Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ମାସରେ ବଦଳିଯିବ ଏହି ୪ ଗୋଟି ରାଶିର ଭାଗ୍ୟ। ଶନିଙ୍କ କୋପରୁ ମିଳିବ ମୁକ୍ତି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପ୍ରିଲ ମାସକୁ ଅତ୍ୟନ୍ତ ଖାସ୍ ମାନା ଯାଇଛି। ଏହି ମାସରେ ପ୍ରତ୍ୟେକ ଗ୍ରହର ଚଳନ ବଦଳିବ। ଏହାର ପ୍ରଭାବ କିଛି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

– ଶନିଙ୍କ ରାଶି ପରିବର୍ତ୍ତନ ରହିବ ଖାସ୍।

– ଏପ୍ରିଲ ମାସରେ ହେବ ପ୍ରତ୍ୟେକ ଗ୍ରହ ମାନଙ୍କର ପରିବର୍ତ୍ତନ।

– ୪ ଗୋଟି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପ୍ରିଲ ମାସ ବହୁତ ଖାସ୍ ରହିଛି। କହିବାକୁ ଗଲେ ସୌରମଣ୍ଡଳରେ ପ୍ରତ୍ୟେକ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିରେ ଶନି, ମଙ୍ଗଳ, ରାହୁ, କେତୁ ସହିତ ଅନ୍ୟ ସମସ୍ତ ଗ୍ରହ ଗୁଡ଼ିକ ସାମିଲ ରହିଛନ୍ତି। ଏହି ମାସରେ ଶନି ଗ୍ରହର ଗୋଚର ବହୁତ ଖାସ୍ ମାନା ଯାଇଥାଏ।ଏହାଛଡା ମାୟାବୀ ଗ୍ରହ ରାହୁ ଓ କେତୁ ୧୮ ମାସ ପରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାର ପ୍ରଭାବ କିଛି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ସ୍ଥିତି ୧୨ ଗୋଟି ରାଶିର ଲୋକଙ୍କୁ ପ୍ରଭାବିତ କରିବ।କିନ୍ତୁ ୪ ଗୋଟି ରାଶିର ଲୋକଙ୍କ ପାଇଁ ଏହି ମାସ ବହୁତ ଖାସ୍ ରହିଛି।

ମିଥୁନ ରାଶି :-

ଏପ୍ରିଲ ମାସ ଏହି ରାଶିର ଲୋକଙ୍କ ପାଇଁ ବହୁତ ଖାସ୍ ରହିଛି। ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଏମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଅନେକ କ୍ଷେତ୍ରରେ ଆପଣ ସଫଳତା ଅର୍ଜନ କରିବେ। ଏହାସହିତ ଏହି ମାସରେ ଶନିଙ୍କ କୋପରୁ ମଧ୍ୟ ମୁକ୍ତି ମିଳିବ। ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ। ଚାକିରି ଓ ବ୍ୟାପାର ପାଇଁ ଏହି ସମୟ ଅନୁକୂଳ ରହିଛି।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ଉପରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନର ପ୍ରଭାବ ପଡ଼ିବାକୁ ଯାଇଛି। ସରକାରୀ ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବା ସହିତ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ। ଆମଦାନୀର ନୂତନ ସ୍ରୋତ ହାସଲ କରିବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ମକର ରାଶି :-

ଗ୍ରହ ଓ ନକ୍ଷତ୍ର ମାନଙ୍କ ଚଳନରେ ପରିବର୍ତ୍ତନର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଶନି ଗ୍ରହ ଏହି ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ। ଆପଣଙ୍କ ଘରର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆପଣଙ୍କୁ ସର୍ବଦା ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।ଅବିବାହିତ ଥିବା ଲୋକଙ୍କ ପାଇଁ ବିବାହର ଯୋଗ ରହିଛି।

ମୀନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଗ୍ରହ ମାନଙ୍କର ଚଳନ ଶୁଭ ସାବ୍ୟସ୍ତ ହେବ। ପରିବାରରେ ସୁଖଶାନ୍ତିର ମାହୋଲ ରହିବ।ବ୍ୟବସାୟ କରୁଥିବା ଲୋକଙ୍କୁ ଯଥେଷ୍ଟ ଲାଭ ପ୍ରାପ୍ତ ହେବ।ଯେଉଁ ଲୋକେ ନିଜ ବ୍ୟବସାୟରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *