Excuse Me Odisha

ଯାହା କହିବୁ ସତ କହିବୁ

ଘରର ମନ୍ଦିରରେ ଭୁଲରେ ବି ଏହି ୪ ଟି ଭଗବାନଙ୍କର ମୂର୍ତ୍ତି ରଖନ୍ତୁ ନାହିଁ। କାଙ୍ଗାଳ ହୋଇଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ମନ୍ଦିରରେ ଭୁଲରେ ବି ଏହି ୪ ଟି ଭଗବାନଙ୍କର ମୂର୍ତ୍ତି ରଖନ୍ତୁ ନାହିଁ। କାଙ୍ଗାଳ ହୋଇଯିବେ।

ବନ୍ଧୁଗଣ ସମସ୍ତଙ୍କ ଘରେ ପୂଜା ସ୍ଥାନ ଥାଏ। ପୂଜା ସ୍ଥାନ ନଥିଲେ ମଧ୍ୟ ଭଗବାନଙ୍କ ଫୋଟ ନିଶ୍ଚୟ ଥିବ ଏବଂ ପ୍ରତିଦିନ ପୂଜା ମଧ୍ୟ କରୁଥିବେ କିନ୍ତୁ ଅନେକ ଥର ଜଣା ଅଜାଣତରେ କିଛି ଭୁଲ ହୋଇଯାଏ। ଘର ସହିତ ଜଡ଼ିତ ୫ ଟି ଭୁଲ ବହୁତ ଅଶୁଭ ହୋଇଥାଏ ଏବଂ ପୂଜା ଘରେ ଏମିତି ୪ ଟି ମୂର୍ତି ଅଛି ଯାହାକୁ ରଖିବା ଉଚିତ ନୁହେଁ ନଚେତ ଜୀବନରେ ବହୁତ ସମସ୍ୟା ବଢିଯିବ। ସମସ୍ତଙ୍କ ଘରେ ଶୁଭ ଉର୍ଜା ପାଇଁ ଘରେ ମନ୍ଦିର ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ।

ପୂଜାପାଠର କିଛି ନିର୍ଧାରିତ ନିୟମ ଅଛି ଯେମତିକି ଯଦି ଆପଣ ସକାଳ ୮ ଟାରେ ପୂଜା କରୁଛନ୍ତି ତ ପ୍ରତିଦିନ ସେହି ୮ ଟା ସମୟରେ ହିଁ ପୂଜା କରନ୍ତୁ ଯେଉଁ ସମୟରେ ବି ପୂଜା କରୁଛନ୍ତି ପ୍ରତିଦିନ ସେହି ସମୟରେ ହିଁ ପୂଜା କରନ୍ତୁ। ଘରେ ମନ୍ଦିର ରହିଲେ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଇଥାଏ ଏବଂ ସଦସ୍ୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଥାଏ। ପୂଜାର ଉଚିତ ଫଳ ମିଳିଥାଏ ଯେତେବେଳେ ଆପଣ ଠିକ ପଦ୍ଧତିରେ ପୂଜା କରିବେ। ପୂଜା ଘରେ ଦେବୀ ଦେବତାଙ୍କ ସ୍ଥାପନା ସମୟରେ ନିୟମର ପାଳନ କରିବା ଉଚିତ ଏବଂ ମନ୍ଦିରରେ ଦେବୀ ଦେବତା ଜାଗ୍ରତ ଅବସ୍ଥାରେ ରଖିବା ଉଚିତ।

ପୂଜା ଘର ଐଶ୍ଵଣ୍ୟ କୋଣରେ ରହିବା ଉଚିତ। ଯଦି ଇସାଣ କୋଣରେ ଜାଗା ନାହିଁ ତ ପୂର୍ବ ଦିଗରେ ରହିବା ଉଚିତ। ପୂଜା ସ୍ଥାନକୁ ବାରମ୍ବାର ଚେଞ୍ଜ କରନ୍ତୁ ନାହିଁ। ପୂଜା ଘର ଗାଢ଼ ରଙ୍ଗରେ ବନେଇବେ ନାହିଁ।

ଦେବୀ ଦେବତାଙ୍କ ଫୋଟ ପୂଜା ଘରେ ଆକୃତି ବଦଳରେ ଅର୍ଥାତ ମୂର୍ତି ବଦଳରେ ଫୋଟ ରଖନ୍ତୁ ଏବଂ ପୂଜା କରନ୍ତୁ ଏହା ଅଧିକ ଭଲ ହେ

ଠାକୁର ଘରେ ଗୋଟିଏ ଭଗବାନଙ୍କର ଗୋଟିଏ ଫୋଟ ରଖନ୍ତୁ। ଗୋଟିଏ ଭଗବାନଙ୍କର ଦୁଇଟି ଫୋଟ ରଖନ୍ତୁ ନାହିଁ। ଯେଉଁ ଦେବୀ ଦେବତାଙ୍କର ଆପଣ ଉପାସନା କରୁଛନ୍ତି ଚେଷ୍ଟା କରନ୍ତୁ ତାଙ୍କର ଫୋଟ ରଖନ୍ତୁ। ଯଦି ମୂର୍ତି ରଖିବେ ତ ଧ୍ୟାନ ରଖିବେ ୪ ଆଙ୍ଗୁଳି ପାଖରୁ ବଡ଼ ନହେବା ଉଚିତ। ମୂର୍ତି ଯେତେ ବଡ଼ ରଖିଲେ କୌଣସି ଅସୁବିଧା ନାହିଁ। ଧ୍ୟାନ ରଖିବେ ଫୋଟରେ କାଚ ଭାଙ୍ଗି ଗଲେ ଶୁଭ ମାନାଯାଏ ନାହିଁ।

ପୂଜା ସ୍ଥାନରେ ଶଙ୍ଖ ଗୋମତି ଚକ୍ରକୁ ଗୋଟିଏ ପାତ୍ରରେ ଜଳ ଭରି ନିଶ୍ଚୟ ରଖନ୍ତୁ।

ପ୍ରତିଦିନ ଦୁଇଟି ସମୟରେ ପୂଜା କରିବେ। ସକାଳେ ଏବଂ ସନ୍ଧ୍ୟାରେ। ସନ୍ଧ୍ୟାରେ ପୂଜା କରିବା ସମୟରେ ଦୀପ ଜଳାନ୍ତୁ। ଦୀପକୁ ପୂଜା ସ୍ଥାନରେ ମଧ୍ୟମରେ ରଖନ୍ତୁ। ଦୀପ ରଖିବା ସମୟରେ ଭଗବାନଙ୍କର ମନ୍ତ୍ର ଜପ କରି ନିଅନ୍ତୁ। ଯାହା ଦ୍ୱାରା ଘରକୁ ସକରାତ୍ମକ ଉର୍ଜା ଆସିବ। ମନ୍ଦିରକୁ ସବୁବେଳେ ସଫା ରଖନ୍ତୁ। ଗୋଟିଏ ଘଟି ପାଣି ଭର୍ତ୍ତି କରି ପୂଜା ଘରେ ନିଶ୍ଚୟ ରଖିବେ ପର ଦିନ ଏହି ଘଟିରେ ଥିବା ପାଣିକୁ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ ଏବଂ ପୁଣିଥରେ ଭଲ ପାଣି ଭରି ରଖନ୍ତୁ। ଏମିତି କଲେ ଘରର ନକରାତ୍ମକ ଶକ୍ତିକୁ ବାହାର କରିଦେଇଥାଏ। ଗୁରୁ ମନ୍ତ୍ର ନେଇଛନ୍ତି ତ ସେହି ମନ୍ତ୍ରର ଜପ କରନ୍ତୁ ନଚେତ ଗାୟତ୍ରୀ ମନ୍ତ୍ରର ଜପ କରି ନିଅନ୍ତୁ। ପୂଜା ପରେ ଅର୍ପଣ କରିଥିବା ଜଳକୁ ପ୍ରସାଦ ରୂପରେ ଗ୍ରହଣ କରିପାରିବେ।

ପୂଜା ସ୍ଥାନରେ ଧୂପ ବଦଳରେ ଝୁଣା ଜଳାନ୍ତୁ ଧୂପରେ ବାଉଁଶ କାଠି ଥାଏ ଏବଂ ଆମର ଧର୍ମରେ ବାଉଁଶ ଜଳାଇବା ମନା ଅଟେ।

ପୂଜା ଘରକୁ ନିଜର ଷ୍ଟୋର ରୁମରେ କିମ୍ବା ରୋଷେଇ ଘରେ ନିର୍ମାଣ କରନ୍ତୁ ନାହିଁ ନଚେତ ଆପଣଙ୍କର ପୂଜାର ଫଳ ସେତିକି ମିଳିବ ନାହିଁ ଯେତିକି ଆପଣ ଚାହାନ୍ତି।

ନଟରାଜର ମୂର୍ତି। ଆମେ ସମସ୍ତେ ଜାଣିଛୁ ଯେ ନଟରାଜ ଭଗବାନ ଶିବଙ୍କର ରୁଦ୍ର ରୂପ। ଯେତେବେଳେ ଭଗବାନ ଶିବ ରୁଦ୍ର ରୂପରେ ଆସି ତାଣ୍ଡବ କରିଥିଲେ ସେତେବେଳେ ନଟରାଜ କୁହାଯାଇଥିଲା। ଶାସ୍ତ୍ରର ଅନୁସାରେ ଏମିତି ଫୋଟ ଘରକୁ ଆଣିବା ଉଚିତ ନୁହେଁ। ଅଶାନ୍ତି ଆସିଥାଏ।

ଭୈରବ ଦେବଙ୍କ ମୂର୍ତି। ଭୈରବ ଦେବ ମହାକାଳଙ୍କର ଏକ ରୂପ। କିନ୍ତୁ ଆପଣଙ୍କୁ କହି ଦେଉଛୁ ଯେ ଭୈରବ ଦେବ ତନ୍ତ୍ର ମନ୍ତ୍ର ଆରୋଧ୍ୟରେ ପୂଜା କରାଯାଏ ତାଙ୍କୁ ଘରର ମନ୍ଦିରରେ ସ୍ଥାନ ଭୁଲରେ ବି ଦିଅନ୍ତୁ ନାହିଁ। ନଚେତ ପାରିବାରିକ ଚିନ୍ତା ଉତ୍ପନ ହେବାକୁ ଲାଗିଥାଏ। ଆପଣଙ୍କ ଘରେ ହୋଇପାରେ କିଛି ଏପରି କିଛି ଶକ୍ତି ପ୍ରବେଶ କରିପାରେ। ଯାହା ଘର ପାଇଁ ଅଶୁଭ ହୋଇଥାଏ। ତାଙ୍କ ମୂର୍ତି ଘରେ ଭୁଲରେ ବି ମଧ୍ୟ ରଖନ୍ତୁ ନାହିଁ ନଚେତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଳେଶ ସୃଷ୍ଟି ହୋଇଥାଏ।

ଶନିଦେବଙ୍କ ମୂର୍ତ୍ତି। ଆପଣ କର୍ମର ଦେବତା ଭଗବାନ ଶନିମହାରାଜଙ୍କ ଆରୋଧନା କରିପାରିବେ କିନ୍ତୁ ତାଙ୍କ ମୂର୍ତ୍ତିକୁ ମଧ୍ୟ ଘରର ପୂଜା ଘରେ ଭୁଲରେ ବି ସ୍ଥାପନ କରନ୍ତୁ ନାହିଁ।

ରାହୁ କେତୁଙ୍କ ମୂର୍ତି। କେତେକ ଲୋକ ରାହୁ କେତୁଙ୍କ ଦୁପ୍ରଭାବରୁ ବଞ୍ଚିବା ପାଇଁ ଘରେ ରାହୁ କେତୁଙ୍କ ମୂର୍ତି ସ୍ଥାପନା କରିଥାନ୍ତି ଏବଂ ଏହାକୁ ପୂଜା କରିବାରେ ଲାଗିଯାଇଥାନ୍ତି କିନ୍ତୁ ଯଦି ଆପଣ ମଧ୍ୟ ଏମିତି ଭୁଲ କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ। ରାହୁ ଏବଂ କେତୁ ପାପ ଏବଂ ଛଳର ଗ୍ରହ ମାନାଯାଏ। ଘରେ ଏମାନଙ୍କୁ ସ୍ଥାନ ଦେବା ଦ୍ୱାରା ଘରେ ନକରାତ୍ମକ ବିଚାର ନିଜ ନିଜ ମଧ୍ୟରେ ମତଭେଦ ଏବଂ ଛଳ କପଟ ଯେମିତି ଦୁବିଚାର ଘରେ ପ୍ରବେଶ କରିବାକୁ ଲାଗିଥାଏ। ଯାହା ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାନ୍ତି। ଏମାନଙ୍କ ଠାରୁ ବଞ୍ଚିବା ପାଇଁ ରାହୁ ଏବଂ କେତୁଙ୍କ ପୂଜା କଦାପି କରନ୍ତୁ ନାହିଁ।

ପୂଜା ଘରେ ପ୍ରଥମ ପୂଜ୍ୟ ଗଣେଶ ମହାରାଜଙ୍କ ମୂର୍ତ୍ତି ନିଶ୍ଚୟ ରଖନ୍ତୁ ଏବଂ ଫୋଟ ମଧ୍ୟ ରଖିପାରିବେ। ବିଘ୍ନ ହର୍ତାଙ୍କ ଯେଉଁ ମୂର୍ତି ରଖିବେ ତାଙ୍କର ସଂଖ୍ୟା ୧ ଟି କିମ୍ବା ୨ଟି ରଖିବେ। ଯେମିତିକି ଗୋଟେ କ୍ୟାଲେଣ୍ଡର କିମ୍ବା ଶିବ ପରିବାରରେ ଗଣେଶଙ୍କ ଫୋଟ ଥିବ ଏବଂ ଗୋଟେ ମୂର୍ତି ରଖନ୍ତୁ। ଭଗବାନ ଗଣେଶଙ୍କର ୨ ଟି ମୂର୍ତି ରଖିବା ଉଚିତ ହୋଇଥାଏ କିନ୍ତୁ ୩ଟି ଭୁଲରେ ବି ରଖିବେ ନାହିଁ।

ଶିବଲିଙ୍ଗ। ତାଙ୍କର ଦର୍ଶନ ମାତ୍ରାରେ ବ୍ୟକ୍ତିଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ। କିନ୍ତୁ ଘରର ମନ୍ଦିରରେ ଶିବଲିଙ୍ଗ ରଖିବାର କିଛି ନିୟମର ପାଳନ ବି କରିବା ଉଚିତ। କାରଣ ଶିବଲିଙ୍ଗ ଆକାରରେ ଆଙ୍ଗୁଳି ପାଖରୁ ଅଧିକ ବଡ଼ ନହେଉ ଯଦି ଘରେ ରଖୁଛନ୍ତି। ସବୁଠାରୁ ଭଲ ଆପଣ ଘରେ ପାରଦ ଶିବଳିଙ୍ଗର ସ୍ଥାପନା କରନ୍ତୁ ଏହା ଭଲ ରହିବ। ଶିବଲିଙ୍ଗ ରଖିଲେ କିଛି ତାଙ୍କୁ ନିୟମିତ ଭାବେ ପୂଜା କରିବା ଉଚିତ।

ଘରେ ଯେତେବେଳେ ଭଗବାନ ହନୁମାନଙ୍କ ଫୋଟ ଲଗାଉଛନ୍ତି ତ ଚେଷ୍ଟା କରନ୍ତୁ ଛିଡା ହୋଇଥିବା ହନୁମାନଙ୍କ ଫୋଟ ନଲଗାଇବା ପାଇଁ। ଯେବେବି ଲଗେଇବେ ବସିଥିବେ ସୌମ୍ୟ ମୁଦ୍ରାରେ। ଭଗବାନ ହନୁମାନଙ୍କ ଫୋଟକୁ ପୂଜା ସ୍ଥାନରେ ରଖନ୍ତୁ।

ମା ଦୁର୍ଗା ଏବଂ ଯେଉଁ ଅନ୍ୟ ଦେବିଦେଵତା ତାଙ୍କର ଫୋଟ ଭୁଲରେ ବି ୩ ଟି ଲଗେଇବେ ନାହିଁ। ମା ଦୁର୍ଗା ଦେବୀ ମା ଲକ୍ଷ୍ମୀ ସମସ୍ତଙ୍କର ୨ ଟି ଫୋଟ ଲଗେଇବେ ୩ ସଂଖ୍ୟାରେ ଭୁଲରେ ବି ଲଗେଇବେ ନାହିଁ। ଯେବେବି ଭଗବାନଙ୍କ ଫୋଟ ଲଗାଉଛନ୍ତି ତ ସେ ଯେପରି ପ୍ରସନ୍ନ ମୁଦ୍ରାରେ ଥିବେ ସେମିତି ଫୋଟ ଲଗାନ୍ତୁ।

ଘରର ମନ୍ଦିର ସବୁବେଳେ ଘରର ଉତ୍ତର-ପୂର୍ବ ଦିଗରେ ସ୍ଥାପନା କରନ୍ତୁ। ଉତ୍ତର-ପୂର୍ବ ଦିଗ ଭଗବାନ ଶ୍ରୀହରି ନାରାୟଣ ଏବଂ ମା ଲକ୍ଷ୍ମୀଙ୍କ ଦିଗ ମାନାଯାଏ। ତେଣୁ କରି ଘରର ମନ୍ଦିରକୁ ସବୁବେଳେ ଏହି ଦିଗରେ ସ୍ଥାପନା କରିବା ଉଚିତ।

ଖୋଲା ମୁହଁ ଥିବା ବାଘ କିମ୍ବା ଅନ୍ୟ ପ୍ରାଣୀ ମାନଙ୍କ ଉପରେ ବସିଥିବା ଦେବତାଙ୍କ ମୂର୍ତି। ବାସ୍ତୁଶାସ୍ତ୍ରରେ ଘରେ ଜଙ୍ଗଲୀ ଏବଂ ହିଂସ୍ର ପ୍ରାଣୀ ମାନଙ୍କର ଫୋଟ ବା ମୂର୍ତି ଘରେ ସ୍ଥାନ ଦେବା ଉଚିତ ମାନାଯାଏ ନାହିଁ। ତେଣୁ ଆପଣ ଯଦି କୌଣସି ଦେବା ଦେବୀଙ୍କର ମୂର୍ତି ଆଣୁଛନ୍ତି ଯାହା ଖୋଲା ମୁହଁ ଥିବା ବାଘ ଉପରେ ବସିଥିବା କିମ୍ଵା କୌଣସି କ୍ରୋଧିତ ଥିବା ପ୍ରାଣୀ ମାନଙ୍କର ଫୋଟ ଥିବ ତାହେଲେ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ।

ଏହା କାରଣରୁ ଆପଣ ଆପଣଙ୍କର ଘରକୁ ଏମତି ଜିନିଷ ଆଣନ୍ତୁ ଯାହାର ବାଘ କିମ୍ବା ଅନ୍ୟ ପ୍ରାଣୀ ଶାନ୍ତ ପ୍ରକୃତିର ଥାନ୍ତି। ଏହା ଦ୍ବାରା ଯାହାର ସକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ। ମନ୍ଦିରରେ କ୍ରୋଧର ଫୋଟ ରଖିବା ଠାରୁ ସବୁବେଳେ ଦୂରେଇ ରୁହନ୍ତୁ। ଯେମିତି ଘରେ ସବୁବେଳେ ସକାରାତ୍ମକ ବାସ କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *