Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି – ଘରୁ ବାହାରକୁ ଯିବା ସମୟରେ ଏହି ୩ଟି ଜିନିଷ ଦେଖିବା ଉଚିତ ନୁହେଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଘରୁ ବାହାରକୁ ଯିବା ସମୟରେ ଦେଖିବା ଉଚିତ ନୁହେଁ ଏହି ୩ଟି ଜିନିଷ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମନୁଷ୍ୟଙ୍କୁ ନିଜର କର୍ମ ଅନୁସାରେ ହିଁ ଫଳର ପ୍ରାପ୍ତି ହୋଇଥାଏ ପଛେ ସେ କେତେ ଛୋଟ ବଡ଼ କାମ ନକରୁ କର୍ମର ଫଳରୁ କେହି ବଞ୍ଚିପାରିବେ ନାହିଁ। ଆପଣ ଜୀବନରେ କେତେବି ଭଲ କାମ କରିଥାନ୍ତୁ ତାର ଫଳ ଆପଣଙ୍କୁ ଭବିଷ୍ୟତରେ ଅବଶ୍ୟ ହିଁ ମିଳିବ। ପଛେ କୌଣସି ଛୋଟ ଜୀବକୁ ଅନ୍ନର ଗୋଟେ ଚିଟକି ବି ପକେଇଥାନ୍ତୁ ଆପଣଙ୍କୁ ସେହି ପୁଣ୍ୟ କର୍ମର ଫଳ କୌଣସି ନାଁ କୌଣସି ରୂପରେ ଅବଶ୍ୟ ହିଁ ମିଳିଥାଏ।

ଯଦି କୌଣସି ଛୋଟ ଜୀବକୁ ଜାଣିଶୁଣି ଗୋଡ଼ରେ ଦଳି ଦିଅନ୍ତି ତ ଏହାର ବି ଦଣ୍ଡ ଅବଶ୍ୟ ଆପଣଙ୍କୁ ମିଳିବ। କିଛି କର୍ମର ଫଳ ବହୁତ ଶୀଘ୍ର ପ୍ରାପ୍ତ ହୋଇଯାଏ ଆଉ କିଛି କର୍ମର ଫଳ ଅନେକ ବର୍ଷ ପରେ ମିଳିଥାଏ। ଏଥିପାଇଁ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଏମିତି କାର୍ଯ୍ୟ ବିଷୟରେ ଯାହା ଘରୁ ବାହାରକୁ ଯିବା ସମୟରେ ଭୁଲରେ ବି କରିବା ଉଚିତ ନୁହେଁ।

ଯେବେ ଆମେ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଘରୁ ବାହାରକୁ ବାହାରୁଛୁ ଆମକୁ ଏମିତି କିଛି ଜିନିଷର ଦର୍ଶନ କେବେବି କରିବା ଉଚିତ ନୁହେଁ। ଯାହା ଆମ ପାଇଁ ବହୁତ ଶୁଭ ଅଟେ। ଏହି ଜିନିଷକୁ ଦେଖିବା ମାତ୍ରେ ଆମର କାର୍ଯ୍ୟରେ ବାଧା ଉତ୍ପନ ହୋଇଥାଏ। ଘରୁ ବାହାରିବା ସମୟରେ କେବଳ ଶୁଭ ଜିନିଷ ଦେଖିବା ଉଚିତ ଏବଂ ଶୁଭ କାର୍ଯ୍ୟ କରିବା ଉଚିତ ନଚେତ ଏହାର ଫଳ ଆମକୁ ତୁରନ୍ତ ଭୋଗିବାକୁ ପଡିପାରେ ଏବଂ ଆମକୁ ଅସଫଳତାର ଶିକାର ହେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ଘରୁ ବାହାରିବା ସମୟରେ ଆମକୁ କଣ କରିବା ଉଚିତ ଏବଂ କଣ ନୁହେଁ।

ବ୍ୟକ୍ତିକୁ ଘରୁ ବାହାରିବା ସମୟରେ ପ୍ରଥମେ ଭଗବାନଙ୍କୁ ପ୍ରଣାମ କରିବା ଉଚିତ ଏବଂ ମା ବାପାଙ୍କ ପାଦ ଛୁଇଁ ତାଙ୍କର ଆଶୀର୍ବାଦ ନେଇ ଘରର ମୁଖ୍ୟ ଦ୍ୱାର ଦେଇ ବାହାରିବା ଉଚିତ। ଯାହା ଦ୍ୱାରା ସବୁ ନକରାତ୍ମକ ଉର୍ଜାର ସମାପ୍ତ ହୋଇଯିବ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିଯିବ।

ଘରୁ ବାହାରିବା ସମୟରେ ମୁହଁ ମିଠା କରି ଯିବା ଉଚିତ ଏବଂ ଘରୁ ବାହାରିବା ସମୟରେ ଗୁଡ଼ ଏକ ଖଣ୍ଡ ନେଇ ବାହାରିବା ଉଚିତ। ଏହା ପରେ ଘରୁ ବାହାରିବା ପରେ ଘରର ଦକ୍ଷିଣ ଦିଗକୁ ଫୋପାଡ଼ି ଦିଅନ୍ତୁ। ଭଗବାନଙ୍କ ନାମ ନେଇ ନିଜର କାର୍ଯ୍ୟର ସିଦ୍ଧି ପାଇଁ ଶୁଭ ସମୟ ଦେଖି ବାହାରିବ ଉଚିତ। ଏହା ଦ୍ବାରା ଆସୁଥିବା ବାଧା ନଷ୍ଟ ହୋଇଯିବ।

ବ୍ୟକ୍ତିକୁ ଘରୁ ବାହାରିବା ପୂର୍ବରୁ ପୂଜା ଘରେ ଭଗବାନଙ୍କ ସାମ୍ନାରେ ଏକ ଘିଅର ଦୀପ ନିଶ୍ଚୟ ଜାଳିବା ଉଚିତ। ଭଗବାନଙ୍କ ପୂଜାଅର୍ଚ୍ଚନା କରିବା ପରେ ସେହି ଶୁଭ କାର୍ଯ୍ୟକୁ କରିବା ପାଇଁ ବାହାରିବା ଦ୍ୱାରା ସେଥିରେ ସଫଳତା ପ୍ରାପ୍ତ ହୋଇଥାଏ। ଏହା ସହିତ ଅଳ୍ପ ଚାଉଳ ହାତରେ ନେଇ ସେହି ଶୁଭ କାର୍ଯ୍ୟକୁ ବାହାରିବା ସମୟରେ ଘରର ମୁଖ୍ୟ ଦ୍ୱାର ପାଖରେ ପଛକୁ ଫୋପାଡ଼ି ଦେବା ଉଚିତ। ଏହା ଦ୍ବାରା ଯାହାବି ଖରାପ ନଜର ଥାଏ ତାହା ଦୂର ହୋଇଯାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ।

ବ୍ୟକ୍ତିକୁ ଘରୁ ବାହାରକୁ ବାହାରିବା ସମୟରେ ଶୁଭ କାର୍ଯ୍ୟର ସଫଳତା ପାଇଁ ବସ୍ତ୍ରରେ ଅଳ୍ପ ଚାଉଳ ଏବଂ ଅଳ୍ପ ସୋରିଷ ନେଇ ବାହାରିବା ଉଚିତ। ଏହା ଦ୍ୱାରା ସେହି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ଯିବା ସମୟରେ ଅନ୍ୟର ଖରାପ ନଜର ପଡିନଥାଏ ଏବଂ ତାକୁ ସେହି କାର୍ଯ୍ୟରେ ସଫଳତା ମିଳିବ।

ଆସନ୍ତୁ ଘରୁ ବାହାରିବା ସମୟରେ କେଉଁ ଜିନିଷର ଦର୍ଶନ କରିବା ଉଚିତ ନୁହେଁ।

ଚରିତ୍ରହୀନ ବ୍ୟକ୍ତି। ଘରୁ ବାହାରିବା ସମୟରେ କୌଣସି ଚରିତ୍ରହୀନ ବ୍ୟକ୍ତିଙ୍କର ଦର୍ଶନ କରିବା ଉଚିତ ନୁହେଁ କିମ୍ବା ଚରିତ୍ରହୀନ ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାରର କଥାବାର୍ତା କରିବା ଉଚିତ ନୁହେଁ ନଚେତ ତାକୁ ସେହି କାର୍ଯ୍ୟରେ ବାଧା ଉତ୍ପନ ହେବ।

ଘରୁ କୌଣସି ମହତ୍ବପୂର୍ଣ କାର୍ଯ୍ୟ ପାଇଁ ବାହାରିବା ସମୟରେ କେବେବି ମିଛ କହିବା ଉଚିତ ନୁହେଁ। ମିଛ କହିବା ଦ୍ୱାରା ମନୁଷ୍ୟଙ୍କ ମନ ନକରାତ୍ମକ ଉର୍ଜାରେ ଭରି ଯାଇଥାଏ ଏବଂ ସେ ଯେଉଁ କାର୍ଯ୍ୟ ପାଇଁ ବାହାରି ଥାଏ ତାକୁ ସଫଳତା ମିଳିବା ପରିବର୍ତେ ଅସଫଳତା ମିଳିଥାଏ। ସେଥିପାଇଁ ଘରୁ ଯିବା ସମୟରେ ମିଛ କହିବା ଉଚିତ ନୁହେଁ ଏବଂ କେବେବି କାହାରିକୁ ଅପବ୍ୟବହାର କରିବା ଉଚିତ ନୁହେଁ।

ଘରୁ ବାହାରକୁ ଯିବା ସମୟରେ କିମ୍ବା କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଯିବା ସମୟରେ ଯଦି ରାସ୍ତାରେ କେହି ଝଗଡା କରୁଥିବାର ଦର୍ଶନ ହୋଇଯାଏ ତ ତାକୁ ବହୁତ ଅଶୁଭ ମାନାଯାଏ। ଏହା ଠାରୁ ଦୂରେଇ ରହିବା ଉଚିତ। ଅନ୍ୟର ଝଗଡ଼ାରେ ମୁଣ୍ଡ ପୁରାଇବା ଉଚିତ ନୁହେଁ। ନଚେତ ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *