Excuse Me Odisha

ଯାହା କହିବୁ ସତ କହିବୁ

ଯେତେବେଳେ କୌଣସି ମୃତ ବ୍ୟକ୍ତି ସ୍ଵପ୍ନରେ ଆସିଥାନ୍ତି, ସେତେବେଳେ ମିଳିଥାଏ ଏହି ୭ଟି ସଂକେତ। ଜାଣନ୍ତୁ ଏହି ସ୍ୱପ୍ନର ଅର୍ଥ କଣ ଅଟେ?

ସେୟାର୍ କରନ୍ତୁ

ସାଧାରଣତଃ କହିବାକୁ ଗଲେ ସମସ୍ତେ ରାତିରେ ଶୋଇବା ପରେ ସ୍ବପ୍ନ ଦେଖିଥାନ୍ତି। ଆମ ଜୀବନ ସହିତ ଜଡିତ ଘଟଣା ଗୁଡ଼ିକ ଆମ ସ୍ଵପ୍ନରେ ଆସିଥାଏ। କିଛି ସ୍ବପ୍ନ ଆମକୁ ଖୁସି ଦେଇଥାଏ। ଆଉକିଛି ସ୍ବପ୍ନ ଭୟଙ୍କର ମଧ୍ୟ ହୋଇଥାଏ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ଲୁଚି ରହିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମୃତ ବ୍ୟକ୍ତିକୁ ଆପଣ ସ୍ଵପ୍ନରେ ଦେଖିଲେ, ଏହାର ଅର୍ଥ କଣ ହୋଇଥାଏ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ସ୍ଵପ୍ନରେ ସ୍ବାସ୍ଥ୍ୟ ଖରାପ ହୋଇଥିବାର ଦେଖିବା :-

ଯଦି ଆପଣଙ୍କର କୌଣସି ସମ୍ପର୍କୀୟ ବେମାର ଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କର ଆତ୍ମା ଆପଣଙ୍କ ସ୍ଵପ୍ନରେ ଇଛା ବ୍ୟକ୍ତ କରୁଛନ୍ତି, ଯାହା ସେ ଜୀବିତ ଥିବା ଅବସ୍ଥାରେ ତାଙ୍କ ଇଛା ପୂରଣ କରି ପାରି ନାହାନ୍ତି। ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ଉପରେ କିଛି ସଙ୍କଟ ଆସିବାର ସମ୍ଭାବନା ରହିଛି।

୨/ ସ୍ଵପ୍ନରେ ଜୀବିତ ଥିବା ବ୍ୟକ୍ତିଙ୍କୁ ମୃତ୍ୟୁବରଣ କରୁଥିବାର ଦେଖିବା :-

ଯଦି ଆପଣ ନିଜ ସ୍ଵପ୍ନରେ କୌଣସି ଜୀବିତ ଥିବା ବ୍ୟକ୍ତିଙ୍କୁ ମୃତ୍ୟୁବରଣ କରିଥିବାର ଦେଖନ୍ତି, ତାହେଲେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କର ଆୟୁ ବୃଦ୍ଧି ହୋଇଗଲା।ଏଭଳି ସ୍ଵପ୍ନକୁ ଆପଣ ଭୁଲ ଭାବନ୍ତୁ ନାହିଁ।

୩/ ସ୍ଵପ୍ନରେ ସ୍ଵର୍ଗବାସୀଙ୍କୁ ଦେଖିବା :-

ଯଦି ଆପଣ ନିଜ ସ୍ଵପ୍ନରେ ନିଜର ସ୍ଵର୍ଗବାସୀ ସମ୍ପର୍କୀୟଙ୍କୁ ଦେଖୁଛନ୍ତି ଏବଂ ସେ ଆପଣଙ୍କୁ କିଛି କହୁ ନାହାନ୍ତି, ତାହେଲେ ବୁଝି ନିଅନ୍ତୁ କି ସେ ଆପଣଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଛନ୍ତି ଅଥବା ଆପଣଙ୍କୁ କୌଣସି ଭୁଲ କାର୍ଯ୍ୟରୁ ନିବୃତ କରିବା ପାଇଁ ଚେତାବନୀ ଦେଉଛନ୍ତି। ଏହାସହିତ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବାର ସଂକେତ ମିଳୁଛି।

୪/ ସ୍ଵପ୍ନରେ ନିବସ୍ତ୍ର ହେବାର ଦେଖିବା :-

ଯଦି ଆପଣ ନିଜ ସ୍ଵପ୍ନରେ ସମ୍ପର୍କୀୟଙ୍କୁ ନିବସ୍ତ୍ର ବା ପାଦରେ ଜୋତା ନଥିବାର କିମ୍ବା ଭୋକିଲା ଥିବାର ଦେଖନ୍ତି, ତାହେଲେ କୌଣସି ବ୍ରାହ୍ମଣଙ୍କୁ ଭୋଜନ କରାଇ ତାଙ୍କୁ ଦାନ ଦିଅନ୍ତୁ। ଦେଖିବେ ସବୁକିଛି ଠିକ୍ ହୋଇଯିବ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ, ତେବେ ଏହାକୁ ସମସ୍ତଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *