Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷ ପରେ ଚୈତ୍ର ପୂର୍ଣ୍ଣିମାରେ ଦୁର୍ଲଭ ମହାସଂଯୋଗ ! ଶନିବାର ପୂର୍ଣ୍ଣିମା ହନୁମାନ ଜୟନ୍ତୀ ! ୭ ମହାଉପାୟ। ଛପର ଫାଡ଼ି ଆସିବ ଟଙ୍କା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୫୦୦ ବର୍ଷ ପରେ ଚୈତ୍ର ପୂର୍ଣ୍ଣିମାରେ ଦୁର୍ଲଭ ମହାସଂଯୋଗ। ଶନିବାର ପୂର୍ଣ୍ଣିମା ହନୁମାନ ଜୟନ୍ତୀ ୭ ମହା ଉପାୟ। ଛପର ଫାଡ଼ି ଆସିବ ଟଙ୍କା।

ଚୈତ୍ର ମାସର ଶୁକ୍ଳପକ୍ଷରେ ପୂର୍ଣ୍ଣିମା ଦିନ ଭଗବାନ ହନୁମାନଙ୍କ ଜନ୍ମ ହୋଇଥିଲା। ଆଉ ଏହି ଦିନ ପୁରା ଧୂମ ଧାମରେ ହନୁମାନଙ୍କ ଜୟନ୍ତୀ ପାଳନ କରାଯାଏ। ଭଗବାନ ହନୁମାନ ମଙ୍ଗଳବାର ଦିନ ଜନ୍ମଗ୍ରହଣ କରିଥିଲେ। ହନୁମାନଙ୍କର ପୂଜା କେବେ ଏବଂ ଏମିତି କରିବେ। ଅଭିଜିତ ମୁହୂର୍ତ୍ତରେ ଯଦି ପୂଜା କରିବେ ତ ଅଧିକ ଭଲ ରହିବ। ଏହିଦିନ ତୁଳସୀ ପତ୍ରର ବିଶେଷ ପ୍ରୟୋଗ କରାଯାଏ। କାରଣ ଭଗବାନଙ୍କର ପୂଜା ବିଶେଷ ଉପାୟରେ କରାଯାଏ। କାରଣ ଏହିଦିନ ସିଦ୍ଧି ଯୋଗ ବ୍ୟତି ପାଠ ଯୋଗର ନିର୍ମାଣ ମଧ୍ୟ ହେଉଛି। ସିଦ୍ଧି ଯୋଗ ୨୭ ଏପ୍ରିଲ ସନ୍ଧ୍ୟା ୮:୩ ମିନିଟ ପର୍ଯ୍ୟନ୍ତ ରହିବ ତ ଶୁଭ ଯୋଗରେ ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ ପାଳନ କରାଯିବ।

ଏହି ଦିନ ପ୍ରସାଦ ରୂପରେ ଆପଣ ତାଙ୍କୁ ଲଡୁର ଭୋଗ ଅର୍ପଣ କରିବେ ଏବଂ ଲାଲ ମନ୍ଦାର ଫୁଲ ନିଶ୍ଚୟ ଅର୍ପଣ କରିବେ। ଆପଣ ଚାହିଁଲେ ମାଲପା କଦଳୀ ଆଦିର ଭୋଗ ମଧ୍ୟ ଲଗେଇ ପାରିବେ।

ଯଦି ଆପଣଙ୍କ କୁଣ୍ଡଳୀରେ ଶନିଦେବଙ୍କ ଅଶୁଭ ପ୍ରଭାବ ଅଛି ତ ଖାସ କରି ଏବେ ଧନୁ ମକର କୁମ୍ଭ ରାଶି ଉପରେ ସାଢେସାତି ଚାଲୁଛି ଏବଂ ମିଥୁନ ତୁଳା ରାଶି ଉପରେ ଅଢେ଼ଇ ଚାଲୁଅଛି ଯଦି ଆପଣଙ୍କୁ ଲାଗୁଛି କି ଜୀବନରେ ସମସ୍ୟା ଅଧିକ ଅଛି ତ ଭଗବାନ ହନୁମାନ ଜୟନ୍ତୀ ଦିନ ସନ୍ଧ୍ୟାରେ ଓଁ ଶନିଶନିଶ୍ଚରାୟ ନମଃ ର ମନ୍ତ୍ର କମସେକମ ୨୧ ଥର ଜପ କରନ୍ତୁ। ଏହା ଦ୍ବାରା ଶନିଦେବଙ୍କ ଖରାପ ପ୍ରଭାବରୁ ବଞ୍ଚି ପାରିବେ।

ଯଦି ଆପଣ କରଜ ସମସ୍ୟାରେ ଚିନ୍ତିତ ଅଛନ୍ତି ତ ହନୁମାନଙ୍କ ମନ୍ଦିରରେ ସନ୍ଧ୍ୟା ସମୟରେ ପାନର ବିଡା ନେଇ ଯିବେ ଏବଂ ଗୋଟେ ସୋରିଷ ତେଲର ଦୀପ ଏବଂ ସେଥିରେ ୨ଟି ଲବଙ୍ଗ ପକେଇ ନେଇଯିବେ। ଯଦି ପାଖରେ କୌଣସି ହନୁମାନ ମନ୍ଦିର ନଥିବ ତ ଘରେ ମଧ୍ୟ ଏହି ପ୍ରୟୋଗ କରିପାରିବେ। ପାନର ବିଡାକୁ ଆପଣଙ୍କୁ ଏଥିରେ ଜର୍ଦା କିମ୍ବା କଡା ଜିନିଷ ଦେବେ ନାହିଁ ମିଠା ପାନ ବନେଇବେ ଏବଂ ଏହି ପାନକୁ ଭଗବାନଙ୍କୁ ଅର୍ପଣ କରିଦିଅନ୍ତୁ ଏବଂ ଦୀପକୁ ଜଳେଇ ଦେବେ। ତାଙ୍କୁ ପ୍ରାର୍ଥନା କରନ୍ତୁ ଯେ କରଜରୁ ମୁକ୍ତି ମିଳିଯାଉ।

ଏହି ଦିନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟେ ଛୋଟ ପ୍ରୟୋଗ ନିଶ୍ଚୟ କରନ୍ତୁ ଯାହା ଆପଣଙ୍କର ଜୀବନର କଷ୍ଟକୁ କମ କରିବ। ଏଥିପାଇଁ ଗୋଟେ କଳା ରଙ୍ଗର କପଡ଼ା ନିଅନ୍ତୁ ଏହାର ଉପରେ ବିରି ଡାଲିର କିଛି ଦାନା ରଖନ୍ତୁ ଏବଂ ଯଦି କାଠ ବାଲା କଇଲା ମିଳିବ ତ ଭଲ କଥା ଏବଂ ଏହାର ଉପରେ ଗୋଟେ କଏନ ରଖିଦିଅନ୍ତୁ ଏବଂ ଏହି କପଡାକୁ ବାନ୍ଧି ନିଜର ମୁଣ୍ଡ ଉପରେ ୩ ଥର ବୁଲାଇ ଦିଅନ୍ତ

ଏହାପରେ ଏହାକୁ ପାଖରେ ଯଦି କୌଣସି ନଦୀ ଅଛି ତ ପ୍ରବାହିତ କରିଦିଅନ୍ତୁ ଯଦି ନଦୀ ନଥିବ ଅସ୍ତ ଗଛ ମୂଳରେ ରଖିଦେବେ ଯଦି ଅସ୍ତ ଗଛ ନଥିବ ତ କୌଣସି ମନ୍ଦିରର ପାହାଚରେ ରଖିଦେବେ ରଖିବା ପରେ ପଛକୁ ନବୁଲି ଏକ ମୁହାଁ ହୋଇ ଘରକୁ ଫେରି ଆସିବେ। ଏମିତି କଲେ କ୍ରୋଧିତ ଶନିଦେବ ପ୍ରସନ୍ନ ହୋଇଯିବେ। ସମସ୍ତ ପ୍ରକାରର ମନସ୍କାମନା ପୁରଣ କରିବେ।

ଏହିଦିନ ସୁନ୍ଦରାକାଣ୍ଡର ପାଠ କରିବେ ତ ବୈବାହିକ ସମସ୍ୟାରୁ ମୁକ୍ତି ମିଳିଯିବ। ଶନିଦେବଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ହନୁମାନ ଜୟନ୍ତୀ ଦିନ ଛୋଟ ପ୍ରୟୋଗ କରାଯାଏ। ଶନିଦେବ ଏବଂ ମଙ୍ଗଳଗ୍ରହଙ୍କୁ ଶାନ୍ତ କରିବା ପାଇଁ ହନୁମାନ ଜୟନ୍ତୀ ଦିନ ପୂଜା ନିଶ୍ଚୟ କରନ୍ତୁ।

ତୁଳସୀ ପତ୍ରର ମାଳା ବନାନ୍ତୁ କିମ୍ବା କିଣି ଆଣନ୍ତୁ ଏବଂ ଯାଇ ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ। ମହିଳା ହୋଇଥିଲେ ତାଙ୍କ ଚରଣରେ ରଖିଦିଅନ୍ତୁ ପୁରୁଷ ମାନେ ତାଙ୍କ ଗଳାରେ ପିନ୍ଧାଇ ଦେବେ। ଏହାକୁ ଯେତେବେଳେ ପିନ୍ଧାଇବେ ତ ଆପଣ ନିଜ ଜୀବନରେ ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ। ଏହା ଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ଶୀଘ୍ର ପୂରଣ ହୋଇଯିବ।

ଭଗବାନ ହନୁମାନଙ୍କୁ ଗୋଲାପ ଫୁଲର ମାଳାବି ଅର୍ପଣ କରି ପାରିବେ। କିନ୍ତୁ ବୁନ୍ଦିଆ ଲଡୁ କଦଳୀ ଏହି ଭିତରୁ ଗୋଟେ ଜିନିଷ ଅର୍ପଣ କରିବେ ଯଦି ନଥିବ ତ ଗୁଡ଼ ଚିନିର ଭୋଗ ଅର୍ପଣ କରିପାରିବେ। ଯଦି ସମ୍ଭବତଃ ଅସ୍ତ ଗଛର ୧୧ ଟି ପତ୍ରରେ ସିନ୍ଦୁରରେ ଶ୍ରୀରାମ ଲେଖି ମାଳା ବନେଇ ଭଗବାନ ହନୁମାନଙ୍କୁ ପିନ୍ଧାଇ ପାରିବେ। ଏମିତି କଲେ ବି ଆପଣଙ୍କ ଜୀବନରେ କଷ୍ଟ କମ ହୋଇଯିବ ସମସ୍ୟା ଶେଷ ହୋଇଯିବ।

ଏହିଥର ଦୁଇଟି ଶୁଭ ଯୋଗ ନିର୍ମାଣ ହେଉଛି ତ ଏହିଥର ହନୁମାନ ଜୟନ୍ତୀ ଦିନ ବଶେଷ ପ୍ରୟୋଗ କରିବା ଦ୍ୱାରା ଜୀବନରେ ସମସ୍ତ ମନସ୍କାମନା ପୂରଣ ହୋଇଯିବ। ୧୧ ଟି ଅସ୍ତପତ୍ରରେ ଶ୍ରୀରାମ ଲେଖି ଲାଲ ସୂତାରେ ମାଳା ବନେଇ ଭଗବାନ ହନୁମାନଙ୍କୁ ପିନ୍ଧାଇ ଦିଅନ୍ତୁ। ଯଦି ଆପଣ ପୁରୁଷ ହୋଇଥିବେ ତ ସିନ୍ଦୁରକୁ ଚମ୍ଫା ତେଲରେ ମିଶାଇ କିମ୍ବା ଘିଅରେ ମିଶାଇ ଭଗବାନ ହନୁମାନଙ୍କ ପୁରା ଶରୀରରେ ଲଗେଇ ଦିଅନ୍ତୁ। ମହିଳାମାନେ ଲାଲ ଫୁଲ ଅର୍ପଣ କରିବେ। ଏହା ଦ୍ବାରା ମାଙ୍ଗଳିକ ଦୋଷ ଶେଷ ହୋଇଥାଏ।

ଏହିଦିନ ତୁଳସୀଙ୍କର ବି ବିଶେଷ ପୂଜା କରାଯାଏ। ହନୁମାନଙ୍କୁ ଯେବେବି ଭୋଗ ଲଗାଇବେ ୨ ଟି ତୁଳସୀ ପତ୍ର ଭୋଗରେ ନିଶ୍ଚୟ ରଖିବେ ନଚେତ ହନୁମାନ ଆପଣଙ୍କ ଭୋଗରେ ସନ୍ତୁଷ୍ଟ ହେବେ ନାହିଁ ଆଉ ଯେତେବେଳେ ଆପଣ ତୁଳସୀ ପତ୍ର ରଖିଦେବେ ତ ସେ ସନ୍ତୁଷ୍ଟ ହୋଇଯାନ୍ତି ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିଦିଅନ୍ତି।

ତୁଳସୀ ଗଛ ପାଖରେ ସନ୍ଧ୍ୟା ସମୟରେ ଘିଅର ଦୀପ ନିଶ୍ଚୟ ଜଳେଇବେ। ନିଜର ମନସ୍କାମନା କହି ଏହି ଦୀପରେ ୨ଟି ଲବଙ୍ଗ ପକେଇ ଦିଅନ୍ତୁ। ଦୀପ ତଳେ କୌଣସି ପତ୍ର ରଖିଦେବେ।

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘର ପରିବାର ଉପରେ କାହାର ଖରାପ ଦୃଷ୍ଟି ପଡ଼ିଯାଇଛି ତ ଛୋଟ ପ୍ରୟୋଗ କରନ୍ତୁ। ଗୋଟେ ଲାଲ ସୂତା ନେଇ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ। ଏହି ଲାଲ ସୂତା ନିଜର ଶରୀର ମାପର ହୋଇଥିବ। ହନୁମାନଙ୍କ ମନ୍ଦିରରେ ବସି ଏହି ସୂତାରେ ସାତ ଥର ଗଣ୍ଠି ପକେଇବାକୁ ହେବ ହନୁମାନ ଚାଳିସା ପଢି। ଥରେ ହନୁମାନ ଚାଳିସା ପଢିବାକୁ ହେବ ଏବଂ ଏହି ସୂତାକୁ ୭ ଥର ଗଣ୍ଠି ପକେଇବେ ଅଲଗା ଅଲଗା ଜାଗାରେ ଏହାପରେ ଏହି ସୂତାକୁ ନିଜ ବାହୁରେ ନିଜ ମାଙ୍କ ପାଖରୁ ବଡ଼ ଭାଇ ଭଉଣି କିମ୍ଵା ନିଜ ଗୁରୁଙ୍କ ପାଖରୁ ବାନ୍ଧି ନେବେ। ଏହି ସୂତା ଆପଣଙ୍କୁ ରକ୍ଷା କରିବ। ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ରର ପ୍ରୟୋଗର ପ୍ରଭାବ ପଡିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *