Excuse Me Odisha

ଯାହା କହିବୁ ସତ କହିବୁ

ଏହି ଜୀବମାନଙ୍କୁ ପୋଷିବା ଦ୍ଵାରା ଘରକୁ ଆସିଥାଏ ଅନେକ ଟଙ୍କା ଏବଂ ସୁଖ ସମୃଦ୍ଧିରେ ହୋଇଥାଏ ବୃଦ୍ଧି,ଜାଣନ୍ତୁ କେଉଁ କେଉଁ ଜୀବ ?

ସେୟାର୍ କରନ୍ତୁ

ଅଧିକାଂଶ ଲୋକେ ଘରେ ଅନେକ ପଶୁପକ୍ଷୀଙ୍କୁ ପୋଷା ବନେଇ ରଖିଥାନ୍ତି। ଘରେ ଏହି ଜୀବ ମାନେ ରହିଲେ ଘରର ବାତାବରଣ ସୁଖମୟ ହୋଇଥାଏ। ଏହି ଜୀବମାନେ ନିଃସ୍ଵାର୍ଥପର ହୋଇ ସ୍ନେହ ଓ ପ୍ରେମ ଦେଇଥାନ୍ତି। କହିବାକୁ ଗଲେ ଶାସ୍ତ୍ରରେ ପଶୁପକ୍ଷୀ ମାନଙ୍କର ସେବା କରିବା ବିଷୟରେ ଅନେକ କିଛି ବର୍ଣ୍ଣିତ ରହିଛି। କିଛି ପୋଷା ଜୀବ ଘର ପାଇଁ ଶୁଭ ହୋଇଥାନ୍ତି। ଯାହାଦ୍ଵାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଆସନ୍ତୁ ଘର ପାଇଁ ଶୁଭ ସାବ୍ୟସ୍ତ ହେଉଥିବା ପଶୁ ମାନଙ୍କ ବିଷୟରେ ଜାଣିବା।

କଇଁଛ :-

ଅଧିକାଂଶ ଲୋକେ ଘରେ କଇଁଛ ରଖିବା ପାଇଁ ପସନ୍ଦ କରିଥାନ୍ତି। ଏହାକୁ ରଖିବା ବହୁତ ସୁବିଧା ଅଟେ। କିନ୍ତୁ ଏହାକୁ ଘରେ ରଖିବା ଦ୍ଵାରା ବହୁତ ଫାଇଦା ମିଳିଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଇଁଛ ପାଳିବା ବହୁତ ଶୁଭ ମାନା ଯାଇଥାଏ। ଭଗବାନ ବିଷ୍ଣୁଙ୍କର ଅବତାର ମଧ୍ୟରୁ କଇଁଛ ଅନ୍ୟତମ ଅଟେ।ଘରେ କଇଁଛ ରହିବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଧନସମ୍ପତ୍ତି ବଢ଼ିଥାଏ।

ମାଛ :-

ଯଦି ଆପଣଙ୍କୁ ଘରେ ପଶୁ ରଖିବାର ଇଛା ନାହିଁ, ତାହେଲେ ଆପଣ ରଙ୍ଗବେରଙ୍ଗର ମାଛ ରଖି ପାରିବେ। ମାଛ ସୌଭାଗ୍ୟର ପ୍ରତୀକ ହୋଇଥାଏ। ଏହାକୁ ଆପଣ ନିଜ ଘରେ ଆକ୍ୱାରୀୟମରେ ରଖି ପାରିବେ। ଯାହାଫଳରେ ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଏହି ମାଛ ରଖିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ।

ଠେକୁଆ :-

ଯଦି ଆପଣଙ୍କ ଘରେ ସର୍ବଦା ନକାରାତ୍ମକ ଶକ୍ତିର ବାସ ହେଉଛି, ତାହେଲେ ଆପଣ ଠେକୁଆ ଆଣି ଘରେ ରଖନ୍ତୁ। ଏହାଦ୍ବାରା ଘରେ ସକାରାତ୍ମକ ଉର୍ଜା ସୃଷ୍ଟି ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। କେବେବି ଆପଣଙ୍କୁ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ।

କୁକୁର :-

କୁକୁରକୁ ମଣିଷର ସବୁଠାରୁ ବିଶ୍ଵସ୍ତ ବନ୍ଧୁ ବୋଲି କୁହାଯାଏ। ପ୍ରାୟତଃ ଅଧିକାଂଶ ଲୋକେ ନିଜ ଘରେ କୁକୁର ପାଳି ଥାଆନ୍ତି। କୁକୁର ଘରେ ରଖିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇ ଯାଇଥାଏ। ଏହାସହିତ କୁକୁର ପାଳିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଥିବା ଅଶୁଭ ଗ୍ରହ ମଧ୍ୟ ଆପଣଙ୍କର କିଛି ବିଗାଡି ପାରେ ନାହିଁ।

ଘୋଡା :-

ଯଦି ଆପଣଙ୍କ ଭାଗ୍ୟ କେବେବି ଆପଣଙ୍କ ସପକ୍ଷରେ ରହୁ ନାହିଁ ଏବଂ ଆପଣଙ୍କ କୁଣ୍ଡଳୀରେ ଗ୍ରହ ଦୋଷ ରହିଛି, ତାହେଲେ ଆପଣଙ୍କୁ ଘରେ ଘୋଡା ପାଳନ କରିବା ଉଚିତ। କିନ୍ତୁ ଘୋଡା ଆଣି ପାଳିବା ବହୁତ କଠିନ ଅଟେ, ତଥାପି ଏହାକୁ ପାଳିଲେ ଭାଗ୍ୟ ବଦଳି ଯାଇ ଥାଏ। ନଚେତ ଆପଣ ଘରେ ଘୋଡାର ମୂର୍ତ୍ତି ଆଣି ରଖନ୍ତୁ, ଲାଭ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *