Excuse Me Odisha

ଯାହା କହିବୁ ସତ କହିବୁ

ରାସ୍ତାରେ ଶବ ଯାଉଥିବାର ଦେଖିଲେ ନିଶ୍ଚିତ ଭାବରେ କରନ୍ତୁ ଏହି ୫ ଗୋଟି କାର୍ଯ୍ୟ, ବଦଳି ଯିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। କହିବାକୁ ଗଲେ ମଣିଷ ଯେତେ ଧନୀ ଓ ସଫଳତା ଆଡକୁ ଅଗ୍ରସର ହେଲେ ମଧ୍ୟ ମୃତ୍ୟୁ ପରେ ତାର ଶବ ଯାତ୍ରା ନିଶ୍ଚିତ ଭାବରେ ହୋଇଥାଏ। ହିନ୍ଦୁ ଧର୍ମରେ ଶବ ଯାତ୍ରାର ବିଷେଶ ମହତ୍ଵ ରହିଛି। ବ୍ୟକ୍ତିର ମୃତ୍ୟୁ ବୟସ ହେବା କ୍ଷଣି ହେଉ ବା ଅକାଳ ମୃତ୍ୟୁ ଏହି ଦୁଇଟି ସ୍ଥିତିରେ ତାର ଶବ ଯାତ୍ରା ହୋଇଥାଏ। ମାନ୍ୟତା ରହିଛି କି ଶବ ଯାତ୍ରା ହେବା ଦ୍ଵାରା ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିଥାଏ। ଏହାସହିତ ଏହି ଶବ ଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଶବ ଯାତ୍ରା ରାସ୍ତାରେ ଦେଖିବା ସମୟରେ ଏମିତି କଣ କରିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା।

ଆପଣ କେବେ ନା କେବେ ରାସ୍ତାରେ ଯାଉଥିବା ସମୟରେ ଶବ ଯାତ୍ରା ଦେଖିଥିବେ। କିଛି ଲୋକ ଶବ ଯାତ୍ରା ଦେଖି ଭୟ କରିଥାନ୍ତି ତ ଆଉ କିଛି ଲୋକେ ଶବ ଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଛୁଇଁ ଦେଲେ ଘରକୁ ଆସି ସ୍ନାନ କରିଥାନ୍ତି। ଆଉ କିଛି ଲୋକଙ୍କ ମନରେ ଏଭଳି ଧାରଣା ରହିଥାଏ ମୃତ୍ୟୁ ପରେ ବ୍ୟକ୍ତିର ଆତ୍ମା ତାଙ୍କ ପଛରେ ଲାଗିଯିବ। କିନ୍ତୁ ବାସ୍ତବରେ ଏପରି କିଛି ହୋଇ ନଥାଏ। କହିବାକୁ ଗଲେ ହିନ୍ଦୁଧର୍ମରେ ଶବ ଯାତ୍ରା ଦେଖିବାକୁ ଶୁଭ ମାନାଯାଏ। ଏହି ସମୟରେ ଏଭଳି କିଛି କାର୍ଯ୍ୟ କରିବା ଉଚିତ, ଯାହାଦ୍ଵାରା ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଯିବ। ସେଗୁଡିକ ହେଉଛି –

୧/ ଯଦି ଆପଣ ରାସ୍ତାରେ ନିଜ ସମ୍ପର୍କୀୟଙ୍କ ଶବ ଯାତ୍ରା ଦେଖୁଛନ୍ତି, ତାହେଲେ ତାଙ୍କ ଶବକୁ କାନ୍ଧ ଦେବାକୁ ଚେଷ୍ଟା କରନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କର ସଞ୍ଚିତ ଧନ ବୃଦ୍ଧି ହୋଇଯିବ। ଶାସ୍ତ୍ର ଅନୁସାରେ ପିତାଙ୍କ ମୃତ୍ୟୁ ପରେ ପୁଅ ବା ଭାଇ କାନ୍ଧ ଦେବା ଉଚିତ।

୨/ ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ଅଜାଣତରେ ଶବ ଯାତ୍ରା ଦେଖୁଛନ୍ତି, ତାହେଲେ ଆପଣ ସେହି ଶବକୁକୁ କାନ୍ଧ ଦେଇ ପାରିବେ ନାହିଁ। ତେବେ ଏହା ଆପଣଙ୍କ ପାଇଁ ଶୁଭ ନୁହେଁ। କିଛି ଲୋକଙ୍କ ଧାରଣା ରହିଥାଏ କି ଶବ ଯାତ୍ରା ଦେଖିବା ଦ୍ଵାରା ଅନେକ କାର୍ଯ୍ୟ ବିଗିଡି ଯାଇଥାଏ। କିନ୍ତୁ ବାସ୍ତବରେ ଏହାର ବିପରୀତ ହୋଇଥାଏ, କାରଣ କୌଣସି ବ୍ୟକ୍ତି ଶବ ଯାତ୍ରା ଦେଖିଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।

୩/ କୁହାଯାଏ କି ଅନ୍ତିମ ସଂସ୍କାର ସମୟରେ ଯେଉଁ ବ୍ୟକ୍ତିଙ୍କ ମୁହଁରୁ ଶ୍ରୀରାମ ନାମ ବାହାରିଲେ, ସେହି ମୃତ ବ୍ୟକ୍ତିର ଆତ୍ମାକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ। ସେହି ବ୍ୟକ୍ତି ଜୀବନରେ ଯେତେ ପାପ କଲେ ମଧ୍ୟ ତାହା ଦୂର ହୋଇଥାଏ। ଶବ ଯାତ୍ରା ସମୟରେ ଶ୍ରୀରାମ ନାମ ସତ୍ୟ ହେବ କହିବା ସହିତ ଶବ ଉପରେ ଫୁଲ ପକାଇବା ଉଚିତ।

୪/ ଯଦି କୌଣସି ସୌଭାଗ୍ୟବତୀ ମହିଳାଙ୍କ ଶବ ରାସ୍ତାରେ ଦେଖନ୍ତି, ତାହେଲେ ସିନ୍ଦୂର ଦାନ କରିବା ଉଚିତ। ଶାସ୍ତ୍ର ଅନୁସାରେ ସ୍ଵାମୀଙ୍କ ଅନ୍ତେ ସ୍ତ୍ରୀଙ୍କ ମୃତ୍ୟୁ ହେଲେ, ତାଙ୍କୁ ସୌଭାଗ୍ୟବତୀ କୁହାଯାଏ। ପ୍ରାଚୀନ କାଳରେ ଯେଉଁ ମହିଳା ପତିବ୍ରତା ଥିଲେ, ସେମାନେ ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ ନିଜର ମୃତ୍ୟୁ ଇଚ୍ଛା ରଖିଥାନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ, ତେବେ ଏହାକୁ ସମସ୍ତଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *