Excuse Me Odisha

ଯାହା କହିବୁ ସତ କହିବୁ

ପଣା ସଂକ୍ରାନ୍ତି ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ। ନଚେତ ଆପଣଙ୍କୁ ବର୍ବାଦ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଏ। ଏହିଦିନ ଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ। ଏହିଦିନ ଗୋଟିଏ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆ ଯାଇଥାଏ ଏବଂ ଏଥିରୁ ଧୀରେ ଧୀରେ ପାଣି ଝରେ, ଯାହା ବର୍ଷାକୁ ସୂଚାଇ ଥାଏ।

ଏହିଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେବାକୁ ଯାଉଛି । କହିବାକୁ ଗଲେ ଆମେ ଜାଣତରେ ହେଉ ବା ଅଜାଣତରେ ଅନେକ ଭୁଲ କାର୍ଯ୍ୟ କରି ଦେଇ ଥାଉ। ତେଣୁ ଏହି ଶୁଭଦିନରେ କେଉଁ ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ଦିନକୁ ପ୍ରଭୁ ହନୁମାନଙ୍କର ସର୍ବୋତ୍ତମ ଦିନ ବୋଲି ମାନା ଯାଇଥାଏ।ତେଣୁ ଏହିଦିନ ପ୍ରଭୁ ହନୁମାନଙ୍କର ବ୍ରତ ବା ଉପାସନା କରିବା ଦ୍ଵାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ଯଦି ଆପଣ ପ୍ରଭୁ ହନୁମାନଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତାହେଲେ ଏହିଦିନ ଆପଣ କାହା ସହିତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ମାନ୍ୟତା ରହିଛି କି ଏହିଦିନ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ଵାରା ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ ହେବାର ସମ୍ଭାବନା ରହିଥାଏ।

ତେଣୁ ଏହିଦିନ ନିଜ ମନକୁ ନିୟନ୍ତ୍ରଣରେ ରଖି ଧାର୍ମିକ କାର୍ଯ୍ୟକ୍ରମରେ ରୁଚି ରଖନ୍ତୁ, ନଚେତ ଆପଣଙ୍କ କୁଣ୍ଡଳୀ ଉପରେ ବିପଦ ମାଡି ଆସିପାରେ। ଏହିଦିନ କ୍ଷୀରରେ ପ୍ରସ୍ତୁତ ହୋଇଥିବା କୌଣସି ଖାଦ୍ୟପଦାର୍ଥ ଯେପରି ମିଠା, ରାବିଡି ଆଦି ଘରକୁ ଆଣନ୍ତୁ ନାହିଁ ଏବଂ ସେବନ କରନ୍ତୁ ନାହିଁ। କ୍ଷୀରକୁ ଚନ୍ଦ୍ରଙ୍କର କାରକ ବୋଲି ମାନା ଯାଇଥାଏ। ଚନ୍ଦ୍ର ଏବଂ ମଙ୍ଗଳ ଦୁଇଟି ପରସ୍ପର ବିରୋଧୀ ଗ୍ରହ ଅଟେ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

ଏହି ବିଷୁବ ସଂକ୍ରାନ୍ତି ଦିନ କୌଣସି ଲୁହା ଜିନିଷ ମଧ୍ୟ କିଣିବା ଅଶୁଭ ମାନା ଯାଇଥାଏ।ଏହାସହିତ ଧାରୁଆ ଜିନିଷ ତଥା କଇଁଚି, ଛୁରି ଆଦି ମଧ୍ୟ କିଣନ୍ତୁ ନାହିଁ। ଏହିଦିନ ନଖ ଏବଂ ବାଳ ମଧ୍ୟ କାଟିବା ଅନୁଚିତ। ନଚେତ ପ୍ରଭୁ ହନୁମାନଙ୍କର କ୍ରୋଧିତ ହୋଇ ଯାଇଥାନ୍ତି। ଯେଉଁମାନେ ଏହି ପଣାସଂକ୍ରାନ୍ତି ଦିନ ମାଛ, ମାଂସ ଓ ମଦ୍ୟପାନ କରିଥାନ୍ତି, ସେମାନେ ସର୍ବଦା ଦୁଃଖକଷ୍ଟରେ ରହିଥାନ୍ତି।

କହିବାକୁ ଗଲେ ପ୍ରଭୁ ହନୁମାନ ଶାନ୍ତିପ୍ରିୟ ଅଟନ୍ତି। ତେଣୁ ଯଦି ଆପଣଙ୍କ ମନରେ କିଛି କ୍ରୋଧ ଭାବନା ରହିଛି, ତାହେଲେ ପ୍ରଭୁ ହନୁମାନଙ୍କର ପୂଜା କରନ୍ତୁ ନାହିଁ। କାରଣ ଏପରି ପୂଜା କରିବା ଦ୍ଵାରା କିଛି ସୁଫଳ ମିଳି ନଥାଏ। ଏହିଦିନ ପ୍ରଭୁ ହନୁମାନଙ୍କୁ ସୁଗନ୍ଧିତ ପୁଷ୍ପ, ଫଳ ଓ ଲଡୁ ଅର୍ପଣ କରିବା ଉଚିତ।ଏହାଦ୍ଵାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାଆନ୍ତି।

ମଙ୍ଗଳବାର ଓ ଶନିବାର ଏହି ଦୁଇଟି ଦିନକୁ ପ୍ରଭୁ ହନୁମାନଙ୍କୁ ସମର୍ପିତ ଅଟେ।ତେଣୁ ଏହି ଦୁଇଟି ବାର ଦିନ ଆପଣ ଏଭଳି ଭୁଲ କାର୍ଯ୍ୟ କେବେବି କରନ୍ତୁ ନାହିଁ। ପଣା ସଂକ୍ରାନ୍ତି ଦିନ କଳା ରଙ୍ଗର ବସ୍ତ୍ର ମଧ୍ୟ ଭୁଲରେ ପିନ୍ଧିବା ଉଚିତ ନୁହେଁ। ଏହିଦିନ ଧଳା, କମଳା ଏବଂ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଅଧିକ ଶୁଭ ମାନା ଯାଇଥାଏ।

ବନ୍ଧୁଗଣ, ଆମ ଲେଖା ଆପଣଙ୍କୁ ପସନ୍ଦ ଆସିଥିଲେ, ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *