Excuse Me Odisha

ଯାହା କହିବୁ ସତ କହିବୁ

୧୬ ଏପ୍ରିଲ ହନୁମାନ ଜୟନ୍ତୀ : ୧ ଟଙ୍କାର କଏନ ଚୁପଚାପ ରଖିଦିଅନ୍ତୁ ଏହି ଜାଗାରେ ! ଗରିବୀ ଭୁଲିଯିବ ଆପଣଙ୍କ ଘରକୁ ରାସ୍ତା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୬ ଏପ୍ରିଲ ହନୁମାନ ଜୟନ୍ତୀ ୧ ଟଙ୍କାର କଏନ ଚୁପଚାପ ରଖିଦିଅନ୍ତୁ ଏହିଠାରେ। ଗରିବୀ ଭୁଲିଯିବ ନିଜର ରାସ୍ତା।

ଏହି ଦିନ ବିଶେଷ ପ୍ରୟୋଗ କରାଯାଏ। କରଜ ମୁକ୍ତି ପାଇଁ ଶତ୍ରୁ ମୁକ୍ତି ପାଇଁ ଧନ ପ୍ରାପ୍ତ କରିବା ପାଇଁ ପଢ଼ା ଲେଖା ପାଇଁ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣେଇବୁ।

କରଜ ମୁକ୍ତି ପାଇଁ। ଏଥିପାଇଁ ଗୋଟେ ଶୁଖିଲା ନଡ଼ିଆ ନେବେ ତା ଭିତରେ ଗୋଟେ ଗୋଳା ବାହାରିବ ଏବଂ ଏହି ନଡ଼ିଆ ଉପରେ ଟିକେ ଭାଙ୍ଗି ସେଥିରେ ଅଳ୍ପ ଚିନି ମିଶାଇ ଦିଅନ୍ତୁ ଏବଂ କାଟିଥିବା ଅଂଶକୁ ପୁଣି ଥରେ ସେଥିରେ ଢାଙ୍କି ଦିଅନ୍ତୁ ଏବଂ ଏହାକୁ ନେଇ ଅସ୍ତ ଗଛ ମୂଳରେ ହାଲକା ଗାତ କରି ମାଟିରେ ପୋତିଦିଅନ୍ତୁ ହନୁମାନଙ୍କୁ ନିଜର ମନର ଇଛା କହିବେ ପଛକୁ ନବୁଲି ଏକ ମୁହାଁ ହୋଇ ଘରକୁ ଫେରି ଆସିବେ। ଏହି ଉପାୟ କରିବା ଦ୍ୱାରା ଜୀବନରେ କରଜରୁ ମୁକ୍ତି ମିଳିଥାଏ।

ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ବିବାହରେ ବାଧା ଦୂର ହୋଇଥାଏ ଏବଂ କରଜରୁ ମୁକ୍ତି ପାଇବା ପାଇଁ ଆଇନ ସମ୍ବଦ୍ଧିତ ମାମଲାରୁ ମୁକ୍ତି ପାଇବା ପାଇଁ ଏହି ଦିନ ବିଶେଷ ମହତ୍ବପୂର୍ଣ ହୋଇଥାଏ।

ଭଗବାନ ହନୁମାନଙ୍କ ପୂଜା ଅଭିଜିତ ମୁହୂର୍ତ୍ତରେ କରିବା ଉଚିତ। ନିଜ ଘରର ପୂଜା ସ୍ଥାନରେ ଲାଲ କପଡାରେ ଆପଣ ଏକ କାଠର ଚୌକି ଉପରେ ଲାଲ କପଡା ବିଛାଇ ଦିଅନ୍ତୁ। ଭଗବାନଙ୍କ ସହିତ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ମୂର୍ତିବି ସ୍ଥାପନ କରନ୍ତୁ। ଏହା ପରେ ଭଗବାନ ହନୁମାନଙ୍କୁ ଲାଲ ଫୁଲ ଏବଂ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। ଲଡୁର ଭୋଗ ଲଗାନ୍ତୁ ଏବଂ ତୁଳସୀର ପତ୍ର ନିଶ୍ଚୟ ଅର୍ପଣ କରିବେ। ପ୍ରଥମେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ମନ୍ତ୍ରର ଜପ କରିବେ ରାମ ରାମାୟ ନମଃ। ଏହା ପରେ ଭଗବାନ ହନୁମାନଙ୍କ ମନ୍ତ୍ର ଜପ କରିବେ ଓଁମ ହଁମ ହନୁମତେୟ ନମଃ।

ଯଦି ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଅଛି ତେବେ ହନୁମାନଙ୍କ ପୂଜା କରିବା ସମୟରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ଭଗବାନ ହନୁମାନଙ୍କୁ ସିନ୍ଦୁର ଅସ୍ତ ଗଛର ପତ୍ରରେ କିମ୍ବା ପାନ ପତ୍ରରେ ରଖି ଅର୍ପଣ କରନ୍ତୁ। ଏହାପରେ ଲାଲ ମନ୍ଦାର ଫୁଲ ଏବଂ ଲାଲ ମିଠା ଅର୍ପଣ କରି ଭଗବାନ ହନୁମାନଙ୍କ ସାମ୍ନାରେ ହନୁମାନ ବାହୁର ପାଠ କରନ୍ତୁ ଏମିତି କରିଲେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଯିବ।

ଯଦି ଜୀବନରେ ଧନ ସମ୍ବଦ୍ଧିତ ସମସ୍ୟା ଅଛି ତ ଭଗବାନ ହନୁମାନଙ୍କ ସାମ୍ନାରେ ଚମ୍ପା ଫୁଲର ତେଲର ଦୀପ ଜଳାନ୍ତୁ ଏବଂ ଭଗବାନ ହନୁମାନଙ୍କୁ ଗୁଡ଼ର ଭୋଗ ଅର୍ପଣ କରନ୍ତୁ। ଏହାପରେ ହନୁମାନ ଚାଳିସା ୧୧ ଥର ପାଠ କରନ୍ତୁ। ସମ୍ଭବ ହେଲେ ମିଠା ଜିନିଷର ଦାନ କରନ୍ତୁ। ଏହା ଦ୍ବାରା ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ।

ଯଦି ମାଙ୍ଗଳିକ ଦୋଷ ଅଛି ତ ଏହି ମାଙ୍ଗଳିକ ଦୋଷରୁ ମୁକ୍ତି ପାଇବା ପାଇଁ ମଧ୍ୟ ଏହି ଦିନ ବିଶେଷ ପ୍ରୟୋଗ କରାଯାଏ। ମାଙ୍ଗଳିକ ଦୋଷ କାରଣରୁ ବୈବାହିକ ଜୀବନରେ ବି କଷ୍ଟ ହୋଇଥାଏ ଏବଂ ଚୋରି ଦୁର୍ଘଟଣା ଜନିତ ଯୋଗ ମଧ୍ୟ ବନିଥାଏ। ବ୍ୟକ୍ତିର ସ୍ଵଭାବ ଉଗ୍ର ହୋଇଯାଏ। ଯଦି ଆପଣ ଝିଅ କିମ୍ବା ପୁଅ ହୋଇଥିବେ ଯଦି ଆପଣଙ୍କ କୁଣ୍ଡଳୀରେ ୧ ୪ ୭ ୮ ୧୨ ଭାଗରେ ମଙ୍ଗଳ ଥାଏ ତେବେ ହନୁମାନଙ୍କର ଏହି ଦିନ ସମ୍ପୂର୍ଣ୍ଣ ଶ୍ରୀଙ୍ଗାର କରନ୍ତୁ କିନ୍ତୁ ଧ୍ୟାନ ଦେବେ ଭଗବାନ ହନୁମାନଙ୍କ ପୂଜାରେ ରୁପାର ଜିନିଷର ବ୍ୟବହାର କରିବେ ନାହିଁ ଏବଂ ଭଗବାନ ହନୁମାନଙ୍କୁ ରେଶମର ଏକ ଲାଲ ସୂତା ମଧ୍ୟ ଅର୍ପଣ କରନ୍ତୁ। ଏହା ପରେ ମଙ୍ଗଳଙ୍କର ମନ୍ତ୍ର ଓଁ କ୍ରାଙ୍ଗ କ୍ରିଙ୍ଗ କ୍ରଙ୍ଗ ସହ ହନୁମୟେ ନମଃ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଯେଉଁ ରେଶମର ଲାଲ ସୂତାକୁ ଅର୍ପଣ କରିଥିଲେ ତାହାକୁ ନିଜ ହାତରେ ନିଜ ମାଙ୍କ ଠାରୁ ବାନ୍ଧି ନିଅନ୍ତୁ। ଏହା ଦ୍ବାରା ମଙ୍ଗଳ ଗ୍ରହ ଆପଣଙ୍କୁ କମ କଷ୍ଟ ଦେବ ଏବଂ ଭଗବାନ ହନୁମାନଙ୍କ କୃପାରୁ ଶାନ୍ତି ପ୍ରାପ୍ତ ହେବ।

ଆପଣ ଚାହିଁଲେ ନିଜ ରାଶି ଅନୁସାରେ ଏହି ଦିନ ଉପାୟ କରିପାରିବେ।

ମେଷ ରାଶି। ଏହି ରାଶିର ସ୍ୱାମୀ ଅଟନ୍ତି ମଙ୍ଗଳ ଦେବ। ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ ପାଳନ କରାଯିବ। ତ ଆପଣ ଭଗବାନ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ରହିବ। ଚାହିଁଲେ ପାନ ପତ୍ରରେ କିମ୍ବା ଅସ୍ତ ପତ୍ରରେ ରଖି ଅର୍ପଣ କରିପାରିବେ।

ବୃଷ ରାଶି। ଶୁକ୍ର ଦେବ ଆପଣଙ୍କ ରାଶିର ସ୍ୱାମୀ ଅଟନ୍ତି ତ ଭଗବାନ ହନୁମାନ ଜୟନ୍ତୀ ଦିନ ଆପଣ ଭଗବାନ ହନୁମାନ ଚାଳିସାର ପାଠ ନିଶ୍ଚୟ କରିବେ।

ମିଥୁନ ରାଶି। ଏହି ରାଶିର ସ୍ୱାମୀ ସ୍ୱୟଂ ବୁଧ ଅଟନ୍ତି। ଏହି ରାଶିର ଲୋକେ ଭଗବାନ ହନୁମାନଙ୍କୁ ବୁନ୍ଦିଆ ଲଡୁର ଭୋଗ ଅର୍ପଣ କରିବେ

କର୍କଟ ରାଶି। ଆପଣଙ୍କ ରାଶିର ସ୍ୱାମୀ ଚନ୍ଦ୍ରମା ଅଟନ୍ତି। ହନୁମାନ ଜୟନ୍ତୀ ଦିନ ଭଗବାନ ହନୁମାନଙ୍କୁ ଚଣା ଅର୍ପଣ କରନ୍ତୁ। ସିନ୍ଦୁର ଘିଅ କିମ୍ବା ଚମ୍ପା ତେଲକୁ ମିଶାଇ ତାଙ୍କୁ ଅର୍ପଣ କରନ୍ତୁ।

ସିଂହ ରାଶି। ଏହି ରାଶିର ଲୋକ ଭଗବାନ ହନୁମାନଙ୍କୁ ଲଡୁ ଅର୍ପଣ କରିବା ପରେ ଗରିବ ଲୋକଙ୍କୁ ବାଣ୍ଟି ଦେବା ଉଚିତ। ଆପଣଙ୍କ ରାଶିର ସ୍ୱାମୀ ସୂର୍ଯ୍ୟ ଅଟନ୍ତି ତ ଆଦିତ୍ୟ ସ୍ରୋତର ପାଠ କରିଲେ ଆପଣଙ୍କ ଜୀବନରେ ସମସ୍ତ ମନସ୍କାମନା ପୂରଣ ହେବ।

କନ୍ୟା ରାଶି। ଏହି ରାଶିର ସ୍ୱାମୀ ବୁଧ ଦେବ ଅଟନ୍ତି ତ ଆପଣଙ୍କୁ ହନୁମାନ ଚାଳିସାର ପାଠ ନିଶ୍ଚୟ କରିବା ଉଚିତ।

ତୁଳା ରାଶି। ଏହି ଦିନ ଆପଣଙ୍କୁ ବାଲ କାଣ୍ଡର ପାଠ କରିବା ଉଚିତ ରାମ ଚରିତ ମାନସରେ ଅଛି। ଆପଣଙ୍କୁ ନିଜ ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ।

ବିଛା ରାଶି। ଆପଣଙ୍କୁ ଓଁ ଶ୍ରୀ ହନୁମତେ ନମଃ ଜପ କରିବା ଉଚିତ। ଏହା ଦ୍ବାରା ଜୀବନରେ କଷ୍ଟ କମ ହେବ।

ଧନୁ ରାଶି। ଏହି ରାଶିର ସ୍ୱାମୀ ଦେବ ଗୁରୁ ବୃହସ୍ପତି ଅଟନ୍ତି ତ ହନୁମାନ ଜୟନ୍ତୀ ଦିନ ସୀତାରାମ ସୀତାରାମ ମନ୍ତ୍ରର ଜପ କରନ୍ତୁ। ଏହା କରିବା ଦ୍ୱାରା ଜୀବନରେ ସମସ୍ତ କଷ୍ଟରୁ ମୁକ୍ତି ମିଳିଯିବ।

ମକର ରାଶି। ଆପଣଙ୍କ ରାଶିର ସ୍ୱାମୀ ସ୍ୱୟଂ ଶନିଦେବ। ସାଢ଼େସାତି ଚାଲୁଛି ତ ଆପଣ ଏହିଦିନ ଅସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ ତ ଭଗବାନ ହନୁମାନ ପ୍ରସନ୍ନ ହେବେ। ସାଢେସାତିର ପ୍ରଭାବରୁ ବଞ୍ଚାଇବେ।

କୁମ୍ଭ ରାଶି। ଏହି ରାଶିର ସ୍ୱାମୀ ଶନିଦେବ। ଆପଣ ପବିତ୍ର ମନରେ ରାମ ରାମ ମନ୍ତ୍ରର ଜପ କରନ୍ତୁ କାରଣ ରାମ ମନ୍ତ୍ର ଶ୍ରେଷ୍ଠ ମନ୍ତ୍ର ଅଟେ। ଭଗବାନ ଶିବ ସ୍ଵୟଂ ଜପ କରନ୍ତି ରାମ ନାମର ଜପ।

ମୀନ ରାଶି। ଏହି ରାଶିର ଲୋକେ ଏହି ଦିନ ଭଗବାନ ହନୁମାନଙ୍କୁ ସିନ୍ଦୁର ଏବଂ ଘିଅ ମିଶାଇ ଅର୍ପଣ କରନ୍ତୁ। ଓଁ ଶ୍ରୀ ହନୁମତେ ନମଃ ଏହି ମନ୍ତ୍ରର ଜପ କରିବେ ତ ଉତ୍ତମ ହେବ।

ଏହି ଦିନ କଏନର ପ୍ରୟୋଗରେ ଆପଣ ନିଜ ଜୀବନରେ ଧନର ସମସ୍ୟାକୁ ଦୂର କରିପାରିବେ। ଯଦି ଆପଣଙ୍କୁ ଲାଗୁଛି ଧନ ଆସୁନାହିଁ ଜୀବନରେ ବହୁତ କଷ୍ଟ ଆସୁଛି ତ ଗୋଟେ କାମ କରନ୍ତୁ ଗୋଟେ କଏନ ନିଅନ୍ତୁ ନିଜ ଉପରେ ୩ ଥର ବୁଲାଇ ଏହାକୁ ପ୍ରବାହିତ ଜଳରେ ପ୍ରବାହିତ କରିଦିଅନ୍ତୁ ନଚେତ ମନ୍ଦିରରେ ଦାନ ବାକ୍ସରେ ପକେଇ ଦିଅନ୍ତୁ ନଚେତ ଅସ୍ତ ଗଛ ମୂଳରେ ଏହାକୁ ପୋତି ଦେବେ।

ଯଦି ଗମ୍ଭୀର ରୋଗର ସମସ୍ୟାରେ ଅଛନ୍ତି ତେବେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ତକିଆ ତଳେ ଏକ କାଚ ପାତ୍ରରେ କଳା ଲୁଣ କିମ୍ବା ଧଳା ଲୁଣକୁ ରଖିଦିଅନ୍ତୁ ଏବଂ ୧ ଟଙ୍କାର ଗୋଟେ କଏନ ରଖନ୍ତୁ ଏବଂ ପର ଦିନ ଏହି କଏନକୁ ସ୍ମଶାନ କିମ୍ବା ଅସ୍ତ ଗଛ ମୂଳରେ ପୋତି ଦେବେ। ରୋଗରୁ ମୁକ୍ତି ମିଳିବ।

ଯଦି ଆପଣଙ୍କ ଜୀବନରେ ବହୁତ ସମସ୍ୟା ଅଛି ଚାକିରୀ ବ୍ୟବସାୟରେ ସମସ୍ୟା ଅଛି ତ ନିଜ ଶରୀର ଅନୁସାରେ ଗୋଟେ ଲାଲ ସୂତା ନିଅନ୍ତୁ ଏବଂ ଗୋଟେ କଏନ ସହିତ ଏହି ସୂତାକୁ ନିଜ ଉପରେ ୩ ଥର ବୁଲାଇ ଭଗବାନ ଶିବଙ୍କ ମନ୍ଦିରରେ ଯାଇ ରଖିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ସବୁ କଷ୍ଟ ଦୂର ହୋଇଯିବ।

ରାତିରେ ଶୋଇବା ସମୟରେ ୨ ଟି ତୁଳସୀ ପତ୍ର ଏବଂ ଗୋଟେ କଏନ ଏବଂ ଗୋଟେ ଲାଲ ସୂତା ନିଜ ଶରୀର ମାପରେ ନିଜ ମୁଣ୍ଡ ପାଖରେ ରଖି ଶୋଇଯାଆନ୍ତୁ ପର ଦିନ ପାଖରେ ଥିବା କୌଣସି ହନୁମାନ ମନ୍ଦିରରେ କିମ୍ବା କୌଣସି ବି ଭଗବାନଙ୍କ ମନ୍ଦିରରେ ଯାଇ ତାଙ୍କ ଚରଣରେ ଅର୍ପଣ କରିଦେବେ। ଏହା ଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ। ତୁଳସୀ ପତ୍ରକୁ ମାଟିରେ ପୋତି ଦିଅନ୍ତୁ ଏବଂ ସୂତାକୁ ଭଗବାନ ହନୁମାନଙ୍କ ମନ୍ଦିରରେ ରଖିଦିଅନ୍ତୁ ଏବଂ କଏନଟିକୁ ଦାନ ବାକ୍ସରେ ପକେଇ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *