Excuse Me Odisha

ଯାହା କହିବୁ ସତ କହିବୁ

ଏହି ରତ୍ନକୁ ଧାରଣ କରିବା ଦ୍ୱାରା ଚମକି ଉଠିବ ଭାଗ୍ୟ ! ସରକାରୀ ଓ ବ୍ୟକ୍ତିଗତ ଜୀବନରେ ମିଳିବ ସଫଳତା !

ସେୟାର୍ କରନ୍ତୁ

କୁଣ୍ଡଳୀରେ ସିଧାସଳଖ ପ୍ରଭାବ ଗ୍ରହ ମାନଙ୍କ ଉପରେ ପଡ଼ିଥାଏ। ଗ୍ରହ ମାନଙ୍କୁ ସୁଦୃଢ କରିବା ପାଇଁ ରତ୍ନ ଧାରଣ କରାଯାଏ। ସୂର୍ଯ୍ୟ ଗ୍ରହକୁ ସୁଦୃଢ କରିବା ପାଇଁ ମାଣିକ୍ୟ ରତ୍ନ ପରିଧାନ କରାଯାଏ।

– ସୂର୍ଯ୍ୟ ଗ୍ରହର ରତ୍ନ ହେଉଛି ମାଣିକ୍ୟ ରତ୍ନ।

– ଆଖି ସମ୍ବନ୍ଧୀୟ ସମସ୍ୟା ହୋଇଥାଏ ଦୂର।

– ଚାକିରି ଓ ବ୍ୟାପାରରେ ମିଳିଥାଏ ଲାଭ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ସିଧା ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଗ୍ରହ ଓ ନକ୍ଷତ୍ର ଅନୁକୂଳ ରହିବା ଯୋଗୁଁ ବ୍ୟକ୍ତିର ଜୀବନ ସୁଖମୟ ହୋଇଥାଏ। କିନ୍ତୁ ଗ୍ରହ ଗୁଡ଼ିକ ଅଶୁଭ ସ୍ଥିତିରେ ରହିଥିଲେ, ବ୍ୟକ୍ତିର ଜୀବନରେ ଏହାର ବିପରୀତ ପ୍ରଭାବ ପଡ଼ିଥାଏ। ପ୍ରତ୍ୟେକ ରାଶିର ରତ୍ନ କୌଣସି ନା କୌଣସି ଗ୍ରହ ସହିତ ସମ୍ବନ୍ଧିତ ରହିଥାଏ। ବ୍ୟକ୍ତିର କୁଣ୍ଡଳୀରେ ଗ୍ରହ ମାନଙ୍କର ଅଶୁଭ ସ୍ଥିତି ରହିଥିଲେ, ରତ୍ନ ଧାରଣ କରିବା ପାଇଁ ପରାମର୍ଶ ଦିଆଯାଏ। ସେଥିମଧ୍ୟରୁ ମାଣିକ୍ୟ ରତ୍ନ ଅନ୍ୟତମ ଅଟେ। ଆସନ୍ତି ଏହି ରତ୍ନ ବିଷୟରେ ବିସ୍ତାର ରୂପରେ ଜାଣିବା।

ମାଣିକ୍ୟ ରତ୍ନ ସୂର୍ଯ୍ୟର ରତ୍ନ ଅଟେ :-

ଶାସ୍ତ୍ରରେ ମାଣିକ୍ୟ ରତ୍ନକୁ ସୂର୍ଯ୍ୟ ସହିତ ତୁଳନା କରାଯାଇଛି। ଏହି ରତ୍ନକୁ ଧାରଣ କରିବା ଦ୍ୱାରା ଚାକିରି ଓ ବ୍ୟବସାୟରେ ସଫଳତା ମିଳିଥାଏ। ଏହାସହିତ ସାମାଜିକ କ୍ଷେତ୍ରରେ ବ୍ୟକ୍ତିକୁ ମାନସମ୍ମାନ ପ୍ରାପ୍ତ ହୋଇଥାଏ। ରତ୍ନ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଉଚ୍ଚରେ ଅଛନ୍ତି, ଯଦି ସେମାନେ ମାଣିକ୍ୟ ରତ୍ନ ପରିଧାନ କରୁଛନ୍ତି, ତାହେଲେ ସେମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ। ଏହାସହିତ ସେମାନଙ୍କର ଆଖି ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ।

ମାଣିକ୍ୟ ଧାରଣ କରିବାର ବିଧି :-

ମାଣିକ୍ୟ ରତ୍ନକୁ ସୁନାର ମୁଦି ସହିତ ଯୋଡ଼ି ରବିବାର, ସୋମବାର ବା ଗୁରୁବାର ଦିନ ପରିଧାନ କରିବା ଉଚିତ।ମାଣିକ୍ୟ ଧାରଣ କରିବା ପୂର୍ବରୁ ଏହାକୁ ଗଙ୍ଗାଜଳରେ ଶୁଦ୍ଧ କରିବା ଆବଶ୍ୟକ।କହିବାକୁ ଗଲେ, ମାଣିକ୍ୟ ରତ୍ନ ୨ କ୍ୟାରେଟର ହେବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *