Excuse Me Odisha

ଯାହା କହିବୁ ସତ କହିବୁ

ହନୁମାନ ଜୟନ୍ତୀ ଦିନ ବନିବାକୁ ଯାଉଛି ଏକ ଖାସ୍ ସଂଯୋଗ। ଶନି ଗ୍ରହର କୋପରୁ ମିଳିବ ମୁକ୍ତି।

ସେୟାର୍ କରନ୍ତୁ

ଏହିବର୍ଷ ହନୁମାନ ଜୟନ୍ତୀରେ ଏକ ଖାସ୍ ସଂଯୋଗ ବନିବାକୁ ଯାଉଛି। ଏହାସହିତ ଯେଉଁ ମାନେ ଶନି ଗ୍ରହର କୋପରେ ପୀଡିତ ଅଛନ୍ତି, ସେମାନଙ୍କୁ ମଧ୍ୟ ଶନିଙ୍କ କୋପରୁ ମୁକ୍ତି ମିଳିବ।ଏଥିପାଇଁ କରନ୍ତୁ ଏକ ସହଜ ଉପାୟ।

– ଶନିବାର ଦିନ ହନୁମାନ ଜୟନ୍ତୀ ପାଳିତ ହେବ।

– ବନିବାକୁ ଯାଉଛି ଏକ ଶୁଭ ସଂଯୋଗ।

– ଶନି ଗ୍ରହର ଦୋଷରୁ ମୁକ୍ତି ମିଳିବ ଯଦି ଏହି ଖାସ୍ ଉପାୟଟି କରିବେ।

ଚୈତ୍ର ପୂର୍ଣ୍ଣିମା ଦିନ ହନୁମାନ ଜୟନ୍ତୀ ପାଳିତ ହୋଇଥାଏ। ଏହିଦିନ ଅଞ୍ଜନୀ ପୁତ୍ର ହନୁମାନଙ୍କର ଜନ୍ମଦିନ ଅଟେ। ଏହି ବର୍ଷ ଏପ୍ରିଲ ୧୬ ତାରିଖ ଶନିବାର ଦିନ ହନୁମାନ ଜୟନ୍ତୀ ପାଳନ ହେବାକୁ ଯାଉଛି। ସେହିଦିନ କିଛି ଖାସ୍ ଯୋଗର ମଧ୍ୟ ନିର୍ମାଣ ହେବାକୁ ଯାଉଛି। କହିବାକୁ ଗଲେ ମଙ୍ଗଳବାର ଓ ଶନିବାର ଦିନ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କୁ ସମର୍ପିତ ଅଟେ।

ହନୁମାନ ଜୟନ୍ତୀ ଦିନ ବନିବାକୁ ଯାଉଛି ଖାସ୍ ସଂଯୋଗ :-

ହନୁମାନ ଜୟନ୍ତୀ ଦିନ ରବି ଓ ହର୍ଷଣ ଯୋଗ ବନିବାକୁ ଯାଉଛି।ଏହାଛଡା ଏହିଦିନ ହର୍ଷ ଓ ଚିତ୍ରା ନକ୍ଷତ୍ର ରହିବ।ଏପ୍ରିଲ ୧୬ ତାରିଖ ଦିନ ହନୁମାନ ଜୟନ୍ତୀ ଦିନ ସକାଳ ୫ ଘଟିକା ୫୫ ମିନିଟରୁ ରବି ଯୋଗ ଆରମ୍ଭ ହୋଇ ରାତି ୮:୪୦ ମିନିଟ ପର୍ଯ୍ୟନ୍ତ ରହିବ। ତାପରେ ରାତି ୨:୪୫ ମିନିଟରୁ ଆରମ୍ଭ ହୋଇ ହର୍ଷଣ ଯୋଗ ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ରହିବ।

ଦୂର ହୋଇଯିବ ଶନି ଦୋଷ :-

ଶନି ଗ୍ରହ ଦୋଷ ଲାଗିଥିଲେ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ପରାମର୍ଶ ଦିଆଯାଏ। କାରଣ ହନୁମାନଙ୍କ ବ୍ୟକ୍ତିଙ୍କ ଉପରେ ଶନି ଗ୍ରହ ନିଜର କୋପ ଦୃଷ୍ଟି ପକାନ୍ତି ନାହିଁ।ଏହି ବର୍ଷ ହନୁମାନ ଜୟନ୍ତୀ ଶନିବାର ଦିନ ପାଳିତ ହେବ।କହିବାକୁ ଗଲେ ଶନିବାର ଶନିଦେବ ଓ ହନୁମାନଙ୍କୁ ସମର୍ପିତ ଅଟେ।କିନ୍ତୁ ଏହିଦିନ ଶନି ଗ୍ରହର କୋପରୁ ମୁକ୍ତି ପାଇବା ପାଇଁ କିଛି ବିଶେଷ ଉପାୟ କରିବା ନିହାତି ଜରୁରୀ ଅଟେ।

– ହନୁମାନ ଜୟନ୍ତୀ ଦିନ ଘିଅରେ ଟୋପେ ସିନ୍ଦୂର ମିଶାଇ ପ୍ରଭୁ ହନୁମାନଙ୍କୁ ଲେପନ କରନ୍ତୁ। ଏହାଦ୍ବାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କର ସମସ୍ତ ଦୁଃଖକଷ୍ଟ ଦୂର କରିଥାନ୍ତି।

– ଘିଅରେ କିଛି ସିନ୍ଦୂର ମିଶାଇ ଗୋଟେ କାଗଜରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ।ଏହାକୁ ପ୍ରଭୁ ହନୁମାନଙ୍କ ପାଖରେ ରଖି ପୂଜାର୍ଚ୍ଚନା କରିବା ପରେ ଆଲମାରୀରେ ରଖି ଦିଅନ୍ତୁ।ଏହାଦ୍ଵାରା ଆପଣ ଧନବାନ ହୋଇଯିବେ।

– ହନୁମାନ ଜୟନ୍ତୀ ଦିନ ସୋରିଷ ତେଲରେ ସିନ୍ଦୂର ମିଶାଇ ପ୍ରଭୁ ହନୁମାନଙ୍କୁ ଲଗାନ୍ତୁ।ଏହାପରେ ବଳକା ରହି ଯାଇଥିବା ସିନ୍ଦୂରକୁ ନେଇ ଘରର ମୁଖ୍ୟ ଦୁଆରରେ ସ୍ଵସ୍ତିକ ଚିହ୍ନ ତିଆରି କରନ୍ତୁ।ଏହାଦ୍ଵାରା ଘରେ ରହିଥିବା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

– ଯଦି ଆପଣଙ୍କ ବିବାହରେ ବାଧା ଉତ୍ପନ୍ନ ହେଉଛି ତାହେଲେ ପ୍ରଭୁ ହନୁମାନଙ୍କ ଚରଣରେ କିଛି ସିନ୍ଦୂର ରଖି ପ୍ରାର୍ଥନା କରନ୍ତୁ। ଏହାପରେ ଏହି ସିନ୍ଦୂରକୁ ନେଇ ନିଜ ମଥାରେ ତିଳକ ଲଗାନ୍ତୁ।

– ଯଦି ଆପଣ କୌଣସି ସଂକଟର ସମ୍ମୁଖୀନ ହେଉଛନ୍ତି, ତାହେଲେ ଗୁଡ଼ ଓ ଚଣା ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ ଏବଂ ଅସହାୟ ଲୋକଙ୍କୁ ବଣ୍ଟନ କରନ୍ତୁ।

– ଯଦି ଆପଣ ଋଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ବୟସ ଅନୁସାରେ ଅଶ୍ୱତ୍ଥ ଗଛର ପତ୍ର ନିଅନ୍ତୁ, ଏହାପରେ ଚମେଲି ତେଲରେ କିଛି ସିନ୍ଦୂର ମିଶାଇ ସେହି ପତ୍ରରେ ଶ୍ରୀରାମ ନାମ ଲେଖି ପ୍ରଭୁ ହନୁମାନଙ୍କୁ ସମର୍ପିତ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *