Excuse Me Odisha

ଯାହା କହିବୁ ସତ କହିବୁ

ହାତର ଆଙ୍ଗୁଠିରୁ ଜାଣନ୍ତୁ କିପରି ହେବ ଆପଣଙ୍କର ଭବିଷ୍ୟତ ? କିଏ ଅଧିକ ହେବେ ଭାଗ୍ୟଶାଳୀ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।କହିବାକୁ ଗଲେ ଆଙ୍ଗୁଳି ବ୍ୟକ୍ତିର ଇଛା ଶକ୍ତିକୁ ଦର୍ଶାଇଥାଏ। ହାତର ଆଙ୍ଗୁଳି ଦେଖି ବ୍ୟକ୍ତିର ଭାବନା, ଚିନ୍ତାଧାରା, ସ୍ଵଭାବ, ଅଭ୍ୟାସ, ଚରିତ୍ର, ଏବଂ ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ଏଭଳି ଅନେକ କଥା ଆମେ ନିଜର ଆଙ୍ଗୁଳିକୁ ଦେଖି ଅନୁମାନ ଲଗାଇ ପାରିବା। ଶାସ୍ତ୍ର ଅନୁସାରେ ଆଙ୍ଗୁଳି ତିନି ପ୍ରକାରର ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ପ୍ରଥମରେ ହେଉଛି ସିଧା ଅଙ୍ଗୁଳି।ଆପଣ ନିଜ ହାତ ମୁଠାକୁ ବନ୍ଦ କଲେ, ଆପଣଙ୍କ ବୁଢା ଆଙ୍ଗୁଳି ୨୦ ପ୍ରତିଶତ ପଛକୁ ମୋଡି ହୋଇଥାଏ, ତେଣୁ ଏହାକୁ ସିଧା ଆଙ୍ଗୁଳି କୁହନ୍ତି। ଏଭଳି ଆଙ୍ଗୁଳି ରହିଥିବା ବ୍ୟକ୍ତି ବହୁତ ଜିଦିଆ ସ୍ୱଭାବର ହୋଇଥାନ୍ତି। ଏମାନେ କୌଣସି କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ସବୁକିଛି କରିଥାନ୍ତି। ଏମାନଙ୍କ ମଧ୍ୟରେ ଅଧିକ ସହନଶୀଳତାର ଗୁଣ ରହିଥାଏ।ଏହି ଲୋକମାନେ ନିଜ ପରିଶ୍ରମ ଦ୍ଵାରା ଦୁନିଆକୁ ଜିତିଥାନ୍ତି। କିନ୍ତୁ ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। ଏମାନଙ୍କୁ କୌଣସି ଜିନିଷ ସହଜରେ ମିଳି ନଥାଏ ଏବଂ ଏମାନେ ନିଜ ଜୀବନର ମାର୍ଗ ନିଜେ ବନେଇ ଥାଆନ୍ତି।

– ଦ୍ଵିତୀୟରେ ହେଉଛି ଯଦି ଆପଣ ହାତ ମୁଠା ବନ୍ଦ କରି ନିଜ ଆଙ୍ଗୁଳିକୁ ମୋଡୁଛନ୍ତି ଓ ୩୦ ରୁ ୪୦ ପ୍ରତିଶତ ଏହା ହାତରୁ ପଛ ପଟକୁ ମୋଡି ହୋଇ ଯାଉଛି, ତାହେଲେ ଏଭଳି ଆଙ୍ଗୁଳି ଥିବା ଲୋକେ ବହୁତ ନିରୀହ ସ୍ଵଭାବର ହୋଇଥାନ୍ତି। ଏମାନେ ନିଜ ଜୀବନରେ ଅନେକ କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିଥାନ୍ତି। ଏହିଭଳି ବ୍ୟକ୍ତି ନିଜର ସ୍ଵଭାବ ଯୋଗୁଁ ସମାଜରେ ସମ୍ମାନିତ ହୋଇଥାନ୍ତି।

ଏମାନଙ୍କ ମନରେ କେବେବି କୌଣସି ଲୋଭ ନଥାଏ। ଏଭଳି ଲୋକେ ନିଜ ଦାଇତ୍ଵକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି। ଏମାନଙ୍କ ଚେହେରାରେ ସବୁବେଳେ ହସ ରହିଥାଏ। ଏମାନେ ନିଜ ମନର କଥାକୁ ସେତେବେଳେ କହିଥାନ୍ତି, ଯେତେବେଳେ ସାମ୍ନାରେ ଥିବା ବ୍ୟକ୍ତି ଏମାନଙ୍କୁ ବହୁତ ଅଧିକ ଭଲ ଲାଗିଥାନ୍ତି। ଅନ୍ୟ ଲୋକମାନେ ଖୁବ୍ ଶୀଘ୍ର ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି।

– ତୃତୀୟରେ ହେଉଛି ହାତ ମୁଠାକୁ ବନ୍ଦ କରି ଆଙ୍ଗୁଳିକୁ ପଛକୁ କରିବା ସମୟରେ ଯଦି ତାହା ସଂପୂର୍ଣ୍ଣ ଭାବରେ ମୋଡି ହୋଇ ଯାଉଥିବ, ତାହେଲେ ଏଭଳି ଆଙ୍ଗୁଳି ରହିଥିବା ଲୋକେ ବହୁତ କଳାତ୍ମକ ହୋଇଥାନ୍ତି।ଏହାସହିତ ଏମାନେ ବହୁତ ଅଧିକ ଆଶାବାଦୀ ମଧ୍ୟ ହୋଇଥାନ୍ତି। ଏମାନେ ସ୍ୱଭାବରୁ ଅତ୍ୟନ୍ତ ସରଳ ଓ ନିର୍ମଳ ହୃଦୟର ହୋଇଥାନ୍ତି। ତେବେ ଏଭଳି ଆଙ୍ଗୁଳି ଥିବା ଲୋକେ ନିଜ ମନରେ ଅନେକ କିଛି କଥା ଲୁଚାଇ ରଖିଥାନ୍ତି। ଏମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି ଓ ଅନ୍ୟର ଦୁଃଖ ଦେଖି ଏମାନେ ସହି ପାରନ୍ତି ନାହିଁ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *