Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଖୋଲି ଯାଇଥାଏ ଭାଗ୍ୟ ଏବଂ ହୋଇଥାଏ ଧନ ବର୍ଷା ! କିନ୍ତୁ ଏହି ଭୁଲ କରନ୍ତୁ ନାହିଁ

ସେୟାର୍ କରନ୍ତୁ

ଦୁନିଆର ପ୍ରତ୍ୟେକ ଲୋକେ ହସଖୁସିରେ ବଞ୍ଚିବା ପାଇଁ ଇଛା ରଖିଥାନ୍ତି। ଏହାସହିତ ସେମାନଙ୍କ ମନରେ ଆଶା ରହିଥାଏ କୁ ସେମାନଙ୍କୁ ଜୀବନରେ ଧନ ସମ୍ପତ୍ତିର ଅଭାବ ନହେଉ। ନୂଆ ନୂଆ ସ୍ଥାନରେ ଭ୍ରମଣ କରିବାର ସମସ୍ତଙ୍କର ଆଶା ରହିଥାଏ। କିନ୍ତୁ ଏହିସବୁ ସ୍ଵପ୍ନକୁ ପୂରଣ କରିବା ପାଇଁ ବହୁତ ପରିମାଣରେ ଟଙ୍କା ଦରକାର ହୋଇଥାଏ।

ଯଦି ଆପଣ ନିଜର ସବୁ ସ୍ଵପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ।କିନ୍ତୁ ଅଧିକାଂଶ ସମୟରେ କଥିକ ପରିଶ୍ରମ କରି ଟଙ୍କା ଉପାର୍ଜନ କଲେ ମଧ୍ୟ ସେହି ଟଙ୍କା ବେଶୀ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ପାରେନି।କୌଣସି ନା କୌଣସି କ୍ଷେତ୍ରରେ ଟଙ୍କା ଖର୍ଚ୍ଚ ହୋଇ ଯାଇଥାଏ। କାହିଁକି ଆପଣଙ୍କ ପାଖରେ ଟଙ୍କା ରହୁ ନାହିଁ? ଏହାର କାରଣ କଣ ? ଶାସ୍ତ୍ରରେ ଏହି ସମ୍ବନ୍ଧରେ ଅନେକ କଥା ବର୍ଣ୍ଣନା କରାଯାଇଛି।

ଶାସ୍ତ୍ରରେ କିଛି ପ୍ରଭାବୀ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣେଇବା ଦ୍ଵାରା ଜୀବନର କେବେବି ଧନର ଅଭାବ ହୋଇ ନଥାଏ। ଆଜ୍ଞା ହଁ, ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ଗଛ ଗୁଡ଼ିକ ବିସ୍ତାର ବର୍ଣ୍ଣନା କରାଯାଇଛି, ଯାହାକୁ ଘରେ ଆଣି ଲଗାଇବା ଦ୍ଵାରା ଧନ ସଂପତ୍ତି ବୃଦ୍ଧି ହୋଇଥାଏ।

ଏହି ଗଛ ଗୁଡ଼ିକ ଲଗାଇବା ଦ୍ଵାରା ଘରେ ସଂପତ୍ତି ବୃଦ୍ଧି ହୋଇଥାଏ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଦୁଇଟି ଗଛ ରହିଛି, ଯାହାକୁ ଘରେ ଆଣି ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଏହି ଦୁଇଟି ଗଛ ହେଉଛି କ୍ରାସୁଲା ଓ ମନି ପ୍ଲାଣ୍ଟ। କ୍ରାସୁଲା ଗଛକୁ ବହୁତ ଶୁଭ ମାନା ଯାଇଥାଏ। ଏହି ଗଛର ପତ୍ର ବହୁତ ମୋଟା ଓ ନରମ ହୋଇଥାଏ।ପତ୍ରର ରଙ୍ଗ ହେଉଛି ସବୁଜ ଓ ହଳଦିଆ। ଏହି କ୍ରାସୁଲା ଗଛ ଛାଇରେ ମଧ୍ୟ ବଢ଼ିଥାଏ। ତେଣୁ ଏହାକୁ ଘରେ ଆଣି ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ।

ଏହାପରେ ମନି ପ୍ଲାଣ୍ଟ ବିଷୟରେ କହିବାକୁ ଗଲେ, ଏହା ଘର ପାଇଁ ବହୁତ ଶୁଭ ଅଟେ। ଅଧିକାଂଶ ଲୋକେ ନିଜ ଘରେ ମନି ପ୍ଲାଣ୍ଟ ଲଗାଇ ଥାଆନ୍ତି।ଏହାଦ୍ଵାରା ଘରେ ସୁଖଶାନ୍ତି ବଜାୟ ରହିବା ସହିତ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।କିନ୍ତୁ କିଛି ଭୁଲ କାର୍ଯ୍ୟ କରିବା ଦ୍ୱାରା କିଛି ସୁଫଳ ମିଳି ନଥାଏ।

ମନି ପ୍ଲାଣ୍ଟ ଓ କ୍ରାସୁଲା ଗଛ ଲଗାଇବା ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ :-

ଯଦି ଆପଣ ନିଜ ଘରେ ମନି ପ୍ଲାଣ୍ଟ ଓ କ୍ରାସୁଲା ଗଛକୁ ଲଗାଉଛନ୍ତି ତାହେଲେ ଏହାକୁ ସଠିକ ଦିଗରେ ଲଗାନ୍ତୁ। ଆପଣ ନିଜ ଘରେ ମନି ପ୍ଲାଣ୍ଟକୁ ଉତ୍ତର – ପୂର୍ବ ଦିଗ ବା ଉତ୍ତର ଦିଗରେ ଲଗାଇବା ଉଚିତ।ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ। ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଛି କି ମନି ପ୍ଲାଣ୍ଟକୁ କେବେବି କାଚ ବୋତଲରେ ରଖନ୍ତୁ ନାହିଁ।ଏହାସହିତ ମନି ପ୍ଲାଣ୍ଟରେ କ୍ଷୀର ଢାଳିବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *