Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଆଖି ଖୋଲୁଖୋଲୁ କରନ୍ତୁ ଏହି ୬ ଗୋଟି କାର୍ଯ୍ୟ, ଜୀବନରେ କେବେବି ଅଭାବ ଅନଟନ ରହିବ ନାହିଁ।

ସେୟାର୍ କରନ୍ତୁ

କୁହାଯାଏ କି ଜୀବନରେ ତିନୋଟି ଜିନିଷ ଯେପରି ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିବା ଉଚିତ। କିନ୍ତୁ ମଣିଷ କଠିନ ପରିଶ୍ରମ କରି ମଧ୍ୟ ନିଜର ଅଭିଳାଷା ପୂରଣ କରି ପାରେ ନାହିଁ। ଏହି ସ୍ଥିତିରେ ଆପଣ ବାସ୍ତୁ ଶାସ୍ତ୍ରର କିଛି ଉପାୟ କରି ପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଖାସ୍ କାର୍ଯ୍ୟ କରିବା ଦ୍ୱାରା ଜୀବନରେ ସଫଳତା ମିଳିବ। ୬ ପ୍ରକାର କାର୍ଯ୍ୟ ସକାଳୁ ଉଠି କରିବା ଦ୍ଵାରା ଶୁଭ ହୋଇଥାଏ।

୧/ ହାତର ଦର୍ଶନ :-

ସକାଳୁ ଉଠି ପ୍ରଥମେ ନିଜ ହାତର ପାପୁଲି ଦେଖିବା ଉଚିତ। ମାନ୍ୟତା ରହିଛି କି ହାତର ପାପୁଲିରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀ ଓ ଦେବୀ ସରସ୍ଵତୀ ବାସ କରିଥାନ୍ତି। ତେଣୁ ସକାଳୁ ଉଠି ନିଜ ହାତ ପାପୁଲିକୁ ଦେଖିଲେ, ଭଗବାନଙ୍କ କୃପା ଦୃଷ୍ଟି ପଡ଼ିଥାଏ।ଏହାସହିତ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ ଏବଂ ଦିନଟି ଭଲରେ କରିଥାଏ।

୨/ ଭୂମିକୁ ପ୍ରଣାମ କରିବା :-

ଶାସ୍ତ୍ରରେ ଭୂମିକୁ ଦେବୀଙ୍କ ଦ୍ୱାରୁପ ବୋଲି କୁହାଯାଇଛି। ତେଣୁ ତାଙ୍କ ଉପରେ ପାଦ ରଖିବା ପାପ ହୋଇଥାଏ। ତେଣୁ ସକାଳୁ ଉଠିବା ମାତ୍ରେ ଭୂମିକୁ ପ୍ରଣାମ କରିବା ଉଚିତ।ତାପରେ ନିଜ ପାଦ ଭୂମିରେ ରଖିବା ଉଚିତ। ଏହାଦ୍ବାରା ଦେବୀଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

୩/ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା :-

ସକାଳୁ ଉଠି ସ୍ନାନ ଓ ନିତ୍ୟକର୍ମ ସାରି ଗୋଟେ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ। ଏହାଦ୍ବାରା ଆପଣଙ୍କ ଜୀବନ ସୁଖମୟ ରହିବ। ଖୁବ୍ ଶୀଘ୍ର ଆପଣଙ୍କର ଜୀବନରେ ସବୁ ବାଧାବିଘ୍ନ ଦୂର ହୋଇଯିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଘରର ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

୪/ ଠାକୁର ଘର ସଫେଇ ଓ ବ୍ୟବସ୍ଥା :-

ସକାଳୁ ଉଠି ସ୍ନାନ ସାରି ସମସ୍ତେ ଠାକୁର ପୂଜା କରିଥାନ୍ତି। କିନ୍ତୁ ଠାକୁର ପୂଜା କରିବା ପୂର୍ବରୁ ମନ୍ଦିରକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ ରଖିବା ଉଚିତ। ନଚେତ ନକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ। ଭଗବାନଙ୍କ ପୂଜା ପାଇଁ ଆବଶ୍ୟକ ସାମଗ୍ରୀ ବ୍ୟବସ୍ଥିତ କରି ରଖିବା ଉଚିତ।

୫/ ଘରେ ତିଆରି ହୋଇଥିବା ପ୍ରଥମ ରୁଟି ଗାଈକୁ ଖୁଆଇବା ଉଚିତ :-

ଗାଈକୁ ଦେବୀଙ୍କ ସ୍ୱରୂପ ବୋଲି କୁହାଯାଏ। ଗାଈ ମଧ୍ୟରେ ୩୩ କୋଟି ଦେବୀ ଓ ଦେବତା ବଡ଼ କରିଛନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଗାଈର ସେବା କଲେ ଅନେକ ପୁଣ୍ୟ ମିଳିଥାଏ। ସେହିପରି ଘରେ ତିଆରି ହେଉଥିବା ରୁଟିରୁ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେବା ଉଚିତ। ଏହାଦ୍ବାରା ଶୁଭ ଫଳ ମିଳିଥାଏ ଓ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ।

୬/ ବାହାରକୁ ଯିବା ପୂର୍ବରୁ ଦହି ଓ ଚିନି ଖାଇବା ଉଚିତ :-

ସକାଳୁ ସକାଳୁ ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ତାହେଲେ ଦହି ଓ ଚିନି ଖାଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କ କାର୍ଯ୍ୟ ସଫଳ ହେବ ଓ ଆପଣଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ। ଆପଣ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *