Excuse Me Odisha

ଯାହା କହିବୁ ସତ କହିବୁ

ପଣା ସଂକ୍ରାନ୍ତି ଠାରୁ କୋଟିପତି ହେବାକୁ ଯାଉଛନ୍ତି ଏହି ୬ଟି ରାଶିର ଲୋକେ। ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବରେ ସାରା ଓଡିଶାରେ ବହୁ ଧୁମଧାମରେ ପାଳନ କରାଯାଏ। ଆସନ୍ତା ପଣା ସଂକ୍ରାନ୍ତି ଦିନ ଗ୍ରହମାନଙ୍କର ଚଳନରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନର ଶୁଭ ପ୍ରଭାବ କିଛି ଭାଗ୍ୟଶାଳୀ ରାଶିର ଲୋକଙ୍କ ଉପରେ ପଡିବାକୁ ଯାଉଛି। ଯାହାଫଳରେ ଏହି ରାଶିର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି :-

ଆସନ୍ତା ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଠାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିବ।ଏହାସହିତ ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।ଏହି ସମୟରେ ଆପଣ ନୂତନ ବ୍ୟବସାୟ ପାଇଁ ଯୋଜନା କରି ସଫଳ ହେବେ। ଆପଣ ନିଜ ଜୀବନରେ ଉନ୍ନତି ଆଡକୁ ଅଗ୍ରସର ହେବେ।

କୁମ୍ଭ ରାଶି:-

ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ଠାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଯାହାଫଳରେ ଏମାନେ ସାମାଜିକ ସ୍ତରରେ ମାନସମ୍ମାନ ହାସଲ କରିବେ। ଏହି ସମୟରେ ଆପଣ କୌଣସି ଧାର୍ମିକ ସମାରୋହରେ ଯୋଗଦାନ କରି ପାରନ୍ତି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଦମ୍ପତ୍ତିଙ୍କ ବୈବାହିକ ଜୀବନ ସୁଖମୟ ରହିବ।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ।

ତୁଳା ରାଶି:-

ଏହି ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ଠାରୁ ଏହି ରାଶିର ଲୋକଙ୍କ ଜୀବନରେ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିବ।ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସଂକେତ ମିଳୁଛି।ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ସମାଜରେ ଆପଣ ନିଜର ପ୍ରତିଷ୍ଠା ବଜାୟ ରଖିବେ। ଏହି ସମୟରେ ଭାଗ୍ଯ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

କନ୍ୟା ରାଶି:-

ନବବର୍ଷ ବା ପଣା ସଂକ୍ରାନ୍ତି ଠାରୁ ଏହି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଚାଲିଥିବା ଅନେକ ସମସ୍ୟାର ସମାଧାନ ହୋଇଯିବ। ଘରର ଗୁରୁଜନ ବା ବଡ଼ ଭାଇ ଓ ଭଉଣୀଙ୍କ ଠାରୁ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମିଳିପାରେ। ଅଯଥା ଖର୍ଚ୍ଚରୁ ବଞ୍ଚିତ ହୋଇ ଧନ ସଞ୍ଚୟ କରନ୍ତୁ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।

ମିଥୁନ ରାଶି :-

ପଣା ସଂକ୍ରାନ୍ତି ଓ ନବବର୍ଷ ଠାରୁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଏହିଦିନ ଠାରୁ ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ଯାହାଫଳରେ ଆପଣ କୌଣସି ନୂଆ ଯାନବାହାନ ମଧ୍ୟ କ୍ରୟ କରିପାରନ୍ତି।ଏହିସମୟରେ ଆପଣ ନିଜ ଜୀବନରେ ଅନେକ ସକାରାତ୍ମକ ପରିଣାମ ଦେଖିବାକୁ ପାଇବେ।

ମକର ରାଶି:-

ଓଡ଼ିଆ ନବବର୍ଷ ଠାରୁ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି। ଯାହାଫଳରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆପଣ ନିଜ ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।

ତେବେ ବନ୍ଧୁଗଣ, ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *