Excuse Me Odisha

ଯାହା କହିବୁ ସତ କହିବୁ

ହନୁମାନ ଜୟନ୍ତୀରେ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ ଏହି ୮ ପ୍ରକାରର ଭୋଗ ! ବଦଳିଯିବ ଆପଣଙ୍କ ଦୁର୍ଭାଗ୍ୟ !

ସେୟାର୍ କରନ୍ତୁ

ପ୍ରଭୁ ହନୁମାନ ତାଙ୍କ ଭକ୍ତ ମାନଙ୍କର ସମସ୍ତ ଦୁଃଖ ଦୂର କରି ଦେଇଥାନ୍ତି। ତାଙ୍କୁ ଥରେ ପ୍ରସନ୍ନ କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।ଏପ୍ରିଲ ୧୬ ତାରିଖ ଦିନ ହନୁମାନ ଜୟନ୍ତୀ ପାଳିତ ହେବାକୁ ଯାଉଛି। ଏହିଦିନ ହନୁମାନଙ୍କୁ ତାଙ୍କ ପ୍ରିୟ ଭୋଗ ଲଗାନ୍ତୁ। ଆପଣଙ୍କର ସବୁ ସମସ୍ୟା ଦୂର ହେବା ସହିତ ଜୀବନ ସୁଖମୟ ରହିବ।

ମୋତିଚୁର ଲଡୁ :-

ପ୍ରଭୁ ହନୁମାନଙ୍କୁ ମୋତିଚୁର ଲଡୁ ବହୁତ ପସନ୍ଦ ଅଟେ। ହନୁମାନ ଜୟନ୍ତୀ ଦିନ ଏହାକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ଵାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇ ଆପଣଙ୍କର ସବୁ ମନସ୍କାମନା ପୂରଣ କରିବେ। ଏହାସହିତ ଆପଣଙ୍କୁ ଅଚାନକ ଧନଲାଭ ହେବ

ବେସନର ଲଡୁ :-

ଯଦି ଆପଣ ପ୍ରଭୁ ହନୁମାନଙ୍କୁ ମୋତିଚୁର ଲଡୁ ଅର୍ପଣ କରି ପାରିବେ ନାହିଁ, ତାହେଲେ ବେସନର ଲଡୁ ଅର୍ପଣ କରନ୍ତୁ। ବେସନର ଲଡୁ, ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଥିବା ସବୁ ଦୋଷ ଦୂର ହୋଇଥାଏ। ଏହାସହିତ ଆପଣଙ୍କର ସବୁ ଅଭିଳାଷା ପୂରଣ ହୋଇଥାଏ। କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ।

ପାନ :-

ଯଦି ଆପଣଙ୍କ ଜୀବନରେ ବହୁତ ଦୁଃଖକଷ୍ଟ ଲାଗି ରହୁଛି, ତାହେଲେ ଆପଣ ପ୍ରଭୁ ହନୁମାନଙ୍କୁ ପାନ ଅର୍ପଣ କରନ୍ତୁ।ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।ହନୁମାନ ଜୟନ୍ତୀ ଦିନ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ପରେ ପାନ ବିଡା ଅର୍ପଣ କରିବା ଉଚିତ।

ଝିଲିପି :-

ପ୍ରଭୁ ହନୁମାନଙ୍କୁ ଝିଲିପି ବହୁତ ପ୍ରିୟ ହୋଇଥାଏ।ଏହାକୁ ପ୍ରସାଦ ରୂପରେ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରୁ ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।ଏହାସହିତ ଆପଣଙ୍କ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ।

କେଶର ଭାତ :-

ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଅଶୁଭ ସ୍ଥିତିରେ ରହିଛନ୍ତି, ତାହେଲେ ପ୍ରଭୁ ହନୁମାନଙ୍କୁ କେଶର ଭାତ ଅର୍ପଣ କରନ୍ତୁ।ତାହେଲେ ନିଶ୍ଚିତ ଭାବରେ ମଙ୍ଗଳ ଗ୍ରହ ଶାନ୍ତ ହୋଇଯିବେ।

ମିଠା ରୁଟି :-

ପ୍ରଭୁ ହନୁମାନଙ୍କୁ ମିଠା ରୁଟି ବହୁତ ପସନ୍ଦ ଅଟେ। ହନୁମାନ ଜୟନ୍ତୀ ଦିନ ପ୍ରଭୁ ହନୁମାନଙ୍କୁ ମିଠା ରୁଟି ଅର୍ପଣ କରନ୍ତୁ।ଏହାକୁ ପ୍ରସ୍ତୁତ କରିବା ପାଇଁ ଗହମ, ଅଳେଇଚ, ଗୁଡ଼, ନଡ଼ିଆ ଆଦି ଆବଶ୍ୟକ ହୋଇଥାଏ। ଏହାଦ୍ବାରା ପ୍ରଭୁ ହନୁମାନ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

ଗୁଡ଼ ଓ ଚଣା :-

ଗୁଡ଼ ଓ ଚଣା ପ୍ରଭୁ ହନୁମାନଙ୍କର ପ୍ରିୟ ପ୍ରସାଦ ଅଟେ। ଏହି ପ୍ରସାଦ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହୋଇଯାଏ। ଏହାସହିତ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ବୁନ୍ଦିଆ :-

ହନୁମାନ ଜୟନ୍ତୀ ଦିନ ପ୍ରଭୁ ହନୁମାନଙ୍କୁ ବୁନ୍ଦିଆ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ ଏବଂ ପ୍ରଭୁ ହନୁମାନ ଆପଣଙ୍କୁ ସବୁ ସଙ୍କଟରୁ ଉଦ୍ଧାର କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *