Excuse Me Odisha

ଯାହା କହିବୁ ସତ କହିବୁ

ଏହି ରତ୍ନ ଧାରଣ କରିବା ଦ୍ଵାରା ଭାଗ୍ୟ ବଦଳି ଯାଇଥାଏ, ଏହାସହିତ ଧନସମ୍ପତ୍ତି ଓ ସମ୍ମାନ ମଧ୍ୟ ମିଳିଥାଏ। ଜାଣନ୍ତୁ ତାହା କେଉଁ ରତ୍ନ?

ସେୟାର୍ କରନ୍ତୁ

ବୃହସ୍ପତି ଗ୍ରହ ଭାଗ୍ୟ ବୃଦ୍ଧି କରୁଥିବାର ଗ୍ରହ ଅଟେ। ଗୁରୁ ଗ୍ରହର ରତ୍ନ ଧାରଣ କରିବା ଦ୍ଵାରା ବ୍ୟକ୍ତି ଧବବାନ ହେବା ସହିତ ତାର ପ୍ରତିଷ୍ଠା ବୃଦ୍ଧି ପାଇଥାଏ।

– ବହୁତ କାର୍ଯ୍ୟକାରୀ ହୋଇଥାଏ ଏହି ଫିରୋଜା ରତ୍ନ।

– ରାତାରାତି ଧବବାନ ବନେଇ ଦେଇଥାଏ।

– ସମାଜରେ ବ୍ୟକ୍ତିର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହୋଇଥାଏ।

ରତ୍ନ ଶାସ୍ତ୍ରରେ ୯ ଗୋଟି ରତ୍ନ ଓ ୮୪ଟି ଉପରତ୍ନ ବିଷୟରେ କୁହାଯାଇଛି। ଏଥିରେ କିଛି ରତ୍ନ ଓ ଉପରତ୍ନ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ ବୋଲି ମାନ୍ୟତା ରହିଛି। ଫିରୋଜା ରତ୍ନ ମଧ୍ୟ ସେଥିରୁ ଅନ୍ୟତମ। ବଲିଉଡ ସୁପରଷ୍ଟାର ସଲମାନ ଖାନ ଫିରୋଜା ରତ୍ନର ଏକ ବ୍ରେସଲେଟ ନିଜ ହାତରେ ପିନ୍ଧିଛନ୍ତି। ନୀଳ ରଙ୍ଗର ଏହି ରତ୍ନ ଗୁରୁ ଗ୍ରହର ପ୍ରତିନିଧିତ୍ଵ କରିଥାଏ। ଯେଉଁ ବ୍ୟକ୍ତି ଏହି ପଥରକୁ ଧାରଣ କରିଥାଏ, ସେ ଧନୀ ହେବ ସହିତ ଭାଗ୍ୟଶାଳୀ ହୋଇଥାନ୍ତି।

ଖୁବ୍ ଅଳ୍ପ ଲୋକେ ଏହି ରତ୍ନକୁ ଧାରଣ କରିଥାନ୍ତି :-

ଫିରୋଜା ରତ୍ନ ବହୁତ କମ୍ ରାଶିର ଲୋକେ ପିନ୍ଧି ପାରନ୍ତି। ଧନୁ ଓ ମୀନ ରାଶିର ସ୍ବାମୀ ହେଉଛନ୍ତି ବୃହସ୍ପତି ଗ୍ରହ। ଏହି ଦୁଇଟି ରାଶିର ଲୋକେ ଏହି ରତ୍ନ ପିନ୍ଧିବା ଉଚିତ। ଯାହାଦ୍ଵାରା ଏମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।

ଏହାଛଡା ଯେଉଁ ରାଶିର କୁଣ୍ଡଳୀରେ ଗୁରୁ ଗ୍ରହ ଶୁଭ ସ୍ଥିତିରେ ରହିଥିବେ, ସେମାନେ ମଧ୍ୟ ଏହି ରତ୍ନକୁ ଧାରଣ କରି ପାରିବେ। କିଛି ମାମଲାରେ ମେଷ, କର୍କଟ, ସିଂହ ଓ ବିଛା ରାଶିର ଲୋକଙ୍କୁ ଫିରୋଜା ରତ୍ନ ଶୁଭ ଫଳ ପ୍ରଦାନ କରିଥାଏ। କିନ୍ତୁ ଏହାକୁ ଭୁଲରେ ମଧ୍ୟ ହୀରା ସହିତ ଧାରଣ କାଟିବା ଉଚିତ ନୁହେଁ। ଏଥିପାଇଁ ଆପଣ କୌଣସି ରତ୍ନ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

ଫିରୋଜା ରତ୍ନ ଧାରଣ କରିବାର ଅନେକ ଫାଇଦା :-

ଫିରୋଜା ରତ୍ନ ପିନ୍ଧିବା ଦ୍ଵାରା ବ୍ୟକ୍ତିର ଲୋକପ୍ରିୟତା ଓ ସମ୍ମାନ ବୃଦ୍ଧି ପାଇଥାଏ। ପ୍ରେମ ମାମଲାରେ ମଧ୍ୟ ସୁଫଳ ମିଳିଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଏହାକୁ ବ୍ୟବହାର କରିବା ଦ୍ଵାରା ସ୍ବାସ୍ଥ୍ୟ ଠିକ ରହିଥାଏ ଏବଂ ମନ ସର୍ବଦା ସ୍ଥିର ରହିଥାଏ।

ଫିରୋଜା ରତ୍ନ ଧାରଣ କରିବାର ଉପାୟ :-

ଫିରୋଜା ରତ୍ନକୁ ଆପଣ ଗୁରୁବାର, ଶୁକ୍ରବାର ଓ ଶନିବାର ଦିନ ଧାରଣ କରି ପାରିବେ।ଏହାକୁ ଧାରଣ କରିବାର ସବୁଠାରୁ ଶୁଭ ସମୟ ହେଉଛି ସକାଳ ୬ ଘଟିକାରୁ ସକାଳ ୮ ଘଟିକା ପର୍ଯ୍ୟନ୍ତ। ଏହାକୁ ବିଧିବିଧାନ ଦ୍ଵାରା ଧାରଣ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *