌଣସି କ୍ଷେତ୍ରରେ ନିବେଶ କରି ଲାଭବାନ ହେବେ।

ଧନୁ ରାଶି :-

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଆପଣ ଆର୍ଥିକ ରୂପରେ ସୁଦୃଢ ରହିବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଫଳ ହେବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *