Excuse Me Odisha

ଯାହା କହିବୁ ସତ କହିବୁ

ଗୋଟେ ସପ୍ତାହରେ ବଦଳି ଯିବ ଏହି ରାଶିର ଲୋକଙ୍କ ଭାଗ୍ୟ, ବୁଧ ଗ୍ରହର କୃପାରୁ ଧନବାନ ହେବେ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ନିଜ ଜୀବନ ବିଷୟରେ ଅନେକ କିଛି ଜାଣି ଥାଉ। ଏହାଦ୍ବାରା ଆମକୁ ଭବିଷ୍ୟତ ସହିତ ଜଡ଼ିତ ଘଟଣା ଗୁଡ଼ିକର ସୂଚନା ମିଳିଥାଏ। ରାଶିଚକ୍ରରେ ୧୨ ଗୋଟି ରାଶି ରହିଥାଏ। କହିବାକୁ ଗଲେ ପ୍ରତ୍ୟେକ ଗ୍ରହ ମାନଙ୍କର ଏକ ନିର୍ଦ୍ଧିଷ୍ଟ ଅବଧି ରହିଥାଏ। ଗ୍ରହର ଅବଧି ସମାପ୍ତ ହୋଇଗଲେ, ତାହା ଗୋଟେ ରାଶିରୁ ଅନ୍ୟ ରାଶିକୁ ଗୋଚର କରିଥାଏ। ଗ୍ରହର ଏହି ରାଶି ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ଅନେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ।

ଏପ୍ରିଲ ମାସ ୨୫ ତାରିଖରେ ବୁଧ ଗ୍ରହ, ଶୁକ୍ର ଗ୍ରହର ସ୍ୱରାଶି ବୃଷ ରାଶିକୁ ଗୋଚର କରିବାକୁ ଯାଉଛନ୍ତି। ବୁଧ ଗ୍ରହକୁ ବୁଦ୍ଧି, ବ୍ୟାପାର, ଧନବାନର କାରକ ଗ୍ରହ ବୋଲି ମାନା ଯାଇଥାଏ। ଯେଉଁ ରାଶିରେ ବୁଧ ଗ୍ରହ ଶୁଭ ସ୍ଥିତିରେ ରହିଥାନ୍ତି, ସେହି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯାଇଥାଏ। ଏପ୍ରିଲ ୨୫ ତାରିଖରୁ ବୁଧ ଗ୍ରହର ଏହି ରାଶି ପରିବର୍ତ୍ତନର ପ୍ରଭାବ ୩ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଆସନ୍ତୁ ଜାଣିବା।

ମେଷ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରଦାନ କରିବ। ଏହି ରାଶିରେ ବୁଧ ଗ୍ରହ ଦିତୀୟ ଭାଗରେ ଗୋଚର କରିବେ। ବ୍ୟବସାୟରେ ଲାଭବାନ ହେବେ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଭାଇଭଉଣୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ବୁଧ ଗ୍ରହ ଆପଣଙ୍କ ରାଶିରେ ତୃତୀୟ ଓ ଷଷ୍ଠ ଭାଗରେ ରହିଛନ୍ତି, ତେଣୁ ଆପଣଙ୍କ ପରାକ୍ରମ ବୃଦ୍ଧି ହେବ। ଶତ୍ରୁ ଆପଣଙ୍କୁ ଭୟ କରିବେ।

କର୍କଟ ରାଶି :-

ବୁଧ ଗ୍ରହର ଗୋଚର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବୁଧ ଗ୍ରହ ଏହି ରାଶିର ୧୧ତମ ଭାଗରେ ଗୋଚର କରିବେ। ତେଣୁ ଆପଣଙ୍କ ଆୟରେ ବୃଦ୍ଧି ହେବ। କ୍ୟାରିୟରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ନୂତନ ବାହନ କ୍ରୟ କରି ପାରନ୍ତି। ସମ୍ପର୍କୀୟଙ୍କ ସହିତ ମଧୁର ସଂପର୍କ ରହିବ। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ଅଧିକ ଉପାର୍ଜନ ପାଇଁ ନୂତନ ସ୍ରୋତ ପ୍ରାପ୍ତ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

ସିଂହ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ବୁଧ ଗ୍ରହ ଏହି ରାଶିର ଅଷ୍ଟମ ଭାଗରେ ଗୋଚର କରିବେ। ରୋଜଗାର ନଥିବା ଲୋକଙ୍କୁ ରୋଜଗାର ପ୍ରାପ୍ତ ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ପ୍ରସନ୍ନ ହେବେ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *