Excuse Me Odisha

ଯାହା କହିବୁ ସତ କହିବୁ

ପ୍ରେମ ଓ ଧନସମ୍ପତ୍ତିରେ ଭରି ଯିବ ଏହି ୩ ଗୋଟି ରାଶିର ଲୋକଙ୍କ ଜୀବନ ! ଶୁକ୍ର ଗ୍ରହର ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି।

ସେୟାର୍ କରନ୍ତୁ

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ୩ ଗୋଟି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ। ଏହି ରାଶିର ଲୋକଙ୍କର ବ୍ୟକ୍ତିଗତ ଜୀବନ ବଦଳିବା ସହିତ ସାମାଜିକ ଜୀବନରେ ଅନେକ ଲାଭ ପ୍ରାପ୍ତ ହେବ।

ପ୍ରେମ, ରୋମାନ୍ସ, ସୁଖ, ସଂପତ୍ତି, ସୌନ୍ଦର୍ଯ୍ୟର କାରକ ହେଉଛନ୍ତି ଶୁକ୍ର ଗ୍ରହ। ଏହି ଗ୍ରହ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଏପ୍ରିଲ ୨୭ ତାରିଖ ଦିନ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାର ଶୁଭ ପ୍ରଭାବ ୩ ଗୋଟି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।ଯାହାଦ୍ଵାରା ଅବିବାହିତ ଲୋକଙ୍କର ବିବାହ ହେବାର ଯୋଗ ରହିଛି। ଆସନ୍ତୁ ଜାଣିବା।

ଶୁକ୍ର ଗ୍ରହ, ଶନି ଗ୍ରହର ସ୍ଵରାଶି କୁମ୍ଭ ରାଶିରେ ଅବସ୍ଥାନ କରିଛନ୍ତି ଏବଂ ଏପ୍ରିଲ ୨୭ ତାରିଖ ଦିନ ମୀନ ରାଶିକୁ ଗୋଚର କରିବେ। ଶୁକ୍ର ଗ୍ରହର ଗୋଚର ସନ୍ଧ୍ୟା ୬ ଘଟିକା ୬ ମିନିଟରେ ହେବାକୁ ଯାଉଛି। ଏହି ଗୋଚର ୩ ଗୋଟି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

ବୃଷ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆୟରେ ବୃଦ୍ଧି ହେବ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟରେ ଅଧିକ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ବିବାହିତ ଲୋକଙ୍କର ସଂପର୍କ ସୁଦୃଢ଼ ରହିବ।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କୁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଶୁଭ ପରିଣାମ ପ୍ରଦାନ କରିବ। କ୍ୟାରିୟରରେ ଉନ୍ନତି ଲାଭ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। ବ୍ୟବସାୟରେ ବିଦେଶରୁ ଲାଭ ମିଳିବାର ସମ୍ଭାବନା ରହିଛି। ପାର୍ଟନରଙ୍କ ସହିତ ସମ୍ପର୍କ ସୁଦୃଢ ରହିବ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ଉତ୍ତମ ତାଳମେଳ ରହିବ। କାରବାର ସହିତ ଜଡ଼ିତ ସବୁ ସମସ୍ୟା ଦୂର ହୋଇଯିବ।

କର୍କଟ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ନୂତନ ଜମିବାଡ଼ି କ୍ରୟ କରି ପାରନ୍ତି।ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଅବିବାହିତ ଥିବା ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଚାକିରୀରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *