Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ପ୍ରତ୍ୟେକ ମହିଳା ନିଜ ସ୍ଵାମୀଙ୍କ ଠାରୁ ଏହି ୪ ଗୋଟି କଥା ଲୁଚାଇ ଥାଆନ୍ତି, ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ସେୟାର୍ କରନ୍ତୁ

ଜଣେ ମହିଳା ଅନେକ ପ୍ରକାର ସମ୍ପର୍କରେ ବନ୍ଧା ହୋଇଥାନ୍ତି । ସେଥିମଧ୍ୟରୁ ପତି-ପତ୍ନୀଙ୍କ ସମ୍ପର୍କ ଏପରି ଏକ ବନ୍ଧନ ଅଟେ ଯାହା ଦୁହିଁଙ୍କୁ ଓ ସେମାନଙ୍କ ପରିବାରକୁ ମଧ୍ୟ ଏକ ସାଥିରେ ଯୋଡିକରି ରଖିଥାଏ । ପତି-ପତ୍ନୀ ପରସ୍ପର ସହ ପ୍ରତ୍ଯେକ ଦୁଃଖ ସୁଖ ବାଣ୍ଟିଥାନ୍ତି । କିନ୍ତୁ ବେଳେ ବେଳେ ଏମିତି କିଛି ହୋଇଯାଏ ଯାହା ଜଣେ ଅନ୍ୟ ଜଣଙ୍କୁ କହିପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏହିପରି ଚାରୋଟି କଥା କହିବୁ ଯାହା ପ୍ରତ୍ଯେକ ବିବାହିତା ମହିଳା ସ୍ବାମୀଙ୍କ ଠାରୁ ଲୁଚେଇ ରହିଥାନ୍ତି ।

୧/ ଅତୀତ କଥା :-

ଆମେ ଆମ ଜୀବନରେ ଯେତେ ଆଗକୁ ବଢିଲେ ମଧ୍ୟ ଅତୀତର କିଛି କଥା କେବେବି ଭୁଲି ହୁଏ ନାହିଁ। ଆଜିର ସମୟରେ କାହାକୁ ପ୍ରେମ କରିବା ଏକ ସାଧାରଣ କଥା ହୋଇଗଲାଣି।କହିବାକୁ ଗଲେ ପ୍ରତ୍ଯେକ ମହିଳା ନିଜର ପ୍ରଥମ ପ୍ରେମକୁ ତାଙ୍କ ସ୍ଵାମୀଙ୍କ ଠାରୁ ଲୁଚେଇ ରଖିଥାନ୍ତି। ସେ ଏହି ବିଷୟରେ ନିଜ ମନରେ ଚାପି ରଖିଥାନ୍ତି। ମହିଳା ମାନଙ୍କର ଏଭଳି କରିବାର ମୁଖ୍ୟ କାରଣ ହେଉଛି, ସେ ନିଜ ଅତୀତ କଥାକୁ ନେଇ ନିଜର ବର୍ତ୍ତମାନକୁ ନଷ୍ଟ କରିବାକୁ ଚାହାନ୍ତି ନାହିଁ। ସେଥିପାଇଁ ସେ ଅତୀତ କଥା ଲୁଚାଇ ରଖିଥାନ୍ତି।

୨/ ଅସୁସ୍ଥ ହେବାର କଥା :-

କହିବାକୁ ଗଲେ ମହିଳାଙ୍କ ଜୀବନ ସବୁଠାରୁ କଠିନ ହୋଇଥାଏ। ପ୍ରାୟତଃ ଅଧିକାଂଶ ମହିଳା ମାନେ ମାସିକ ଧର୍ମର ପୀଡା ଚୁପଚାପ୍ ସହିଥାନ୍ତି। ଏହି ମାସିକ ଧର୍ମ ସମୟରେ ଶରୀରରେ ଅନେକ ଛୋଟ ଛୋଟ ସମସ୍ଯା ଦେଖା ଦେଇଥାଏ। ଦୁନିଆର ଅଧିକାଂଶ ପତ୍ନୀ ତାଙ୍କ ପତିକୁ ନିଜର ଶରୀର ଅସୁସ୍ଥତା ବିଷୟରେ କୁହନ୍ତି ନାହିଁ। କାରଣ ଏହାକୁ ନେଇ ତାଙ୍କ ସ୍ଵାମୀ ଅଯଥା ଚିନ୍ତିତ ହୁଅନ୍ତୁ ବୋଲି ସେ ଚାହାନ୍ତି ନାହିଁ। ସ୍ତ୍ରୀଲୋକମାନେ ସବୁବେଳେ ଭାବିଥାନ୍ତି କି ତାଙ୍କ ଶରୀରର ଅସୁସ୍ଥତା ଖୁବ୍ ଶୀଘ୍ର ଠିକ ହୋଇଯିବ, ତେଣୁ ଏହି ବିଷୟରେ ସ୍ଵାମୀଙ୍କୁ ଚିନ୍ତିତ କରେଇବା ଉଚିତ ନୁହେଁ ଅଥବା ସେ ନିଜ ସ୍ଵାମୀଙ୍କୁ ଚିନ୍ତାମୁକ୍ତ ରଖିବାକୁ ଚାହିଁଥାନ୍ତି।

୩/ ସିକ୍ରେଟ ଲଭ୍ କ୍ରସ :-

ସମସ୍ତଙ୍କୁ ଦିନେ ନା ଦିନେ ପ୍ରେମ ହୋଇଥାଏ। ଯେଉଁଠି ଟିକେ ପ୍ରେମ ମିଳେ ମଣିଷ ସେଠାକୁ ଆକର୍ଷିତ ହୋଇ ଚାଲିଯାଏ। ପ୍ରେମ କରିବା କୌଣସି ପାପ ନୁହେଁ, ଏହା ସମସ୍ତଙ୍କ ଅଧିକାର ଅଟେ। କିନ୍ତୁ ବାହାଘର ହେବା ପରେ ଅନ୍ୟ କାହା ପାଇଁ ଏଭଳି ଭାବନା ଆସିବା ଭାରତୀୟ ସମାଜ ଅନୁସାରେ ଅନୁଚିତ ବୋଲି ମାନା ଯାଇଛି। ତେଣୁ କୌଣସି ମହିଳା ନିଜ ସ୍ଵାମୀଙ୍କୁ ତାଙ୍କ ସିକ୍ରେଟ କ୍ରଶ ବିଷୟରେ କହି ନଥାନ୍ତି। ଏହି କଥା ଦ୍ଵାରା ତାଙ୍କ ବୈବାହିକ ସମ୍ପର୍କରେ ଫାଟ ଆଣିପାରେ ବୋଲି ତାଙ୍କର ଭୟ ରହିଥାଏ।

୪/ ଟଙ୍କା ସଞ୍ଚୟ କରିବା :-

ଅଧିକାଂଶ ମହିଳା ମାନେ ନିଜ ସ୍ଵାମୀଙ୍କ ଠାରୁ ଟଙ୍କା ଆଣି ସଞ୍ଚୟ କରି ରଖିଥାନ୍ତି। କାରଣ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ସେମାନେ ଘରର ଆବଶ୍ୟକତା ସମୟରେ ସଞ୍ଚୟ କରିଥିବା ଟଙ୍କାକୁ ଉପଯୋଗ କରିଥାନ୍ତି। ତେଣୁ ପ୍ରତ୍ୟେକ ମହିଳା ନିଜ ଗୋଡ଼ରେ ଛିଡ଼ା ହୋଇ ରୋଜଗାର କରିବା ନିହାତି ଜରୁରୀ ଅଟେ। ଏହାଦ୍ବାରା ପରିବାର ସଞ୍ଚାଳନରେ ତାଙ୍କର ଯୋଗଦାନ ପୁରୁଷ ମାନଙ୍କ ସହିତ ବରାବର ରହିବ।ମହିଳା ମାନେ ଭବିଷ୍ୟତରେ ଆସିବାକୁ ଥିବା ସମସ୍ୟା ପ୍ରତି ସତର୍କ ରହି ଟଙ୍କା ଉପଯୋଗ କରିଥାନ୍ତି।ଏହା ବହୁତ ବଡ଼ ଭଲ ଗୁଣ ଅଟେ

ତେବେ ବନ୍ଧୁଗଣ, ଆମ ପୋଷ୍ଟ ଆପଣଙ୍କୁ ପସନ୍ଦ ଆସିଥିଲେ, ଅନ୍ୟମାନଙ୍କ ସହିତ ଏହାକୁ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *