Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଏହି ରାଶିର ଲୋକଙ୍କର ଶୁଭ ଦିନ। ସୂର୍ଯ୍ୟଦେବଙ୍କ କୃପା ବରଶିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହକୁ ଗ୍ରହ ମାନଙ୍କର ରାଜା ବୋଲି କୁହାଯାଏ। ଯେଉଁ ରାଶିରେ ସୂର୍ଯ୍ୟ ଶୁଭ ସ୍ଥିତିରେ ରହିଥାନ୍ତି, ସେହି ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହକୁ ବିଶେଷ ସ୍ଥାନ ଦିଆଯାଇଛି।ଯେଉଁ ରାଶିରେ ସୂର୍ଯ୍ୟ ଶୁଭ ସ୍ଥିତିରେ ରହିଥାନ୍ତି, ସେହି ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇଥାଏ। ଏପ୍ରିଲ ୧୪ ତାରିଖରେ ସୂର୍ଯ୍ୟ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହିସମୟରେ ସୂର୍ଯ୍ୟ ଗ୍ରହ ମୀନ ରାଶିରୁ ମେଷ ରାଶିକୁ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହର ଏହି ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହାଦ୍ବାରା କିଛି ବିଶେଷ ରାଶିର ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ କେଉଁ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ହେବ। ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଉଚ୍ଚ ଶିକ୍ଷା ସମ୍ପନ୍ନ କରିବା ପାଇଁ ବିଦ୍ୟାର୍ଥୀ ବିଶେଷ ଯାତ୍ରା କରି ପାରନ୍ତି। ଆପଣ ଏହି ସମୟରେ ଚାକିରି ପରିବର୍ତ୍ତନ କରି ପାରନ୍ତି। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

କର୍କଟ ରାଶି :-

ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ଆୟ ବୃଦ୍ଧି ହେବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କଳା ଓ ସଙ୍ଗୀତ ପ୍ରତି ଆପଣଙ୍କ ରୁଚି ବଢିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢିପାରେ। ଜମିବାଡ଼ି ମାମଲାର ସମାଧାନ ହୋଇଯିବ।

ସିଂହ ରାଶି :-

ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କୁ ଶୁଭ ପରିଣାମ ପ୍ରଦାନ କରିବ।ପରୀକ୍ଷାର୍ଥୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ। ପରିବାରରେ ଧାର୍ମିକ ଆୟୋଜନ କରାଯାଇପାରେ। ନୂଆ ବାହନ କ୍ରୟ କରି ପାରନ୍ତି।ଆପଣଙ୍କର ସଫଳତାର ମାର୍ଗ ପ୍ରଶସ୍ତ ହେବ। ଚାକିରୀରେ ପଦୋନ୍ନତୀ ମିଳିବାର ଯୋଗ ରହିଛି।

ମୀନ ରାଶି :-

ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ବା ସଂକ୍ରାନ୍ତି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଆପଣ ବହୁତ ଉତ୍ସାହିତ ରହିବେ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଆପଣ ଯୋଗଦାନ କରି ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *