Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟପରାଗ ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ଜୀବନରେ ପଶ୍ଚାତାପ କରି ପାରନ୍ତି।

ସେୟାର୍ କରନ୍ତୁ

କହିବାକୁ ଗଲେ ସୂର୍ଯ୍ୟପରାଗ ସମୟରେ ଅନେକ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି।ଖାସ୍ କରି ଗର୍ଭବତୀ ମହିଳା ମାନେ ଏହି ସମୟରେ ସତର୍କ ରହିବା ଉଚିତ।

ସୂର୍ଯ୍ୟପରାଗକୁ ବିଜ୍ଞାନ ସହିତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଅଧିକ ମହତ୍ୱ ଦିଆଯାଇଥାଏ। ୨୦୨୨ର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ମାସ ୩୦ ତାରିଖ ଦିନ ଲାଗିବାକୁ ଯାଉଛି।ଏହାସହିତ ଏହିଦିନ ଶନିଚରୀ ଅମାବାସ୍ୟା ମଧ୍ୟ ପଡୁଛି। ତେଣୁ ଏହି ସୂର୍ଯ୍ୟପରାଗର ମହତ୍ୱ ଅଧିକ ବଢ଼ି ଯାଇଛି। ଆଂଶିକ ସୂର୍ଯ୍ୟପରାଗ ରହିବା ହେତୁ ଏହାର ସୂତକ କାଳ ମାନ୍ୟ ହେବନାହିଁ।କିନ୍ତୁ ଏହି ସମୟରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ। ନଚେତ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂର୍ଯ୍ୟପରାଗ ଏପ୍ରିଲ ୩୦ ତାରିଖ ରାତ୍ରି ସମୟରେ ୧୨:୧୫ ଘଟିକାରୁ ଆରମ୍ଭ ହୋଇ ସକାଳ ୪:୦୮ ଘଟିକା ପର୍ଯ୍ୟନ୍ତ ରହିବ।

ସୂର୍ଯ୍ୟପରାଗ ସମୟରେ କଣ କରିବା ଉଚିତ :-

– ସୂର୍ଯ୍ୟପରାଗ ସମୟରେ ନକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ତେଣୁ ଏହି ସମୟରେ ଖାଦ୍ୟ ଓ ଜଳରେ ତୁଳସୀ ପତ୍ର ପକାଇ ସେବନ କରନ୍ତୁ। ଏହାଦ୍ବାରା ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯିବ।

– ସୂର୍ଯ୍ୟପରାଗ ସମୟରେ ଠାକୁର ଘରକୁ ବନ୍ଦ ରଖନ୍ତୁ। ନଚେତ ଘର ଉପରେ ଖରାପ ପ୍ରଭାବ ପଡିପାରେ।

– ସୂର୍ଯ୍ୟପରାଗ ସମୟରେ ଭଗବାନଙ୍କୁ ଆରାଧନା କରିବା ନିହାତି ଆବଶ୍ୟକ ଅଟେ।

– ସୂର୍ଯ୍ୟପରାଗ ସମାପ୍ତ ହେବାପରେ ନିଶ୍ଚିତ ଭାବରେ ଅସହାୟ ଲୋକଙ୍କୁ କିଛି ଦାନ କରନ୍ତୁ।

ସୂର୍ଯ୍ୟପରାଗ ସମୟରେ ଏହି କାର୍ଯ୍ୟ କରିବା ଉଚିତ ନୁହେଁ :-

– ସୂର୍ଯ୍ୟପରାଗ ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ, ତେଣୁ ଏହିସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ।

– ପରାଗ ସମୟରେ ଛୁଞ୍ଚିରେ ସୂତା ପୂରାଇବା ଅଶୁଭ ମାନା ଯାଇଥାଏ।

– ସୂର୍ଯ୍ୟପରାଗ ସମୟରେ ଭୋଜନ ରାନ୍ଧିବା ଉଚିତ ନୁହେଁ ଏବଂ କାଟିବା, ବାଟିବା ମଧ୍ୟ ଅନୁଚିତ ହୋଇଥାଏ।

– ସୂର୍ଯ୍ୟପରାଗ ସମୟରେ ବିଶେଷକରି ଗର୍ଭବତୀ ମହିଳା ମାନଙ୍କୁ କୌଣସି ପ୍ରକାରର ଧାରୁଆ ଜିନିଷ ଆଦି ହାତରେ ଧରିବା ଉଚିତ ନୁହେଁ।

– ଏହି ସମୟରେ କୌଣସି ସ୍ଥାନକୁ ଯାତ୍ରା ମଧ୍ୟ କରିବା ଅନୁଚିତ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *