Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଲୋକଙ୍କ ଜୀବନରେ ଦେଢ଼ ବର୍ଷ ପାଇଁ ଆସୁଛନ୍ତି ଶନିଦେବ ! ଶନିଙ୍କ ପ୍ରକୋପରୁ ବଞ୍ଚିତ ହେବା ପାଇଁ ନିଶ୍ଚିତ ଭାବରେ ଆପଣାନ୍ତୁ ଏହି ଉପାୟ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପ୍ରିଲ ମାସକୁ ବହୁତ ଖାସ୍ ମାନା ଯାଇଛି। କହିବାକୁ ଗଲେ ଏହି ମାସ ଶନି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ କିଛି ରାଶିର ଲୋକଙ୍କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

– ମୀନ ରାଶିରେ ଆରମ୍ଭ ହେବାକୁ ଯାଉଛି ସାଢ଼େସାତୀ।

– କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ।

– ଏହି ସମୟରେ ମକର ରାଶିରେ ଅବସ୍ଥାନ କରିଛନ୍ତି ଶନି ଗ୍ରହ।

ଶନି ଗ୍ରହ ଦୋଷରେ ପୀଡିତ ଥିବା ଲୋକଙ୍କ ପାଇଁ ଏହି ଏପ୍ରିଲ ମାସ ବହୁତ ଖାସ୍ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପ୍ରିଲ ମାସରେ ଶନି ଗ୍ରହର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଦେଢ଼ ବର୍ଷ ପରେ ଶନି ଏପ୍ରିଲ ୨୯ ତାରିଖ ଦିନ ମକର ରାଶିରେ ଗୋଚର କରିବେ। ଶନି ଗ୍ରହର ଏହି ରାଶି ପରିବର୍ତ୍ତନ କେଉଁ ରାଶିର ଲୋକଙ୍କ ଉପରେ କିପରି ପ୍ରଭାବ ପକାଇବ, ଆସନ୍ତୁ ସେହି ବିଷୟରେ ଜାଣିବା।

ଏହି ରାଶିର ଲୋକଙ୍କର ବଢିବ ସମସ୍ୟା :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଗ୍ରହର ଏହି ରାଶି ପରିବର୍ତ୍ତନ କର୍କଟ ଓ ବିଛା ରାଶି ଉପରେ ଦେଢ଼ ବର୍ଷର ଦଶା ଆରମ୍ଭ ହେବାକୁ ଯାଉଛି। ଏହାସହିତ ମୀନ ରାଶିରେ ଶନି ଗ୍ରହର ସାଢେ଼ସାତୀ ଆରମ୍ଭ ହେବାକୁ ଯାଉଛି। ମିଥୁନ, ତୁଳା ଓ ଧନୁ ରାଶିର ଲୋକଙ୍କ ଉପରୁ ଶନି ଗ୍ରହର କୋପ ଦୂର ହେବାକୁ ଯାଉଛି।

କୁମ୍ଭ ରାଶିକୁ ପ୍ରବେଶ କରିବେ ଶନିଦେବ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ କୋପର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କୁ ଭୋଗ କରିବାକୁ ପଡ଼ିଥାଏ। କହିବାକୁ ଗଲେ ସାଢେ଼ସାତୀର ଅବଧି ୭ ବର୍ଷ ହୋଇଥାଏ। ଏହି ସମୟରେ ଶନି ଗ୍ରହ ମକର ରାଶିରେ ରହିଛନ୍ତି। ଏହାପରେ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିବେ।

ଶନି ଗ୍ରହରୁ ମୁକ୍ତି ପାଇବା ପାଇଁ କଣ କରିବା ଉଚିତ?

ଶନି ଗ୍ରହରୁ ମୁକ୍ତି ପାଇବା ପାଇଁ ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥିକୁ ଖାସ୍ ମାନା ଯାଇଥାଏ। ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ।ଏହିଦିନ ଦେବୀ ମହାଗୌରୀଙ୍କୁ ପୂଜାର୍ଚ୍ଚନା କରାଯାଏ। କୁହାଯାଏ କି ଦେବୀ ମହାଗୌରୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶନି ଗ୍ରହର କୋପରୁ ମୁକ୍ତି ମିଳିଥାଏ। ଏହିଦିନ ଦୁର୍ଗା ଚାଳିଶା ପାଠ କରନ୍ତୁ। ଏହାସହିତ ହନୁମାନ ଚାଳିଶା ଓ ଶନି ଚାଳିଶା ପାଠ କରନ୍ତୁ। ଏହିଦିନ ଅଶ୍ୱତ୍ଥ ଗଛ ମୂଳରେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *