Excuse Me Odisha

ଯାହା କହିବୁ ସତ କହିବୁ

ଚାକିରୀରେ ପଦୋନ୍ନତୀ ହେବା ସହିତ ବ୍ୟବସାୟରେ ସଫଳତା ପାଇବାର ଇଏ ହେଉଛି ରାମବାଣ ଉପାୟ ! ଦେବୀ ଦୁର୍ଗାଙ୍କ ରହିବ କୃପା ଦୃଷ୍ଟି !

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବରାତ୍ରି ସମୟରେ କିଛି ଖାସ୍ ଉପାୟ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଚାକିରି ଓ ବ୍ୟାପାରରେ ଅନେକ ସଫଳତା ମିଳିବାର ଯୋଗ ରହିଛି।

– ନବରାତ୍ରି ସମୟରେ ଖାସ୍ ଉପାୟ କରିବା ଉଚିତ।

– ଚାକିରୀରେ ମିଳିଥାଏ ପଦୋନ୍ନତୀ।

– କ୍ୟାରିୟରରେ ମିଳିଥାଏ ସଫଳତା।

ଚୈତ୍ର ନବରାତ୍ରି ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଧାର୍ମିକ ମାନ୍ୟତା ଅନୁସାରେ ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କର ବିଶେଷ କୃପା ଦୃଷ୍ଟି ଲାଭ ହୋଇଥାଏ। ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ନବରାତ୍ରିର ୯ଦିନ ପର୍ଯ୍ୟନ୍ତ ବହୁତ ବିଶେଷ ମନାଯାଇଥାଏ। ଏହି ସମୟରେ କିଛି ଖାସ୍ ଉପାୟ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ।ଏହାସହିତ ଚାକିରି ଓ ବ୍ୟାପାର କ୍ଷେତ୍ରରେ ଅନେକ ସମସ୍ୟା ଦୂର ହୋଇଥାଏ। ଚାକିରୀରେ ପଦୋନ୍ନତୀ ମିଳିଥାଏ। ଆସନ୍ତୁ ଜାଣିବା ନବରାତ୍ରି ସମୟରେ କେଉଁ ସବୁ ଉପାୟ କରିବା ଉଚିତ।

– ଚାକିରି ଓ ବ୍ୟାପାର କ୍ଷେତ୍ରରେ ଉନ୍ନତି ଲାଭ କରିବା ପାଇଁ ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କ ଚରଣରେ ଲାଲ ଓ ହଳଦିଆ ଫୁଲ ଅର୍ପଣ କରନ୍ତୁ।ଏହାସହିତ ଗୋଟେ ପୂର୍ଣ୍ଣ ହୋଇଥିବା କଳସରେ ଲାଲ ଫୁଲ ପକାଇ ଦେବୀ ଦୁର୍ଗାଙ୍କ ଚରଣରେ ରଖି ଦିଅନ୍ତୁ। ଏହାପରେ ସେହି କଳସକୁ ଘରର ଐଶାନ୍ୟ କୋଣରେ ରଖି ଦିଅନ୍ତୁ।

– ନବରାତ୍ରିରେ ନବମୀ ତିଥି ପର୍ଯ୍ୟନ୍ତ ଗୋଟେ ପାନ ପତ୍ରରେ ଗୋଲାପ ଫୁଲର କିଛି ପାଖୁଡ଼ା ରଖି ଏହାକୁ ଦେବୀ ଦୁର୍ଗାଙ୍କୁ ସମର୍ପିତ କରନ୍ତୁ।ଏଭଳି କରିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ଉନ୍ନତି ହୋଇଥାଏ।

– ନବରାତ୍ରି ସମୟରେ ଗୋଟେ ପାନ ପତ୍ର ନେଇ ସେଥିରେ ଦୁଇପଟରେ ଘିଅ ଲେପନ କରନ୍ତୁ।ଏହାକୁ ଦେବୀ ଦୁର୍ଗାଙ୍କ ଚରଣରେ ରଖି ଦିଅନ୍ତୁ।ପରଦିନ ଏହି ପତ୍ରକୁ କୌଣସି ଦୁର୍ଗା ମନ୍ଦିରରେ ଲୁଚାଇ ରଖି ଦିଅନ୍ତୁ।ଏଭଳି କରିବା ଦ୍ୱାରା ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥାଏ।

– ନବରାତ୍ରିର ପୂଜା ସମୟରେ ଦୀପରେ ୫ଟି ଲବଙ୍ଗ, ଘିଅର ବତୀ ଲଗାଇ ଜଳାନ୍ତୁ। ଏହି ସମୟରେ ଘିଅର ଦୀପ ଜଳାଇବା ବହୁତ ଶୁଭ ମାନା ଯାଇଥାଏ। ଏହାଦ୍ବାରା ରୋଜଗାରରେ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *