Excuse Me Odisha

ଯାହା କହିବୁ ସତ କହିବୁ

ଆତ୍ମହତ୍ୟା କଣ ଭଗବାନଙ୍କ ଇଚ୍ଛାରେ ହୋଇଥାଏ ନା କେବଳ ମଣିଷଙ୍କ ଇଛାରେ..ଜାଣନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆମ ମଧ୍ୟରେ କିଛି ଏପରି ଘଟଣା ଘଟିଥାଏ, ଯାହା ଆମ ଇଚ୍ଛାରେ ହୋଇ ନଥାଏ କି ଈଶ୍ବରଙ୍କ ଇଚ୍ଛାରେ ହୋଇ ନଥାଏ। ଆଜିକାଲି ଅଧିକାଂଶ ଲୋକେ ନିଜ ଜୀବନକୁ ହାରିବା ପାଇଁ ଆତ୍ମହତ୍ୟାର ରାସ୍ତା ଚୟନ କରୁଛନ୍ତି।ସମସ୍ତଙ୍କୁ ଏହା ଅନୁଭବ ହୋଇଥାଏ କି ଏହି ଜନ୍ମରେ ସବୁକିଛି କର୍ମ ଅନୁସାରେ ହୋଇଥାଏ। କିନ୍ତୁ ଏପରି କିଛି ହୋଇ ନଥାଏ। ଗୀତା ଅନୁସାରେ କର୍ମ ଅନୁଯାୟୀ ମଣିଷ କେଉଁ ଯୋନିରେ ଜନ୍ମ ହେବା, ସେହି ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି।

କହିବାକୁ ଗଲେ କର୍ମର ସମ୍ପର୍କ ଆମ ମନ, ଶରୀର ଓ ମସ୍ତିସ୍କ, ଚିତ୍ତରେ ରହିଥାଏ। କର୍ମ ୩ ପ୍ରକାରର ହୋଇଥାଏ ଯଥା ସଞ୍ଚିତ, ପ୍ରାରମ୍ଭ ଓ କ୍ରିୟାମୟ। ଅନେକ ଜନ୍ମରେ ଏକତ୍ରିତ କରିଥିବା କର୍ମକୁ ସଞ୍ଚିତ କର୍ମ କୁହାଯାଏ। ଏଥିରେ ପୂର୍ବ ଜନ୍ମର କର୍ମ ଓ ବର୍ତ୍ତମାନର କର୍ମକୁ ନେଇ ଫଳ ପ୍ରାପ୍ତ ହୋଇଥାଏ। ସଞ୍ଚିତ କର୍ମର ସେହି ଅଂଶ, ଯାହାକୁ ଆମେ ଏହି ଜନ୍ମରେ ଭୋଗ କରିଥାଉ ତାହାକୁ ପ୍ରାରମ୍ଭ କୁହାଯାଏ। ଯାହା ଆମେ ଏବେ କରିଅଛୁ, ଏହାକୁ କ୍ରିୟାମୟ କୁହାଯାଏ।

କର୍ମର ମହାନତା ବିଷୟରେ କହିବାକୁ ଗଲେ, ରାମ ଚରିତ ମାନସରେ ସନ୍ଥ କବି ତୁଳସୀ ଦାସ କହିଛନ୍ତି, ଈଶ୍ୱର କର୍ମକୁ ହିଁ ଏହି ସଂସାରରେ ପ୍ରାଧାନ୍ୟ ଦେଇଛନ୍ତି। ଆତ୍ମହତ୍ୟା ନିଶ୍ଚିତ ହୋଇ ନ ଥାଏ। କାରଣ ଇଶ୍ଵର ଆମକୁ ପୂର୍ବ ଜନ୍ମରେ ଏଭଳି ପରିସ୍ଥିତି ଦେଇଥାନ୍ତି, ଯାହା ଉପରେ କାହାର ଅଧିକାର ରହେ ନାହିଁ। କିନ୍ତୁ ଇଶ୍ଵର ଆମକୁ ଚୟନ କରିବାର ମନୋଭାବ ଦେଇଛନ୍ତି, ଯାହା ଆମ ଭିତରେ ରହିଛି। ଏହାକୁ ମଣିଷ ନିଜ ଜୀବନରେ ଯେଉଁଭଳି ଭାବରେ ବ୍ୟବହାର କରିବ ସେହିପରି ତାକୁ ଫଳ ପ୍ରାପ୍ତି ହେବ।

ଯେତେବେଳେ ମଣିଷ କୌଣସି ଦୁଃଖ କାରଣରୁ ଉଦାସ ହେଉଛି, ତେବେ ମନସ୍ତିତି କହିଥାଏ କି ଏହି ଜୀବନରେ ଆଉ କିଛି ନାହିଁ, ମୋତେ ସବୁଆଡେ ଦୁଃଖ ହିଁ ଦୁଃଖ ଦେଖା ଯାଉଛି। ଏଭଳି ମଣିଷଙ୍କ ମନରେ ଆତ୍ମହତ୍ୟା ଭଳି ଆତ୍ମଘାଟି ପଦକ୍ଷେପ ନେବା ପାଇଁ ବିଚାର ଆସିଥାଏ। ଏହି ସ୍ଥିତିରେ ଇଶ୍ଵରଙ୍କୁ ଧ୍ୟାନ ଓ ଭକ୍ତି କରିବା ପାଇଁ ମଧ୍ୟ ବିକଳ୍ପ ରହିଥାଏ, ଯାହାକୁ ସୁଖ ସ୍ଵାଧୀନ ମଧ୍ୟ କୁହାଯାଏ। ଏଥିପାଇଁ ମଣିଷ ନିଜ ଇଚ୍ଛାରେ ଏହି ମନସ୍ଥିତିକୁ ବଦଳାଇ ଦେଇଥାଏ।

କହିବାକୁ ଗଲେ ଏଭଳି କରିବା ମଧ୍ୟ ବହୁତ ଜରୁରୀ ହୋଇଥାଏ।କାରଣ ପ୍ରତ୍ୟେକ ପରିସ୍ଥିତିକୁ ଆପଣ କିପରି ଢଙ୍ଗରେ ସମ୍ଭାଳିବେ, ତାହା ଆପଣଙ୍କ ଉପରେ ନିର୍ଭର କରିଥାଏ। ଏହା ଉପରେ ଭଗବାନ କିଛି ମଧ୍ୟ କରି ପାରିବେ ନାହିଁ। ଆମର କର୍ମର ଆଧାରରେ ହିଁ ଆମ ଚିନ୍ତାଧାରା ରହିଛି। ପ୍ରତିଦିନ ଆମ ମନରେ ସହସ୍ର ଧାରଣା ଆସିଥାଏ ଓ ଚାଲିଯାଏ। ଯେଉଁ ଧାରଣା ବାରମ୍ବାର ଆସିଥାଏ ଏହାକୁ ଆମେ କାର୍ଯ୍ୟକାରୀ କରିଥାଉ।

ଯଦି ଆମ ମନରେ ସୁବିଚାର ଆସେ, ତାହେଲେ ଆମେ ଭଲ କର୍ମ କରିଥାଉ ଏବଂ ଯଦି ଆମ ମନରେ କୁବିଚାର ଆସେ, ତେବେ ଖରାପ କାମ କରିଥାଉ। ଯଦି ଏହି ଜନ୍ମରେ ଓ ପର ଜନ୍ମରେ ଆପଣ ସୁଖୀ ହେବାକୁ ଇଚ୍ଛା ରଖିଥାନ୍ତି, ତାହେଲେ ନିଜ କର୍ମରୁ ବା ମନରୁ କାହାର ଅନିଷ୍ଟ କର ନାହିଁ। ଆପଣ ନିଜର କର୍ମକୁ ବଦଳାଇ ସୁଖୀ ଜୀବନ ବଞ୍ଚି ପାରିବେ। ତେଣୁ ଆତ୍ମହତ୍ୟା ଭଗବାନଙ୍କ ଇଚ୍ଛା ନୁହେଁ, ଏହା ମଣିଷ ମନର ଦୁନିଆ ପ୍ରତି ଅସନ୍ତୋଷ ଭାବନା ଅଟେ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିଲେ, ଏହାକୁ ସମସ୍ତଙ୍କୁ ସେୟାର କରନ୍ତୁ। ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *