Excuse Me Odisha

ଯାହା କହିବୁ ସତ କହିବୁ

୧୬ ଏପ୍ରିଲ ଶନିବାର ହନୁମାନ ଜୟନ୍ତୀ : କେବଳ ଗୋଟିଏ ଅସ୍ତ ଗଛର ପତ୍ର ଏବଂ ସିନ୍ଦୁର ଦ୍ଵାରା ସମସ୍ତ ସଙ୍କଟ ଦୂର କରିବେ ସଂକଟ ମୋଚନ ! ଜାଣନ୍ତୁ କଣ କିପରି କରିବେ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୬ ଏପ୍ରିଲ ଶନିବାର ହନୁମାନ ଜୟନ୍ତୀ ବାସ ୧ ଅସ୍ତ ଗଛର ପତ୍ର ଏବଂ ସିନ୍ଦୁର ସମସ୍ତ ସଙ୍କଟ ଦୂର କରିବେ ସଂକଟ ମୋଚନ।

ଭଗବାନ ହନୁମାନଙ୍କ ଜନ୍ମ ଉତ୍ସବ ୧୬ ଏପ୍ରିଲରେ ପାଳନ ହେବ ଏହି ଦିନ ଶନିବାର ପଡୁଛି। ଭଗବାନ ହନୁମାନଙ୍କୁ ଯେଉଁ ପୂଜା ଆମେ କରୁଛେ ତ ବହୁତ ପ୍ରକାରର ଭୋଗ ତାଙ୍କୁ ଆମେ ଅର୍ପଣ କରୁଛେ। ଯଦି ଆପଣ ବହୁତ ସମସ୍ୟାରେ ଅଛନ୍ତି କୌଣସି ସମସ୍ୟାରେ ଅଛନ୍ତି ଯାହାର ସମାଧାନ ହେଉନାହିଁ କିମ୍ବା ଆପଣ ବିପଦରେ ପଡିଯାଇଛନ୍ତି କୌଣସି ରାସ୍ତା ମିଳୁନାହିଁ ଶତ୍ରୁ ଚିନ୍ତିତ କରୁଛନ୍ତି ଚାକିରୀ ମିଳୁନାହିଁ ବ୍ୟବସାୟ ଭଲ ଚାଲୁନାହିଁ ତ ଛୋଟ କାମ କରନ୍ତୁ।

ଆପଣ ସକାଳୁ ସକାଳୁ ଅସ୍ତ ଗଛର ୧୧ ଟି ପତ୍ର ନେଇ ଆସନ୍ତୁ ଏହି ପତ୍ର ଆପଣ ତୋଳିବେ ନାହିଁ ତୋଳିଲେ ଶନିଦୋଷ ଲାଗିଥାଏ। ସେଥିପାଇଁ ଅସ୍ତ ଗଛ ମୂଳରେ ପଡିଥିବା ନୂଆ ନୂଆ ପତ୍ର ୧୧ ଟି ନେଇ ଆସନ୍ତୁ। ଏହି ପତ୍ରକୁ ଧୋଇ ସଫା କରିନିଅନ୍ତୁ। ଦାଣ୍ଠି ଭାଙ୍ଗିବେ ନାହିଁ ଏବଂ ସବୁ ପତ୍ରରେ ସିନ୍ଦୁର ଘିଅ ଚମ୍ପା ତେଲ କିମ୍ବା ତିଳ ତେଲ ନେଇ ପାରିବେ ଏହିସବୁକୁ ମିଶାଇ ଆପଣ ସବୁ ପତ୍ରରେ ରାମ ଲେଖନ୍ତୁ। ଲେଖିବା ପରେ ସବୁ ପତ୍ରକୁ ଲାଲ ସୂତାରେ ବାନ୍ଧି ଦିଅନ୍ତୁ। ଏହାକୁ ବାନ୍ଧି ମାଳା ବନେଇ ଦିଅନ୍ତୁ ଏବଂ ଭଗବାନ ହନୁମାନଙ୍କ ଗଳାରେ ପିନ୍ଧାଇ ଦିଅନ୍ତୁ।

ଯଦି ଆପଣ ମହିଳା ତେବେ ଆପଣ ଭଗବାନ ହନୁମାନଙ୍କୁ ପିନ୍ଧାଇବେ ନାହିଁ ତାଙ୍କ ଚରଣରେ ରଖିଦେବେ ଏବଂ ଯଦି ଆପଣ ପୁରୁଷ ତେବେ ଭଗବାନ ହନୁମାନଙ୍କୁ ମାଳା ପିନ୍ଧାଇ ପାରିବେ। ଏହାପରେ ଭଗବାନ ହନୁମାନଙ୍କୁ ନିଜର ସମସ୍ୟା କୁହନ୍ତୁ। ଯେତେ ବଡ଼ ସମସ୍ୟା ହୋଇଥାଉ କେତେ ବି ବଡ଼ ବିପଦ ଚାଲିଥାଉ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପଣଙ୍କୁ ମିଳିଯିବ। ଏହି ଉପାୟ ଏହି ଥର ଭଗବାନ ହନୁମାନଙ୍କ ଜନ୍ମ ଉତ୍ସ୍ୟବରେ କରନ୍ତୁ। ଏହା ପରେ ଦେଖିବେ କେମିତି ଚମତ୍କାର ହେଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *