Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଲୋକଙ୍କ ମନରେ ରହିଥାଏ ଜିତିବାର ନିଶା ! ସେଥିପାଇଁ ଏମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ଅଲଗା ଅଲଗା ଗୁଣ ଓ ସ୍ଵଭାବ ବିଷୟରେ ବର୍ଣ୍ଣନା କରାଯାଇଛି।କିଛି ରାଶିର ଲୋକଙ୍କ ମଧ୍ୟରେ ଜିତିବାର ପାଗଳାମି ରହିଥାଏ।

– କଠିନ ପରିଶ୍ରମ କରି ସଫଳତା ଅର୍ଜନ କରିଥାନ୍ତି।

– ମଙ୍ଗଳ ଗ୍ରହର ପ୍ରଭାବ ରହିଥାଏ।

– ଆଗକୁ ବଢିବାର ଇଛା ଶକ୍ତି ରହିଥାଏ।

ପ୍ରତ୍ୟେକ ରାଶିର ଲୋକଙ୍କ ସ୍ଵଭାବ, ଗୁଣ ଅଲଗା ଅଲଗା ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ରାଶିର ଲୋକ ରହିଛନ୍ତି, ଯେଉଁମାନଙ୍କୁ ଜନ୍ମରୁ ଜିତିବାର ପାଗଳାମି ରହିଥାଏ। ଯେତେ ପର୍ଯ୍ୟନ୍ତ ଏମାନଙ୍କୁ କୌଣସି କାର୍ଯ୍ୟରେ ପ୍ରତିଦ୍ବନ୍ଦୀ ମିଳି ନଥାନ୍ତି, ଏମାନେ ସେହି କାର୍ଯ୍ୟ ପ୍ରତି ଉତ୍ସାହିତ ହୁଅନ୍ତି ନାହିଁ।ଜୀବନରେ ସମସ୍ତ କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏମାନେ ସର୍ବଦା ପ୍ରସ୍ତୁତ ରହିଥାନ୍ତି।ଆସନ୍ତୁ ସେହି ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ମଙ୍ଗଳ ଗ୍ରହ ଏହି ରାଶିର ଅଧିପତି ଅଟନ୍ତି। ମଙ୍ଗଳ ଗ୍ରହକୁ ସମସ୍ତ ଗ୍ରହ ମାନଙ୍କ ମଧ୍ୟରେ ସେନାପତି କୁହାଯାଏ। ମଙ୍ଗଳ ଗ୍ରହର ପ୍ରଭାବ ଏମାନଙ୍କ ଉପରେ ଥିବାରୁ ଏମାନେ ସବୁ କାର୍ଯ୍ୟରେ ପାରଙ୍ଗମ ହୋଇଥାନ୍ତି। କୌଣସି କାର୍ଯ୍ୟରୁ ଏମାନଙ୍କୁ ନିରାଶ ହେବାକୁ ପଡ଼ିଲେ ମଧ୍ୟ ଏମାନେ କେବେବି ହାରି ନଥାନ୍ତି। ଏମାନଙ୍କ ମଧ୍ୟରେ ଦୃଢ଼ ଆତ୍ମବିଶ୍ବାସ ଭରି ରହିଥାଏ।

ବୃଷ ରାଶି :-

ଏହି ରାଶିର ଲୋକେ ବହୁତ ପରିଶ୍ରମୀ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ଆଗକୁ ବଢିବା ପାଇଁ ଗଭୀର ଇଛାଶକ୍ତି ରହିଥାଏ। ଏହାସହିତ ଏମାନେ ବହୁତ ଜିଦି ସ୍ୱଭାବର ହୋଇଥାନ୍ତି। ଏଥିପାଇଁ ଲମ୍ବା ସଂଘର୍ଷ ହେଲେ ମଧ୍ୟ ଏହି ରାଶିର ଲୋକେ କିଛି ଖାତିର ନକରି ଏହାକୁ ସାମ୍ନା କରିଥାନ୍ତି।

ତୁଳା ରାଶି :-

ଏହି ରାଶିର ଲୋକେ ସବୁ କ୍ଷେତ୍ରରେ ଦ୍ଵନ୍ଦ କରିବାକୁ ପସନ୍ଦ କରିଥାନ୍ତି। ଏମାନେ ପ୍ରତ୍ୟେକ କାର୍ଯ୍ୟରେ ବିଚାର କରିଥାନ୍ତି କି ପ୍ରତିଦ୍ବନ୍ଦୀ କିପରି ପରାସ୍ତ ହେବ। ତେଣୁ ଏମାନେ ନିଜ ବୁଦ୍ଧି ବଳରେ ନିଜର ଲକ୍ଷ୍ୟ ହାସଲ କରି ନିଅନ୍ତି।ବେଳେବେଳେ ଏମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ। ତେଣୁ ଏମାନେ ବହୁତ ସମସ୍ୟାରେ ପଡିଥାନ୍ତି।

ବିଛା ରାଶି :-

ଏହି ରାଶିର ଲୋକେ ବହୁତ କୋମଳ ଓ ଜିଦି ସ୍ୱଭାବର ହୋଇଥାନ୍ତି। ଏହାସହିତ ଏମାନେ ନିଜର କଠିନ ପରିଶ୍ରମ ବଳରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଏମାନଙ୍କର କ୍ରୋଧୀ ସ୍ଵଭାବ କାରଣରୁ ଶତ୍ରୁ ଉତ୍ପନ୍ନ ହୋଇ ଯାଇଥାନ୍ତି। କିନ୍ତୁ ଶତ୍ରୁ ମାନଙ୍କୁ କିପରି ପରାସ୍ତ କରିବାକୁ ହେବ, ଏମାନଙ୍କୁ ସେହି କୌଶଳ ଜଣା ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *