Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଅନୁସାରେ ସିଡି ଘର କେଉଁ ଦିଗରେ ରହିଲେ ଘରର ମୁରବୀଙ୍କ ପ୍ରତି ବିପଦ ରହିଥାଏ? ଜାଣନ୍ତୁ ସେହି ବିଷୟରେ –

ସେୟାର୍ କରନ୍ତୁ

କୁହାଯାଏ କି ଘର ତିଆରି ସମୟରେ ଏହି କଥା ଉପରେ ଧ୍ୟାନ ଦିଆଯାଇଥାଏ କି ପ୍ରତ୍ୟେକ ଜିନିଷ ସଠିକ ସ୍ଥାନରେ ରହିବା ନିହାତି ଜରୁରୀ ଅଟେ।କାରଣ ଘରର ପ୍ରତ୍ୟେକ ଜିନିଷ ସଠିକ ସ୍ଥାନରେ ନରହିଲେ, ଘର ଉପରେ ବିପଦ ମାଡି ଆସିଥାଏ। ଆଜି ଆମେ ଘରର ସିଡି ଘର ବିଷୟରେ ଜାଣିବା। ଘରେ ସିଡି ଘର କେଉଁ ଦିଗରେ ରହିବା ନିହାତି ଜରୁରୀ ଅଟେ ଓ ପରିବାର ପାଇଁ ଶୁଭପ୍ରଦ ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ସିଡି ଘରର ଦିଗ :-

ଘରର ଦକ୍ଷିଣ – ପଶ୍ଚିମ ଦିଗ ବା ନୈରୁତ୍ତ କୋଣରେ ସିଡି ଘର ରଖିବା ଉଚିତ। ଏହି ଦିଗରେ ସିଡି ଘର ରହିବା ଦ୍ଵାରା ଘରେ ସୁଖଶାନ୍ତି ବଜାୟ ରହିଥାଏ।

୨/ ଅନ୍ୟ ଦିଗକୁ ସିଡି ଘର ରହିଲେ, ଏହାର ପ୍ରଭାବ :-

ଯଦି ଘରେ ସିଡି ଉତ୍ତର ପୂର୍ବ ଐଶାନ୍ୟ କୋଣରେ ରହେ, ତାହେଲେ ଘର ପାଇଁ ବହୁତ ବଡ଼ ସଙ୍କଟ ଉପୁଜି ପାରେ। ଏହାସହିତ ପରିବାରରେ ଦୁଶ୍ଚିନ୍ତା ବଢେ ଏବଂ ଧନହାନୀ ହେବାର ସମ୍ଭାବନା ରହିଥାଏ। ତେଣୁ ଏଭଳି ଭୁଲ କେବେବି କରନ୍ତୁ ନାହିଁ। ସେହିପରି ଯଦି ସିଡି ଘର ଉତ୍ତର – ପଶ୍ଚିମ ତଥା ବାୟବ୍ୟ କୋଣରେ ହୋଇଥାଏ, ତାହେଲେ ଗୃହ କର୍ତ୍ତା ବା ଘରର ମୂରବୀଙ୍କ ଉପରେ ଅନେକ ସଙ୍କଟ ଆସିଥାଏ।

୩/ ସିଡି ଘର କେଉଁ ଦିଗ ଆଡକୁ ରହିବା ଉଚିତ :-

ଘରର ସିଡି ପୂର୍ବ ଦିଗରୁ ପଶ୍ଚିମ ଦିଗ ଆଡକୁ କିମ୍ବା ଉତ୍ତରରୁ ଦକ୍ଷିଣ ଦିଗ ଆଡକୁ ରହିବା ଉଚିତ। ଯଦି ଆପଣଙ୍କ ଘରର ସିଡି ସିଧା ନହୋଇ ଦକ୍ଷିଣ ଦିଗ ଆଡକୁ ମୋଡ଼ି ହୋଇ ଯାଉଛି, ତାହେଲେ ଏହା ଶୁଭ ଅଟେ।

୪/ ସିଡି ଘରର ପାହାଚ :-

ସାଧାରଣତଃ ସିଡି ଘରର ପାହାଚ ଥାକ ହୋଇ ବା ଶ୍ରେଣୀ ବିଶିଷ୍ଟ ହୋଇ ରହିଥାଏ। ତେବେ ଯଦି ଅଧିକ ମହଲା ବିଶିଷ୍ଟ ଘର ହୋଇଥାଏ, ତେବେ ପ୍ରତ୍ୟେକ ମହଲାରେ ୧୨ ରୁ ଅଧିକ ପାହାଚ ହେବା ଉଚିତ ନୁହେଁ।

ଯେଉଁ ଲୋକମାନଙ୍କର ସିଡି ଘର ସଠିକ ଦିଗରେ ନ ରହିବା କାରଣରୁ ଘରେ ଅନେକ ଅସୁବିଧା ହେଉଛି, ସେମାନେ ବାସ୍ତୁ ଅନୁସାରେ ପୁଣିଥରେ ସିଡି ଘର ନିର୍ମାଣ କରନ୍ତୁ। ଏଭଳି କରିବା ଦ୍ଵାରା ଘର ପାଇଁ ଶୁଭ ସାବ୍ୟସ୍ତ ହେବ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ, ତେବେ ଏହାକୁ ସମସ୍ତଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *