Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ଏହି ୭ ଟି ସଂକେତ କହିଥାଏ ମା ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ନା ନାହିଁ ! ମା ଆପଣଙ୍କ ଘରକୁ ଆସିବେ ନା ନାହିଁ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନବରାତ୍ରୀରେ ଏହି ୭ ଟି ସଂକେତ କହିଥାଏ ମା ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ମା ଆପଣଙ୍କ ଘରକୁ ଆସିବେ।

କୁହାଯାଏ ସମୟ ପୂର୍ବରୁ ଭାଗ୍ୟ ଠାରୁ ଅଧିକ କେବେବି କାହାରିକୁ କିଛି ମିଳେ ନାହିଁ। କାରଣ ଭାଗ୍ୟରେ ଯେତିକି ଲେଖାଥିବ ସେତିକି ହିଁ ତ ମିଳିବ କିନ୍ତୁ ସମୟ ଆସିଲେ ମିଳିବ। ଏଥିପାଇଁ ସମୟର ଅଧିକ ମହତ୍ୱ ରହିଛି କିନ୍ତୁ ଯେବେବି ଆପଣଙ୍କ ସମୟ ଚେଞ୍ଜ ହୋଇଥାଏ ତ ଆପଣଙ୍କୁ ଭଲ ଭଲ ଜିନିଷ ମିଳେ। ଆପଣ ରାସ୍ତାରେ ଯାଉଛନ୍ତି ଘରୁ ବାହାରକୁ ଯାଉଛନ୍ତି ଶୋଇ କରି ଉଠୁଛନ୍ତି ତ ଆପଣଙ୍କୁ ଲାଗିଥାଏ କି ସବୁକିଛି ଯେମିତି ଚେଞ୍ଜ ଚେଞ୍ଜ ଲାଗୁଛି। ଏହା ଜଣେଇଥାଏ କି ଏବେ ଆପଣଙ୍କର ଭଲ ସମୟ ଆସିଯାଇଛି ଖରାପ ସମୟ ଏବେ ଯାଉଛି କାରଣ ସମୟର ଚକ୍ର ସବୁବେଳେ ଘୁରୁଛି।

ତ ସୁଖର ପ୍ରାପ୍ତିର ଲକ୍ଷଣ କଣ କେମିତି ଆପଣ ଜାଣିବେ କି ଆପଣଙ୍କ ସମୟ ଭଲ ଆସୁଛି। ସକାଳୁ ସକାଳୁ ଉଠିବା ପରେ ଯେମିତି ନିଜ ଭିତରୁ ବହୁତ ଭଲ ଅନୁଭବ ହେଉଛି ଆପଣଙ୍କୁ ଲାଗୁଛି ସବୁକିଛି ଭଲ ଲାଗୁଛି ନିଜକୁ ଆଇନାରେ ଦେଖୁଛନ୍ତି ତ ଆପଣ ସୁନ୍ଦର ଦେଖାଯାଉଛନ୍ତି ଆପଣଙ୍କ ଚେହେରାରେ ଚମକ ଆସୁଛି ତ ବୁଝିଯାନ୍ତୁ ଏବେ ସମୟ ଭଲ ହେବ କାରଣ ମା ଲକ୍ଷ୍ମୀ ଭିତରୁ ଆପଣଙ୍କୁ ଖୁସି ଦେଉଛନ୍ତି ଏବଂ ଯାହା ଭିତରୁ ଖୁସି ଆସିଥାଏ ସେହି ଘରର ଧନର ଉନ୍ନତି କରିଥାଏ ଏବଂ ଆପଣଙ୍କ ଜୀବନରେ ସମସ୍ୟା ଶେଷ ହୋଇଥାଏ।

ବିନା କାରଣରେ ଆପଣଙ୍କ ପରିବାରରୁ ଆପଣଙ୍କୁ କିଛି ନାଁ କିଛି ଟଙ୍କା ମିଳିଥାଏ। କେହି ଘରକୁ ଆସିଲେ ତ ସେ ଟଙ୍କା ଦେଇଦେଲେ କି ଆପଣ କାହା ଘରକୁ ଗଲେ ତ ସେ ଆପଣଙ୍କୁ କିଛି ଟଙ୍କା ଦେଇଦେଲେ କେଉଁଠି ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିଯିବ। ବିନା କାରଣରେ କିଛି ନାଁ କିଛି ମିଳିଯାଏ ତ ଏହା ବି ଏହି ସଂକେତ ଦେଇଥାଏ କି ଆପଣଙ୍କ ଖରାପ ସମୟ ସମାପ୍ତ ହୋଇଗଲା। ଧନର ବୃଦ୍ଧି ହେବାର ସମ୍ଭାବନା ଏବେ ବଢିବ।

ଯଦି କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରକୁ ବାହାରୁଛନ୍ତି ତ ଆଉ ଆପଣଙ୍କୁ ରାସ୍ତାରେ ପାଣି ଭରା ପାତ୍ରର ଦର୍ଶନ ହୋଇଯାଉଛି ଯେମିତି କେହି ପାଣି ଭରି ନେଇ ଯାଉଛି କିମ୍ବା ପାଣି ଭରୁଛି କିମ୍ବା ଆପଣଙ୍କୁ କ୍ଷୀର ଭର୍ତି ପାତ୍ରର ଦର୍ଶନ ହୋଇଯାଉଛି କିମ୍ବା ଦୁକାନରେ କେହି କ୍ଷୀର ଫୁଟାଉଛି ତ ଏହାର ବି ଅର୍ଥ ଯେ ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି ସେହି କାର୍ଯ୍ୟ ଆପଣଙ୍କର ସଫଳ ହୋଇଯିବ।

ଅନେକ ଥର ଆମକୁ ପଶୁପକ୍ଷୀ ମଧ୍ୟ ଶୁଭ ସଂକେତ ଦେଇଥାନ୍ତି।

ଯଦି ଆପଣଙ୍କ ଘରକୁ ବାଡୁଛି ଆସୁଛି ତ ଏହା ଶୁଭ ସଂକେତ ହୋଇଥାଏ।

ବିଲେଇ ଆପଣଙ୍କ ଘରର ଆଖପାଖରେ ଛୁଆ ଜନ୍ମ କରେ ତ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ।

ଆପଣ ଘରୁ ବାହାରୁଛନ୍ତି ତ ହସୁ ଥିବା ପିଲା ଦେଖନ୍ତି ତ ଏହା ବି ବହୁତ ଶୁଭ ସଂକେତ ଅଟେ।

ସକାଳୁ ସକାଳୁ କୌଣସି କାମ ପାଇଁ ପ୍ରସ୍ତୁତ ହେଉଛନ୍ତି ଆଉ ଆପଣଙ୍କୁ ବୁଢିଆଣି ଜାଲ ବନାଉ ଥିବାର ଦର୍ଶନ ହୋଇଯାଏ ତ ଏହାର ଅର୍ଥ ଆପଣ ଯେଉଁ କାମ ପାଇଁ ଯାଉଛନ୍ତି ସେହି କାମ ଭଲରେ ହୋଇଯିବ।

ଆପଣ ଇଣ୍ଟବ୍ୟୁ ପାଇଁ ଯାଉଛନ୍ତି କିମ୍ବା ବହୁତ ଜରୁରୀ କାମରେ ଯାଉଛନ୍ତି ତ ଆପଣଙ୍କୁ ଯିବା ସମୟରେ ରାସ୍ତାରେ ଗାଈ ଏବଂ ବାଛୁରୀର ଦର୍ଶନ ହୋଇଯାଏ ତ ଏହାର ଅର୍ଥ ସେହି କାମ ଆପଣଙ୍କର ନିଶ୍ଚୟ ପୁରା ହେବ।

ଯଦି ଆପଣ ବିବାହ ସମ୍ବଦ୍ଧିତ କଥା ଫାଇନାଲ କରିବାକୁ ଯାଉଛନ୍ତି ତ ଆପଣଙ୍କୁ ରାସ୍ତାରେ ସମ୍ପୂର୍ଣ ସିଙ୍ଗାର କରିଥିବା ମହିଳାର ଦର୍ଶନ ହୋଇଯାଏ ତ ସେହି ପ୍ରସ୍ତାବ ପକା ହୋଇଯିବ।

ପୂଜା କରିବା ସମୟରେ ଭଗବାନଙ୍କ ମଥାରୁ ଫୁଲ ଅଚାନକ ପଡିଯାଏ ତ ଏହାର ଅର୍ଥ ଆପଣ ଯାହାବି ଭଗବାନଙ୍କୁ ମାଗିବେ ତାହା ଆପଣଙ୍କର ପୁରା ହୋଇଯିବ। ଏହିସବୁ ଶୁଭ ସଂକେତ ଅଟେ।

ଯଦି ଆପଣ ରାସ୍ତାରେ ଯାଉଛନ୍ତି ଆଉ ଆପଣଙ୍କୁ କଏନ ମିଳିଯାଉଛି ତ ନିଶ୍ଚୟ ଉଠାଇ ନିଅନ୍ତୁ ଏହା ଧନର ସ୍ଥିତିକୁ ବୃଦ୍ଧି କରିଥାଏ। ଏହି କଏନକୁ ଧୋଇ ପୂଜା ସ୍ଥାନରେ ରଖିବେ ତ ଏହା ଆପଣଙ୍କର ଉନ୍ନତି କରିଥାଏ। ଏହି କଏନ ସହିତ ଲବଙ୍ଗ ରଖିଦେବେ।

ଘରୁ ବାହାରକୁ ଯିବା ସମୟରେ ଲାଗୁଛି କି ଆପଣ କିଛି ଭୁଲି ଯାଉଛନ୍ତି ତ ଏହାର ଅର୍ଥ ଆପଣଙ୍କର ଖରାପ ସମୟ ଶେଷ ହୋଇଯାଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *