Excuse Me Odisha

ଯାହା କହିବୁ ସତ କହିବୁ

ପୁଜା ସମୟରେ ଯଦି ଘଣ୍ଟି ବଜାଉଛନ୍ତି ତାହେଲେ ନିଶ୍ଚିତ ଭାବରେ ଥରେ ଏହାକୁ ପଢି ନିଅନ୍ତୁ,ନହେଲେ ……

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା ଘରେ ଘଣ୍ଟି ବଜାଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ। ମହିଳା ମାନେ ଶଙ୍ଖ ଫୁଙ୍କିବା ଠିକ ନାଁ ଭୁଲ।

ହିନ୍ଦୁ ସଂସ୍କୃତିରେ ପ୍ରତ୍ୟେକ ଘରେ ପ୍ରତିଦିନ ଦିନ ପୂଜାପାଠ କରିବାର ପରମ୍ପରା ରହିଛି। ଏଥିପାଇଁ ସମସ୍ତେ ନିଜ ନିଜ ଘରେ ମନ୍ଦିର କିମ୍ବା ପୂଜା ଘର ରଖିଥାନ୍ତି। ନିୟମିତ ପୂଜାପାଠ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ସମ୍ପୂର୍ଣ୍ଣ ଘରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ କିନ୍ତୁ ଏହିକଥା ବି ସତ ଅଟେ ପୂଜାପାଠ କରିବାର କିଛି ନିୟମ ରହିଛି ଯାହାକୁ ଯଦି ଆମେ ଅଣଦେଖା କରିବା ତେବେ ଆମକୁ ପୂଜାର ଫଳ ପୁରା ମିଳି ନଥାଏ। ପୂଜା କରିବାର ନିୟମ ପ୍ରାଚୀନ କାଳରୁ ରହି ଆସିଛି

ଯାହାକୁ ବର୍ତ୍ତମାନର ଦୁନିଆରେ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକଙ୍କ ଦୃଷ୍ଟି କୋଣରେ ଧ୍ୟାନ ରଖି ବନାଯାଇଛି। ଏଥିପାଇଁ ଆମକୁ ଏହି ନିୟମକୁ କେବେବି ଅଣଦେଖା କରିବା ଉଚିତ ନୁହେଁ। ଏଥିମଧ୍ୟରୁ ଗୋଟେ ନିୟମ ରହିଛି ଘଣ୍ଟି ନାଦ। ଆପଣ ପୂଜା କରିବା ସମୟରେ ଭଗବାନଙ୍କ ସାମ୍ନାରେ ଘଣ୍ଟି ବଜାଇ ଥାନ୍ତି। ଘଣ୍ଟି ବଜାଇବା ଶାସ୍ତ୍ରରେ କିଛି ନିୟମ ବିଷୟରେ ଉଲ୍ଲେଖ ରହିଛି। ଶାସ୍ତ୍ରରେ ଦେବତା ମାନଙ୍କ ସାମ୍ନାରେ ଘଣ୍ଟି ବଜାଇବା ଅଧିକ ମହତ୍ୱ କୁହାଯାଇଛି। ଯାହାକୁ ଆମେ ଶାସ୍ତ୍ରରେ ଶ୍ଳୋକ ମାଧ୍ୟମରେ ଜାଣି ପାରିବା

ଆଗମନାର୍ଥ ତୁ ଦେବାନାଂ ଗମନାର୍ଥଂ ତୁ ରକ୍ଷସାମ।

କୁରୁ ଘଣ୍ଟେବରଂ ନାଦଂ ଦେବତା ସ୍ଥାନହଂନିଧ।

ଏହାର ଅର୍ଥ ଘଣ୍ଟି ବଜେଇବା ଦ୍ୱାରା ଦେବତା ମାନଙ୍କ ଆଗମନ ଏବଂ ରାକ୍ଷସ ମାନଙ୍କ ଗମନ ହୋଇଥାଏ ଏବଂ ଯେଉଁ ଘଣ୍ଟି ଓ ଘଣ୍ଟା ରାକ୍ଷସ ମାନଙ୍କ ଠାରୁ ଆମକୁ ରକ୍ଷା କରି ଥାନ୍ତି ତାଙ୍କୁ ଆମର ପ୍ରଣାମ। ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଦେଖିବା ପୂଜାଘରେ ପୂଜା କରିବା ସମୟରେ ଯେତେବେଳେ ଆପଣ ଘଣ୍ଟି ବଜେଇ ଥାନ୍ତି ତେବେ ଏହା ପଛରେ କଣ କାରଣ ଅଛି ଏବଂ କଣ ସବୁ ଲାଭ ଅଛି। ପୂଜା କରିବା ସମୟରେ ଘଣ୍ଟି ବଜେଇବାର କଣ ସବୁ ନିୟମ ଅଛି। ଏହାସହିତ ଜାଣିବା ଘରର ମହିଳା ମାନଙ୍କୁ ଶଙ୍ଖ ବଜାଇବା ଉଚିତ ନା ନାହିଁ?

ଘଣ୍ଟିର ଉପରଭାଗରେ ଯାହା ଆମେ ଧରିଥାଉ ତାହା ଉପରେ ଗରୁଡ଼ର ଚିତ୍ର ଦେଖି ପାରିବେ। ଅତଃ ଘରେ ଆମେ ଯେଉଁ ଘଣ୍ଟି ବ୍ୟବହାର କରି ଥାଉ ତାକୁ ଗରୁଡ଼ ଘଣ୍ଟି କୁହାଯାଏ। ପୂଜା କରିବା ସମୟରେ ଗରୁଡ଼ ଘଣ୍ଟିର ବ୍ୟବହାର ଦେବତା ମାନଙ୍କୁ ଆମନ୍ତ୍ରଣ କରିବା ପାଇଁ କରାଯାଇଥାଏ। ଯାହାର ଏକ ସୁନ୍ଦର ଧ୍ଵନିରୁ ଦେବତା ମାନଙ୍କୁ ସ୍ଵାଗତ କରିବାର ଆଭାସ ହୋଇଥାଏ।

ଯେତେବେଳେ ଆମେ ବିଧି ବିଧାନ ସହକାରେ କାମ କରି ଥାଉ ସେତେବେଳେ ଘଣ୍ଟିର ବ୍ୟବହାର କରି ଥାଉ। ପୂଜା ସମ୍ପନ୍ନ ହେବା ପରେ ଆଳତୀ କରିବା ସମୟରେ ବିଶେଷ ଉପରେ ଘଣ୍ଟା ନାଦ ହେବା ଉଚିତ ନହେଲେ ଆମର ଆଳତୀ ଅଧୁରା ମାନା ଯାଇଥାଏ। ଏହି କଥାକୁ ଅଧିକାଂଶ ଲୋକେ ଭୁଲି ଯାଇଥାନ୍ତି ପୂଜା କରିବା ସମୟରେ ଘଣ୍ଟି ବଜାଇବାକୁ। ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ।

ବନ୍ଧୁଗଣ ଆମର ଶାସ୍ତ୍ର ଏହା ମାନ୍ୟତା ଅଛି କି ସୃଷ୍ଟିର ନିର୍ମାଣ ସମୟରେ ସର୍ବପ୍ରଥମେ ଯେଉଁ ବଡ଼ ଧ୍ଵନି ଶୁଣା ଯାଇଥିଲା ତାହା ଘଣ୍ଟିର ଧ୍ଵନି ସମାନ ଶୁଣିବାକୁ ମିଳିଥିଲା। ଘଣ୍ଟିର ଧ୍ଵନିରେ ଓଁକାର ରହିଥାଏ। ଏଥିପାଇଁ ଘଣ୍ଟିକୁ ପୂଜାର ସ୍ଥାନ ମିଳିଥାଏ। ଏଥିପାଇଁ ଘଣ୍ଟିର କେବେବି ଅପମାନ କରନ୍ତୁ ନାହିଁ। ଯେଉଁ ପ୍ରକାରର ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ସେହିଭଳି ଘଣ୍ଟିର ମଧ୍ୟ ପୂଜା କରିବା ଉଚିତ।

ଘଣ୍ଟିର ପୂଜା କରିବା ପରେ ହିଁ ଘଣ୍ଟିକୁ ବଜେଇବା ଉଚିତ। ପୂଜା ନକରି ଘଣ୍ଟିକୁ ବଜାଇବା ଉଚିତ ନୁହେଁ। ଆପଣ ଧ୍ୟାନ ଦେଇଥିବେ ପୂଜା ସମୟରେ ଘଣ୍ଟିକୁ ବଜାଇବା ଦ୍ୱାରା ଆଖପାଖ ବାତାବରଣ ଶୁଦ୍ଧ ଏବଂ ପବିତ୍ର ହୋଇ ଯାଇଥାଏ। ଚାରି ଆଡେ଼ ସକାରାତ୍ମକ ଶକ୍ତିର ବାସ ହୋଇଥାଏ। ଯଦି ଆମେ ଏହି ନିୟମ ଗୁଡ଼ିକୁ ଅଣଦେଖା କରିବା ସକାରାତ୍ମକ ପ୍ରଭାବ ନକାରାତ୍ମକ ପ୍ରଭାବରେ ବଦଳି ଯାଇଥାଏ।

ଅଧିକାଂଶ ଲୋକେ ପୂଜା ସରିବା ପରେ ଆଳତୀ ସମୟରେ ଘଣ୍ଟି ବଜାଇ ଥାନ୍ତି। କିନ୍ତୁ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଭଗବାନଙ୍କୁ ଜଳ ଅର୍ପଣ କରିବା ସମୟରେ ଗାଧୋଇବା ସମୟରେ ଧୂପ ଦୀପ ଦେବା ସମୟରେ ନୈବେଦ୍ୟ ଦେବା ସମୟରେ ଘଣ୍ଟା ନାଦ ଅବଶ୍ୟ କରିବା ଉଚିତ।

ଘଣ୍ଟି ବଜାଇବା ସମୟରେ କୌଣସି ଭଗବାନଙ୍କ ମନ୍ତ୍ର ଉଚ୍ଚାରଣ କରିବା ଉଚିତ ନୁହେଁ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ଘଣ୍ଟା ନାଦ କରିବା ଉଚିତ। ଆପଣ ନିଜ ଘରେ ଓ ଆଖପାଖ ସ୍ଥାନରେ ନକାରାତ୍ମକ ଶକ୍ତିକୁ ଅନୁଭବ କରୁଛନ୍ତି ତାହେଲେ ଅଳ୍ପ ସମୟ ପାଇଁ ଘଣ୍ଟା ନାଦ କରନ୍ତୁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

ମହିଳା ମାନଙ୍କୁ ଶଙ୍ଖ ବଜାଇବା ଉଚିତ ନା ଅନୁଚିତ?

ମହିଳା ମାନଙ୍କୁ ଶଙ୍ଖ ଏଥିପାଇଁ ଫୁଙ୍କିବା ଉଚିତ ନୁହେଁ କାରଣ ମା ଲକ୍ଷ୍ମୀଙ୍କ ଭାଇ ଅଟନ୍ତି ଶଙ୍ଖ। ଯାହାଙ୍କୁ ଶ୍ୱାସ ଜନିତ ରୋଗ ହୋଇଛି ସେ ମହିଳା ହୁଅନ୍ତୁ ବା ପୁରୁଷ ସେମାନଙ୍କୁ ଶଙ୍ଖ ବଜାଇବା ଉଚିତ। ଯଦି ଆପଣ ପ୍ରତିଦିନ ଶଙ୍ଖ ବଜାଉଛନ୍ତି ତାହେଲେ ଆପଣଙ୍କର ଶ୍ୱାସ ଜନିତ ରୋଗ ବେଶୀ ଦିନ ଆପଣଙ୍କ ପାଖରେ ରହିବ ନାହିଁ। ଶଙ୍ଖ ମହିଳା ମାନଙ୍କୁ ଏଥିପାଇଁ ବଜାଇବା ପାଇଁ ବାରଣ ହୋଇଥାଏ କାରଣ ଯୁଦ୍ଧର ପ୍ରାରମ୍ଭର ପ୍ରତୀକ ଅଟେ। ମହିଳା ମାନେ ଯୁଦ୍ଧର ଶଙ୍ଖ ନାଦ କରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *