Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟରେ ଭୁଲରେ ବି ପାଖରେ ରଖନ୍ତୁ ନାହିଁ ଏହି ଗୋଟିଏ ଜିନିଷ। ! ପରିବାର ହୋଇଯାଏ ବର୍ବାଦ। ଘରକୁ ଆସିଥାଏ ଗରିବୀ କାଙ୍ଗାଳୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ କି ଶୋଇବା ସମୟରେ ଏମିତି କେଉଁ ସବୁ ଜିନିଷ ଅଛି ଯାହାକୁ ଆପଣ ନିଜ ପାଖରେ ବା ନିଜ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ।

ଶୋଇବା ସମୟରେ ଆମ ଶରୀର କାର୍ଯ୍ୟ ରହିତ ହୋଇଥାଏ । ସେହି ସମୟରେ ଆମ ଶରୀରର ପଞ୍ଚତନ୍ତ୍ର ଆମ ପାଇଁ କାର୍ଯ୍ୟ କରନ୍ତି। ସେହି ସମୟରେ ଯଦି ଆପଣଙ୍କ ପାଖରେ କିଛି ଏମିତି ଜିନିଷ ରଖୁଛନ୍ତି ଯାହା ଦ୍ଵାରା ନକରାତ୍ମକ ଊର୍ଜାର ସଂଚାର ହେଉଥାଏ ତେବେ ଏମିତି ଊର୍ଜା ଆପଣଙ୍କ ଶରୀର ଓ ଆପଣଙ୍କ ଜୀବନ ଦୁଇଟି ଯାକ ଉପରେ ପ୍ରଭାବ ପକାଇଥାଏ ତେଣୁ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ସବୁ ଜିନିଷ ଶୋଇବା ସମୟରେ ଆପଣଙ୍କ ପାଖରେ ରହିବା ଉଚିତ ନୁହେଁ।

ଅପରିଷ୍କାର କପଡା। ବହୁତ ଲୋକଙ୍କର ଏହି ଅଭ୍ଯାସ ଥାଏ କି କପଡା ଚେଞ୍ଜ କରିବା ପରେ ନିଜର ଅପରିଷ୍କାର କପଡାକୁ ବିଛଣା ଉପରେ ପକାଇ ଦିଅନ୍ତି।ଅପରିଷ୍କାର କପଡାରୁ ନକରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ ଏଥିପାଇଁ ତ କୌଣସି ପୂଜା ଓ ଶୁଭ କାର୍ଯ୍ୟରେ ପୁରୁଣା ବା ଅପରିଷ୍କାର କପଡା ପିନ୍ଧିବା ଉଚିତ ନୁହେଁ। ତେଣୁ ଆପଣ ନିଜ ବିଛଣା ପାଖରେ କୌଣସି ଅପରିଷ୍କାର କପଡା ରଖନ୍ତୁ ନାହିଁ।

ଜୋତା ଚପଲ ରୁମାଲ ଓ ମାସ୍କ। ସମସ୍ତେ ଏହି ଜିନିଷ ସବୁର ବ୍ୟବାହାର କରିଥାନ୍ତି କିନ୍ତୁ ଏହାର ବ୍ୟବହାର ନିଜର ପୁରା ଦିନ ର କାର୍ଯ୍ୟ ସମୟରେ କରନ୍ତୁ କିନ୍ତୁ ରାତିରେ ଶୋଇବା ସମୟରେ ଏହି ସବୁ ଜିନିଷକୁ ନିଜ ଠାରୁ ବା ନିଜ ବିଛଣା ପାଖରୁ ଦୂରେଇ ରଖନ୍ତୁ। ବୈଜ୍ଞାନିକ ଦ୍ରୁଷ୍ଟି କୋଣରୁ ବି ଏହି ସବୁ ଜିନିଷ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ କିନ୍ତୁ ଏହା ଦ୍ଵାରା ବାସ୍ତୁ ଦୋଷ ବି ଲାଗି ଥାଏ। ଜୋତା ଚପଲ କେତେ କେତେ ଜାଗାରୁ ଅଲଗା ଅଲଗା ଊର୍ଜା କୁ ନିଜ ସହିତ ଆଣିଥାନ୍ତି। ଏହି କାରଣରୁ ଏଗୁଡ଼ିକୁ ଘର ବାହାରେ ହିଁ ରଖିବା ଉଚିତ।

ଲୁଣ ହଳଦୀ ସିନ୍ଦୁର ଓ ଶୁଖିଲା ତୁଳସୀ ପାତ୍ର। ଏଗୁଡିକ କିଛି ଏମିତି ଜିନିଷ ଅଟେ ଯାହାକୁ ଯଦି ଆପଣ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖି ଶୋଉଛନ୍ତି ତେବେ ଏହାର ବହୁତ ଗଭୀର ପ୍ରଭାବ ପଡିଥାଏ। ଏହି ସବୁ ଜିନିଷ ନଜର ଦୋଷ ଦୂର କରିବା ଓ ପୂଜା ବିଧିରେ ଲାଗୁଥିବା ବସ୍ତୁ ଅଟେ କିନ୍ତୁ ରାତି ସମୟରେ ଏହି ସବୁ ଜିନିଷର ଉପଯୋଗ ବର୍ଜିତ ହୋଇଥାଏ।

ଧ୍ୟାନ ରଖିବେ ଏହା ମଧ୍ୟରୁ କୌଣସି ଗୋଟିଏ ଜିନିଷ ଶୋଇବା ସମୟରେ ନିଜ ପାଖରେ ରଖନ୍ତୁ ନାହିଁ। ଆଉ ଗୋଟିଏ ଜିନିଷର ଧ୍ୟାନ ରଖିବେ ତୁଳସୀ ପତ୍ର କୁ ସନ୍ଧ୍ୟା ସମୟ ପରେ କେବେ ବି ଛିଣ୍ଡାଇବେ ନାହିଁ ବିଛଣା ଓ ବେଡ ରୁମ ରେ ଏହି ପତ୍ରର ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ଵାରା ତୁଳସୀ ମାଙ୍କର ଅପମାନ ହୋଇଥାଏ।

ବହି। ବହୁତ ସାରା ଲୋକଙ୍କୁ ରାତିରେ ଶୋଇବା ସମୟରେ ବହି ପଢି କି ଶୋଇବାର ଅଭ୍ଯାସ ଅଛି ଏବଂ ଶୋଇବା ସମୟରେ ସେମାନେ ସେହି ବହିକୁ ବିଛଣା ଉପରେ ରଖି ଶୋଇଯାଆନ୍ତି। ଅନେକ ବିଦ୍ୟାର୍ଥୀ ମଧ୍ୟ ଏମିତି କରିଥାନ୍ତି କିନ୍ତୁ ନିଜ ବିଛଣା ଉପରେ କେବେ ବି ଆପଣ କୌଣସି ବହି କିମ୍ବା ଅନ୍ୟ କୌଣସି ପାଠ ଉପକରଣ ରଖନ୍ତୁ ନାହିଁ। ବିଦ୍ୟା ମା ସରସ୍ଵତୀଙ୍କ ଦାନ ଅଟେ। ଏଥିରେ ମା ଙ୍କର ବାସ ହୋଇଥାଏ। ବିଛଣା ରେ ଶୋଇବା ସମୟରେ ଆମ ପାଦ କେବେ ବି ଏହି ସବୁ ବସ୍ତୁରେ ଲାଗିପାରେ। ଯାହା ଦ୍ଵାରା ମା ସରସ୍ବତୀଙ୍କର ଅପମାନ ହୋଇଥାଏ।

ବିଦ୍ୟୁତ ଉପକରଣ। ଶୋଇବା ସମୟରେ ଉପକରଣ ଗୁଡିକର କିରଣ ବହୁତ ଷ୍ଟ୍ରଙ୍ଗ ହୋଇ ଯାଇଥାଏ। ତେଣୁ ଆପଣ ନିଜ ପାଖରେ ମୋବାଇଲ ଲ୍ଯାପଟପ ବ୍ଲୁ ଟୁଥ ରେଡିଓ କାନରେ କୌଣସି ପ୍ରକାରର ଉପକାରଣ ଲଗାଇ ବିଲକୁଲ ବି ଶୁଅନ୍ତୁ ନାହିଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *