ଆସନ୍ତା ୮ ଦିନ ମଧ୍ୟରେ ୩ ଗୋଟି ଗ୍ରହ ଗୋଚର କରିବାକୁ ଯାଉଛନ୍ତି। ଶନିଚରୀ ଅମାବାସ୍ୟାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।
ଜ୍ୟୋତିଷ ଶାସ୍ତ୍ରକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଏହି ୩ ଗୋଟି ଗ୍ରହ ଆସନ୍ତା ୮ ଦିନ ମଧ୍ୟରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାସହିତ ସୂର୍ଯ୍ୟପରାଗ ମଧ୍ୟ ହେବାକୁ ଯାଉଛି।
ଜ୍ୟୋତିଷ ଶାସ୍ତ୍ରରେ ଏପ୍ରିଲ ମାସ ଶେଷ ଦିନ ଗୁଡ଼ିକୁ ବହୁତ ଗୁରୁତ୍ବପୁର୍ଣ ମାନା ଯାଇଛି। ଏହି ସପ୍ତାହରେ ତିନି ଗୋଟି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାସହିତ ଶନିଚରୀ ଅମାବାସ୍ୟା ଦିନ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଏଭଳି ଅଦ୍ଭୁତ ସଂଯୋଗ ବହୁତ ଖାସ୍ ହୋଇଥାଏ। ଗ୍ରହ ମାନଙ୍କର ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପ୍ରିଲ ୨୫ ତାରିଖ ଦିନ ବୁଧ ଗ୍ରହ ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ। ସାଧାରଣତଃ ଏହି ଗ୍ରହ ୨୧ ଦିନ ମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହି ଗ୍ରହ ୬୮ ଦିନ ପର୍ଯ୍ୟନ୍ତ ବୃଷ ରାଶିରେ ଅବସ୍ଥାନ କରିବେ। ଏହାପରେ ଏପ୍ରିଲ ୨୭ ତାରିଖ ଦିନ ଶୁକ୍ର ଗ୍ରହ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ।
ଶୁକ୍ର ଗ୍ରହକୁ ଧନ, ସୁଖ, ସମ୍ପତ୍ତିର କାରକ ଗ୍ରହ ବୋଲି କୁହାଯାଏ। ଏପ୍ରିଲ ୩୦ ତାରିଖ ଦିନ ଶନି ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ। ଶନି ଏହି ରାଶିରେ ଦେଢ଼ ମାସ ରହିବେ। ଏହାପରେ ବକ୍ରୀ ହୋଇ ମକର ରାଶିକୁ ଫେରି ଯିବେ। ଏପ୍ରିଲ ୩୦ ତାରିଖ ଶନିଚରୀ ଅମାବାସ୍ୟା ଓ ସୂର୍ଯ୍ୟପରାଗ କହିବାକୁ ଯାଉଛି।
ଅଧିକ ପ୍ରଭାବ ରହିବ :-
ବୁଧ ଗ୍ରହ, ଶୁକ୍ର ଗ୍ରହ ଓ ଶନି ଗ୍ରହର ଗୋଚରର ପ୍ରଭାବ ଏହି ପାଣିପାଗ, ଶାନ୍ତି, ବ୍ୟାପାର, ବ୍ୟବସାୟ ଆଦିରେ ପଡ଼ିବାକୁ ଯାଉଛି। ଏହାର ପ୍ରଭାବରେ ପାଣିପାଗ ବଦଳି ଯାଇପାରେ। ଏହାସହିତ ଭୀଷଣ ଗ୍ରୀଷ୍ମ ପ୍ରାଭ ବଢିପାରେ। ଅନ୍ୟ କିଛି ସ୍ଥାନରେ ବିବାଦ ହେବାର ସମ୍ଭାବନା ରହିଛି। ବ୍ୟବସାୟ ଗୁଡ଼ିକରେ କ୍ଷତି ହେବାର ସମ୍ଭାବନା ରହିଛି।