Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ମାସରେ ପଇସାରେ ଖେଳିବେ ଏହି ୪ ଗୋଟି ରାଶିର ଲୋକେ ! ଏଥିରେ ଆପଣଙ୍କ ରାଶି ନାହିଁ ତ !

ସେୟାର୍ କରନ୍ତୁ

ସମସ୍ତେ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଇଛୁକ ରହିଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମନୁଷ୍ୟର ଭବିଷ୍ୟତ ବିଷୟରେ ଅନେକ କିଛି ବର୍ଣ୍ଣନା କରାଯାଇଛି। ୯ ଗୋଟି ଗ୍ରହ ଅନେକ ସମୟରେ ନିଜର ସ୍ଥିତି ପରିବର୍ତ୍ତନ କରିଥାନ୍ତି ଏବଂ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଏହି ଏପ୍ରିଲ ମାସରେ ୯ଟି ଗ୍ରହ ନିହାର ସ୍ଥିତି ପରିବର୍ତ୍ତନ କରିବାକୁ ଯାଉଛନ୍ତି।

କହିବାକୁ ଗଲେ ଚନ୍ଦ୍ର ଗ୍ରହ ନିଜ ସ୍ଥିତି ପରିବର୍ତ୍ତନ କରି ସାରିଛନ୍ତି। ଏବେ ଖୁବ୍ ଶୀଘ୍ର ଏପ୍ରିଲ ୭ ତାରିଖ ଦିନ ମଙ୍ଗଳ ଗ୍ରହ, ଏପ୍ରିଲ ୮ ତାରିଖରେ ବୁଧ ଗ୍ରହ, ଏପ୍ରିଲ ୧୨ ତାରିଖରେ ରାହୁ ଓ କେତୁ ଗ୍ରହ, ଏପ୍ରିଲ ୧୩ ତାରିଖରେ ବୃହସ୍ପତି ଗ୍ରହ, ଏପ୍ରିଲ ୧୪ ତାରିଖରେ ସୂର୍ଯ୍ୟ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ଏହାପରେ ଏପ୍ରିଲ ୨୭ ତାରିଖରେ ଶୁକ୍ର ଗ୍ରହ, ଏପ୍ରିଲ ୨୯ ତାରିଖରେ ଶନି ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ରାଶି ପରିବର୍ତ୍ତନର ପ୍ରଭାବ ୪ ଗୋଟି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଏହାର ପ୍ରଭାବରେ ସେମାନଙ୍କ କୁଣ୍ଡଳୀରେ ହଂସ ଯୋଗ, ରାଜ ଯୋଗ ବନିବାକୁ ଯାଉଛି।

ମେଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଏପ୍ରିଲ ମାସ ବହୁତ ଲାଭକାରୀ ସାବ୍ୟସ୍ତ ହେବ। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।ଚାକିରି ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ।ଆପଣଙ୍କ କୁଣ୍ଡଳୀରେ ହଂସ ଯୋଗ ବନିବାକୁ ଯାଉଛି। ଏହାଦ୍ବାରା ଆପଣଙ୍କୁ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ।

ବୃଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଗ୍ରହ ମାନଙ୍କର ସ୍ଥିତି ରାଜ ଯୋଗ ସୃଷ୍ଟି କରୁଛି। ଏହି ମାସରେ ଆପଣ ଅନେକ କ୍ଷେତ୍ରରୁ ସଫଳତା ହାସଲ କରିବେ। ଧନ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ନୂତନ ଅବସର ପ୍ରାପ୍ତ ହେବ। ଆପଣଙ୍କୁ ନିଜର କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଆପଣ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି। ସମ୍ପର୍କୀୟଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଚାକିରୀରେ ଦରମା ବୃଦ୍ଧି ହେବ।

ମିଥୁନ ରାଶି :-

ଗ୍ରହ ମାନଙ୍କର ସ୍ଥିତି ପରିବର୍ତ୍ତନ ଏହି ରାଶିରେ ରାଜଯୋଗ ସୃଷ୍ଟି କରୁଛି। ବ୍ୟବସାୟ ଓ ଚାକିରୀରେ ଆପଣ ଉନ୍ନତି କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ। ପ୍ରେମ ମାମଲାରେ ସଫଳତା ମିଳିବ।

ଧନୁ ରାଶି :-

ଏହି ରାଶିର ଲୋକଙ୍କ କୁଣ୍ଡଳୀରେ ରାଜ ଯୋଗ ବନିବାକୁ ଯାଉଛି। ଆପଣଙ୍କ ପାଇଁ ଏହି ମାସ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। ପରିବାରରେ ହସଖୁସିର ମାହୋଲ ରହିବ। କୌଣସି ସ୍ଥାନରୁ ଆପଣଙ୍କୁ ଶୁଭ ସମାଚାର ମିଳିପାରେ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।ସରକାରୀ ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଶନିଙ୍କ ସାଢେ଼ ସାତୀରୁ ମୁକ୍ତି ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *