Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଲୋକଙ୍କୁ ଚିହ୍ନିବା ଅସମ୍ଭବ ଅଟେ ! ଏମାନଙ୍କ ଉପରେ ରହିଥାଏ ସବୁବେଳେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ପ୍ରତ୍ୟେକ ରାଶିର ଲୋକଙ୍କ ପାଖରେ କିଛି ଖାସ୍ ବିଶେଷତା ରହିଥାଏ। ଯେଉଁ କାରଣରୁ ଏହି ରାଶିର ଲୋକେ ବହୁତ ଭିନ୍ନ ହୋଇଥାନ୍ତି। ସେଥିମଧ୍ୟରୁ ଆଜି ଆମେ ଆପଣଙ୍କୁ ଗୋଟେ ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଏକ ବିଶେଷ ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ତାହା ହେଉଛି ବିଛା ରାଶି। ରାଶିଚକ୍ରରେ ଥିବା ପ୍ରତ୍ୟେକ ରାଶି ଗୁଡ଼ିକ ମଧ୍ୟରେ ବିଛା ରାଶିକୁ ରହସ୍ୟମୟ ବୋଲି କୁହାଯାଇଥାଏ। କାରଣ ଏହି ରାଶିର ଲୋକମାନଙ୍କୁ ଜାଣିବା ଏବଂ ବୁଝିବା ବହୁତ କଷ୍ଟକର ହୋଇଥାଏ।ଜ୍ୟୋତିଷ ମାନଙ୍କ ମତରେ ଏହି ରାଶିର ଲୋକେ ଅତ୍ୟଧିକ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି।ଏହାସହିତ ଏମାନଙ୍କୁ କେହି ମଧ୍ୟ ସହଜରେ ଠକି ପାରନ୍ତି ନାହିଁ। ଏମାନେ ନିଜ କର୍ମ ବଳରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।

ଏହି ରାଶିର ଲୋକଙ୍କ ମୂଖରେ ସର୍ବଦା ତେଜ ରହିଥାଏ। ଏମାନେ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ମଧ୍ୟ ଦୁର୍ବଳତା ଅନୁଭବ କରନ୍ତି ନାହିଁ ।କିନ୍ତୁ ଏମାନେ ଅଧିକ ଟଙ୍କା ଲୋଭୀ ହୋଇଥାନ୍ତି। ଏହାଛଡା ଏହି ରାଶିର ଲୋକମାନେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। କୁହାଯାଏ କି ଏହି ରାଶିର ଲୋକମାନେ ରାଜଯୋଗ ନେଇ ଜନ୍ମ ହୋଇଥାନ୍ତି। ଏମାନଙ୍କୁ ଜୀବନରେ ସବୁକିଛି ମିଳିଥାଏ।

ସେହିପରି ଏହି ରାଶିର ଲୋକଙ୍କ ସ୍ଵଭାବ ବିଷୟରେ କହିବାକୁ ଗଲେ, ଏମାନେ ବହୁତ ଶାନ୍ତ ଓ ବିନମ୍ର ସ୍ୱଭାବର ହୋଇଥାନ୍ତି। ଏମାନେ ବାହାରୁ ଅଧିକ କଠୋର ଦେଖା ଯାଆନ୍ତି, କିନ୍ତୁ ହୃଦୟରୁ ବହୁତ କୋମଳ ହୋଇଥାନ୍ତି। ଏହି ରାଶିର ଲୋକମାନଙ୍କର ଅଧିକ ଶତ୍ରୁ ମଧ୍ୟ ରହିଥାନ୍ତି।କିନ୍ତୁ ଏମାନଙ୍କର କିଛି ଖରାପ ଗୁଣ ମଧ୍ୟ ରହିଛି। ତାହା ହେଉଛି ଏମାନଙ୍କ ମନରେ ବହୁତ ଅହଙ୍କାର ଭରି ରହିଥାଏ। ଏମାନେ ସାମାନ୍ୟ କଥାରେ କ୍ରୋଧିତ ହୋଇ ଯାଇଥାନ୍ତି।

ଏହି ବିଛା ରାଶିର ଲୋକମାନେ ଭୟଙ୍କର ପ୍ରତିଯୋଗୀ ହୋଇଥାନ୍ତି। ଏମାନେ ସମସ୍ତ କାର୍ଯ୍ୟରେ ନିପୁଣ ହୋଇଥାନ୍ତି ଏବଂ କୂଟନୀତିରେ ମଧ୍ୟ ନିପୁଣ ହୋଇଥାନ୍ତି, ତେଣୁ ଏମାନେ ନିଜର ଶତ୍ରୁ ମାନଙ୍କୁ ଖୁବ୍ ଶୀଘ୍ର ପରାଜିତ କରିଥାନ୍ତି।ଏହାସହିତ ରାଜନୀତି କ୍ଷେତ୍ରରେ ମଧ୍ୟ ଏମାନେ ସଫଳତା ଅର୍ଜନ କରିଥାନ୍ତି। ଏହାସହିତ ଏମାନେ ସଠିକ ମାର୍ଗରେ ଧନ ଉପାର୍ଜନ କରିବାରେ ବିଶ୍ୱାସ ରଖିଥାନ୍ତି। ଏହି ରାଶିର ଲୋକଙ୍କ ବିଷୟରେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏହି ରାଶିର ବ୍ୟକ୍ତି ଅଟନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *